ETV Bharat / state

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ! ହସ୍ପିଟାଲ ପରିସରରେ ଭଙ୍ଗାରୁଜା - ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଠିକ ସମୟରେ ଆସିଲେନି ଡାକ୍ତର, ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ । ରାଉରକେଲା ଘରୋଇ ଡାକ୍ତରଖାନାରେ ପରିବାର ଲୋକଙ୍କ ଭଙ୍ଗାରୁଜା । ଅଧିକ ପଢ଼ନ୍ତୁ

road accident in rourkela
ରାଉରକେଲାରେ ସଡ଼କ ଦୁର୍ଘଟଣା
author img

By

Published : Jan 18, 2023, 7:35 AM IST

Updated : Jan 18, 2023, 8:59 AM IST

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ

ରାଉରକେଲା: ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ପରିବାର ଲୋକେ ଉତ୍ୟକ୍ତ ହୋଇ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି । ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ୱେଲ୍ସ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ନଖେଳିବା ଭାରତ ପାଇଁ ବିପଦ, ଇଂଲଣ୍ଡ-ସ୍ପେନ୍‌ ମ୍ୟାଚ୍‌ ଉପରେ ନଜର

ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦନ ଦଳେଇ । ସେ ରାଉରକେଲା ସହରର STI ଠାରେ ରୁହନ୍ତି। ଚନ୍ଦନ କୌଣସି କାର୍ଯ୍ୟ ପାଇଁ ବାଇକ ଯୋଗେ ଯାଉଥିବା ବେଳେ ହନୁମାନ ବଟିକା ଛକ ନିକଟରେ ଏକ ହାଇୱା ଗାଡି ସହ ତାଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଚନ୍ଦନ ଦଳାଇଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ରାଉରକେଲା ଜୟ ପ୍ରକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ତେବେ ଚିକିତ୍ସିତ ଅବସ୍ଥାରେ ସେଠାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଚିକିତ୍ସା ଅବହେଳା ଯୋଗୁଁ ଚନ୍ଦନଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହେବା ସହ ଭଙ୍ଗା ରୁଜା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Dakota Plane: ଫେରୁଛି ବିଜୁବାବୁଙ୍କ ଡାକୋଟା ବିମାନ, କୋଲକାତାରୁ ଆସୁଛି ଓଡ଼ିଶା

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, "ଚିକିତ୍ସା କରିବାରେ ଡାକ୍ତର ଅବହେଳା କରିଛନ୍ତି । ଯେତେବେଳ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଜୟ ପ୍ରକାଶ ହସ୍ପିଟାଲକୁ ଅଣା ଯାଇଥିଲା, ସେଠାରେ ଡାକ୍ତର ପହଞ୍ଚି ନଥିଲେ । ଡାକ୍ତରଙ୍କୁ ସୂଚନା ଦିଆଯିବା ପରେ ମଧ୍ୟ ଡାକ୍ତର ତିନି ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ବିଳମ୍ବ ଚିକିତ୍ସା ଯୋଗୁଁ ଯୁବକଙ୍କୁ ମୃତ୍ୟୁ ହୋଇଥିଲା । ଏହାପରେ ମଧ୍ୟ ପରିବାର ଲୋକଙ୍କ ସହ ତାଙ୍କୁ ଭେଟ କରିବାକୁ ଦେଇ ନଥିଲେ ଏବଂ ମୃତଦେହ ନେବା ପୂର୍ବରୁ 50 ହଜାର ଟଙ୍କା ଦାବି କରିଥିଲେ । " ତେଣୁ କରି ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଘଟଣାସ୍ଥଳରେ ରଘୁନାଥପଲ୍ଲୀ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

ଇଟିଭି ଭାରତ, ରାଉରକେଲା

Last Updated : Jan 18, 2023, 8:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.