ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ହତିବାରୀ ପଞ୍ଚାୟତ କାର୍ଯ୍ୟାଳୟରେ ବିପିଏଲ ଚାଉଳ ନେବା ପାଇଁ ଧାଡିରେ ଠିଆ ହୋଇଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।
ମୃତ ମହିଳାଙ୍କ ନାମ ଫଗନୀ ଏକ୍କା (45) । ସେ ଚାଉଳ ନେବା ପାଇଁ ବହୁତ ସମୟ ଧାଡିରେ ଠିଆହୋଇ ରହିଥିଲେ । ଛିଡା ହୋଇଥିବା ବେଳେ ଅଚାନକ ଅଚେତ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି (ଶନିବାର) ପ୍ରବଳ ଖରା ସହିତ ଅସହ୍ୟ ଗରମ ହେଉଥିବାରୁ ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ