ETV Bharat / state

ପଥର ବ୍ଲାଷ୍ଟିଂ ବେଳେ ଶ୍ରମିକ ମୃତ, ସୁରକ୍ଷାରେ ତ୍ରୁଟି ଅଭିଯୋଗ

author img

By ETV Bharat Odisha Team

Published : Oct 14, 2023, 7:06 AM IST

ଖଣିରେ କାମ କରୁଥିବା ବେଳେ ଘଟିଗଲା ଅଘଟଣ । ବ୍ଲାଷ୍ଟିଂ ପାଇଁ ଡ୍ରିଲିଂ କରୁଥିବାବେଳେ ପଥର ଖସିବାରୁ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ପଥର ବ୍ଲାଷ୍ଟିଂବେଳେ ଶ୍ରମିକ ମୃତ
ପଥର ବ୍ଲାଷ୍ଟିଂବେଳେ ଶ୍ରମିକ ମୃତ

ରାଉରକେଲା: ଖଣିରେ କାମ କରୁଥିବା ବେଳେ ଅଘଟଣ । ବ୍ଲାଷ୍ଟିଂ ପାଇଁ ଡ୍ରିଲିଂ କରୁଥିବା ବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ । ଖଣି କର୍ତ୍ତୃପକ୍ଷଙ୍କ ସୁରକ୍ଷାରେ ଅବହେଳା ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ବଳଣ୍ଡା ଅଞ୍ଚଳରେ । ମାଟି ଖସି ଯିବାରୁ ମାଟି ଏବଂ ପଥର ତଳେ ଚାପି ହୋଇଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ସେପଟେ ଦୁର୍ଘଟଣା ଘଟିବାର 3 ଘଣ୍ଟା ପର୍ଯ୍ୟନ୍ତ ଖଣି ପରିଚାଳନା ଦାୟିତ୍ୱରେ ଥିବା କୌଣସି ବ୍ୟକ୍ତି ମୃତଦେହ ପାଖରେ ପହଞ୍ଚି ନଥିବାରୁ ଦେଖାଦେଇଛି ଅସନ୍ତୋଷ । ଏଭଳି ଅବହେଳିତ ଭାବରେ ଅନେକ ସମୟ ଧରି ପଥର ତଳେ ଚାପି ହୋଇ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଥିଲା ।

ମୃତକ ଜଣକ ହେଲେ କେନାଲ ରୋଡର ସୁରଜ ବାର୍ଲା । ତାଙ୍କର ବୟସ ୧୯ ବର୍ଷ ହୋଇଥିବା ଜଣାପଡିଛି । ସୁରଜ ଆଇଟିଆଇ ପାସ୍ କରି ଗୋଟିଧରରେ ସିଣ୍ଡିକେଟ ଖଣିରେ କାର୍ଯ୍ୟ କରୁଥିଲେ । ଆଜି ଦିନ ପ୍ରାୟ ୧ଟା ସମୟରେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବଳଣ୍ଡା ପଞ୍ଚାୟତର ଗୋଟିଧର ସ୍ଥିତ ସିଣ୍ଡିକେଟ୍ ଖଣିର 4 ନମ୍ବର ଖଣିରେ ସୁରଜ ତାଙ୍କ ସହକର୍ମୀ ସଞ୍ଜିତଙ୍କ ସହ ବ୍ଲାଷ୍ଟିଂ ପାଇଁ ଡ୍ରିଲିଂ କରୁଥିଲେ । ତେବେ ବ୍ଲାଷ୍ଟିଂ ପାଇଁ ଡ୍ରିଲିଂ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଠିକ ଏହି ସମୟରେ ମାଟି ଅତଡା ସହ ବଡ଼ ପଥର ଖସି ସୁରଜଙ୍କ ଉପରେ ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ସୁରଜଙ୍କ ମୃତ୍ୟୁ ହୋଇଥିବା ବେଳେ ସଞ୍ଜିତ ସାମାନ୍ୟ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ...ପଥର ବ୍ଲାଷ୍ଟିଂ ବେଳେ ଅଘଟଣ, ଚାପି ହୋଇ ମାମୁଁ-ଭଣଜା ମୃତ

ଦୁର୍ଘଟଣା ଘଟିବାର 2 ଘଣ୍ଟା ପରେ ସୁରଜଙ୍କୁ ଆରଜିଏଚକୁ ଅଣାଯାଇଥିବା ସୂଚନା ମିଳିଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ, ଏତେ ବଡ଼ ଅଘଟଣ ପରେ ମଧ୍ୟ କୌଣସି ପୋଲିସ କର୍ମଚାରୀ ଆରଜିଏଚରେ ପହଞ୍ଚିନଥିଲେ କି ଖଣି ମାଲିକ କିମ୍ବା ସିଣ୍ଡିକେଟ ଖଣିର କୌଣସି ଉପରିସ୍ଥ କର୍ମଚାରୀଙ୍କୁ ଦେଖିବାକୁ ମିଳିନଥିଲା । ସୁରକ୍ଷାରେ ତ୍ରୁଟି ଯୋଗୁଁ ସୁରଜଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏହାସହ ଖଣି ପରିଚାଳନା ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଘଟଣାକୁ ନେଇ ଖଣି ଭିତରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ ଶ୍ରମିକଙ୍କ ପରିବାର ଲୋକେ କେହି ଆସିନଥିବାରୁ ହସ୍ପିଟାଲରେ ମୃତଦେହ ପଡିରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.