ETV Bharat / state

ଅତିଷ୍ଠ କଲା ପାରିବାରିକ କଳହ, ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

author img

By

Published : Dec 10, 2022, 1:59 PM IST

ସହିପାରିଲେନି ସ୍ତ୍ରୀ ଏବଂ ବାପାଙ୍କ ଝଗଡ଼ା । ପାରିବାରିକ କଳହରେ ଅତିଷ୍ଠ ହୋଇ ଦୁଇଦୁଇ ଥର ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଅଧିକ ପଢ଼ନ୍ତୁ

young man two time suicide attempt for family disturbance in rourkela
ପାରିବାରିକ କଳହରେ ଅତିଷ୍ଠ ହୋଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ଘରୋଇ କଳହରେ ଅତିଷ୍ଠ ହୋଇ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ । ଘରୋଇ ହସ୍ପିଟାଲର ତିନି ମହଲାରୁ ଡେଇଁ ଚିକିତ୍ସାଧୀନ ରୋଗୀ ଗୁରୁତର । ପୂର୍ବରୁ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୋଗୁଁ ଚିକିତ୍ସା ହେଉଥିଲେ । ଆହତ ଯୁବକ ଜଣକ ବଣେଇ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

ଡାକ୍ତରଙ୍କ କହିବା ଅନୁଯାୟୀ, ବଣେଇ ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକଙ୍କୁ ଆଣି ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉକ୍ତ ଯୁବକ ବିଷ ପାନ କରିଥିଲେ । ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା । ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ତେବେ ଯୁବକ ଜଣକ ନବ ବିବାହିତ ଅଟନ୍ତି । ଘରୋଇ କଳହ ଯୋଗୁଁ ସେ ବାରମ୍ବାର ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି । ନିଜ ବାପା ଓ ସ୍ତ୍ରୀ ମଧ୍ୟରେ ବାରମ୍ବାର କଳହ ଲାଗିରହେ । ବହୁ ଚେଷ୍ଟା କଲେ ମଧ୍ୟ ଯୁବକ ଜଣକ ଝଗଡ଼ାର ସମାଧାନ କରି ପାରନ୍ତି ନାହିଁ । ତେଣୁ ଏଥିରେ ଅତିଷ୍ଠ ହୋଇ ପ୍ରଥମେ ଯୁବକ ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ଗୁରୁବାର ପୁଣି ଥରେ ICU ଝରକା ଭାଙ୍ଗି ଡେଇଁ ପଡ଼ିଥିଲେ । ତେବେ ଝରକାରୁ ଡେଇଁବା ପରେ ତାଙ୍କୁ ପୁନଃ ଉଦ୍ଧାର କରି ଚିକିତ୍ସା କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.