ETV Bharat / state

ଦୁଇ ଭାଇଙ୍କ ଉପରେ ଭୁଶୁଡି ପଡିଲା କଲେଜ ପାଚେରୀ, ଜଣେ ମୃତ

କଲେଜ ପାଚେରୀ ଭୁଶୁଡିବାରୁ ଚାପି ହୋଇଗଲେ ଦୁଇ ଭାଇ । ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ। ଅଧିକ ପଢନ୍ତୁ

author img

By

Published : Feb 9, 2023, 2:10 PM IST

youth died after college wall collapsed
youth died after college wall collapsed
youth died after college wall collapsed

ରାଉରକେଲା: ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅଘଟଣ । କଲେଜର ପାଚେରୀ ଭାଙ୍ଗି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୂର୍ତ୍ତ ବିଭାଗ ଅଧିକାରୀ ନଶୁଣିବାରୁ ଏପରି ଅଘଟଣା ଘଟିବା ଅଭିଯୋଗ । ମୃତକ ଜଣଙ୍କ ହେଉଛନ୍ତି ସେହି କଲେଜରେ ପୂର୍ବରୁ ରାତ୍ର ଜଗୁଆଳ ଭାବେ କାର୍ଯ୍ୟରତ ଥିବା ରମେଶ ଜେନାଙ୍କ ବଡ ପୁଅ କୈଳାସ ଓ ଆହତ ଜଣଙ୍କ ତାଙ୍କ ସାନ ଭାଇ ସୁରେଶ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରମେଶ ପୂର୍ବରୁ ରାଉରକେଲା ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟରତ ଥିଲେ । ତାଙ୍କର ଦୁଇ ପୁଅ କୈଳାସ ଏବଂ ସୁରେଶ ମଧ୍ୟ ତାଙ୍କ ସାଙ୍ଗରେ ରହୁଥିଲେ । କୈଳାସ ଜେନା ରାଉରକେଲା ଇସ୍ପାତ କାରଖାନାରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଏଥିସହ ଦୁଇ ଭାଇ କ୍ରିକେଟ କୋଚିଂ ମଧ୍ୟ ପ୍ରଦାନ କରନ୍ତି। ଗତକାଲି(ବୁଧବାର) ରାତିରେ ଦୁଇ ଭାଇ ଖାଇସାରି ବାସନ ମାଜୁଥିବା ବେଳେ ପାଣି ଟାଙ୍କି ନିକଟରେ ଥିବା ପାଚେରୀ ଅଚାନକ ଭୁଶୁଡି ପଡିଥିଲା । ଫଳରେ ଦୁଇ ଭାଇ ପାଚେରୀ ତଳେ ଚାପି ହୋଇଯାଇଥିଲେ ।

କାନ୍ଥରେ ଚାପି ହୋଇ ବଡ଼ ଭାଇ କୈଳାସର ମୃତ୍ୟୁ ହୋଇଥିଲା ବେଳେ ସାନ ଭାଇ ସୁରେଶର ଅଣ୍ଟା ଏବଂ ପିଠିରେ ଆଘାତ ଲାଗି ଥିବାରୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଯୁବକଙ୍କ ବାପା ପାରାଲିସିସ ରୋଗରେ ପୀଡିତ ଥିବା ବେଳେ ମାଆ ମଧ୍ୟ ରୋଗରେ ଆକ୍ରାନ୍ତ ଅଛନ୍ତି । ଏପରି ସମୟରେ ରୋଜଗାରିଆ ପୁଅର ମୃତ୍ୟୁପରେ ବାପା ମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକଙ୍କ ପରିବାର ଲୋକେ ରାଉରକେଲା ରଘୁନାଥପଲ୍ଲୀ ଥାନାରେ ଏକ ମାମଲା ଦାୟର କରିଛନ୍ତି । ପିଡବ୍ଲୁଡି ଅଫିସରେ ଆର୍ଥିକ ସହାୟତା ପ୍ରଦାନ ନେଇ ମୃତକଙ୍କ ସମ୍ପର୍କୀୟ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, କଲେଜରେ ବିଭିନ୍ନ ସ୍ଥାନରେ ଫାଟ ହୋଇଛି, ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ଏହାର ମରାମତି କରାଯାଇ ପାରିନାହିଁ । ଫଳରେ ଏଭଳି ଅଘଟଣ ପରେ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କହିଛନ୍ତି,'' ଆମ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି କିନ୍ତୁ ପୂର୍ତ୍ତ ବିଭାଗ ସରକାରୀ ବାବୁ ଏହା ପ୍ରତି ଧ୍ୟାନ ଦେଉନାହାନ୍ତି । ଅଭିଯୋଗ ହୋଇଥିଲେ ମଧ୍ୟ ଏହାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି ପୂର୍ତ୍ତ ବିଭାଗ ଅଧିକାରୀ। '' ଏନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ବର୍ତ୍ତମାନ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବା ନେଇ ଦାବି ହୋଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.