ସୁନ୍ଦରଗଡ: ନିଆଁରେ ପୋଡି ହୋଇ ମହିଳା ମୃତ । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଧରୁଆ ଡ଼ିହି ଥାନା ଦଉଡା ପଡାରେ । ମୃତ ମହିଳା ଜଣଙ୍କ ହେଉଛନ୍ତି କସ୍ତୁରୀ ମାଝି । ତେବେ ମହିଳା ଜଣଙ୍କ ନିଜେ ଶରୀରରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଜଣାପଡିଛି ।
ତେବେ କେଉଁ କାରଣରୁ ମହିଳା ଜଣଙ୍କ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ମୃତକଙ୍କ ସ୍ଵାମୀ ସରୋଜ ମାଝି ଏନେଇ ଧରୁଆଡ଼ିହି ଥାନାରେ ପହଞ୍ଚିଥିବା ଜଣାପଡିଛି । ପୋଲିସର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ କଣ ତାହା ସାମନାକୁ ଆସିବ ।
ସୁନ୍ଦରଗଡରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ