ETV Bharat / state

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ

author img

By

Published : Mar 21, 2023, 10:07 AM IST

ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଭାଲଡୁଙ୍ଗରି ଗ୍ରାମପଞ୍ଚାୟତ ବାସୀଙ୍କ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ଓ ଧାରଣା। ଅଧିକ ପଢନ୍ତୁ

villagers protest
villagers protest
villagers protest

ରାଉରକେଲା: ମୌଳିକ ସୁବିଧାରୁ ବଞ୍ଚିତ ଅନେକ ଗ୍ରାମବାସୀ । ସମସ୍ୟାର ସମାଧାନ କରିବାରେ ଅସଫଳ ହେଲା ପ୍ରଶାସନ । ଏନେଇ ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଭାଲଡୁଙ୍ଗୁରୀ ପଞ୍ଚାୟତର ୫ଟି ରୁ ଉର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀ ଅନିର୍ଦ୍ଦିଷ୍ଟକାଳ ପାଇଁ ଘେରିଲେ ଉପଜିଲ୍ଲାପାଳଙ୍କ ଅଫିସ । ନଳଘଟି, ରାଣୀ ଅମରାବତୀପୁର, ଖଣ୍ଡାମୁନି, ବାରତେଙ୍ଗଡା, ମାକଡଚୁହା ଆଦି ଗ୍ରାମର ଗ୍ରାମବାସୀ ଘେରାଉ କରିଛନ୍ତି ।

ସୂଚନା ମୁତାବକ, ଏହି ସବୁ ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିବା କାରଣରୁ ବିଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବଣାଇ ଉପଜିଲ୍ଲାପାଳ ନିଜେ ଗ୍ରାମରେ ପହଞ୍ଚି ନିର୍ବାଚନ ପରେ ସମସ୍ତ କାର୍ଯ୍ୟ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ, ନିର୍ବାଚନରେ ଭାଗନେବା ପାଇଁ ସମସ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । କିନ୍ତୁ ନିର୍ବାଚନ ସରିବାର ୧ ଵର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଦେଇଥିବା ପ୍ରତିଶୃତି ପୂରଣ କରି ପାରିଲା ନାହିଁ । ଅନ୍ୟପଟେ ପଞ୍ଚାୟତ ରେ ଥିବା ରାସ୍ତା ଗୁଡ଼ିକ ଉନ୍ନତି କରଣ କରାନଗଲେ ଆଗାମୀ ବର୍ଷାଦିନେ ସେଥିରେ ଯିଵା ଆସିବା କରିବା ଅସମ୍ଭବ ହୋଇପଡିବ ବୋଲି କହିଛନ୍ତି ଗ୍ରାମବାସୀ ।

ଏନେଇ ବିଭିନ୍ନ ସମୟରେ ଏ ସମ୍ପର୍କରେ ଗୁରୁଣ୍ଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ଗ୍ରାମବାସୀ ଏହାର କୌଣସି ସୁଫଳ ପାଇ ପାରିଲେ ନାହିଁ । ସେଥିପାଇଁ ପୁନର୍ବାର ଭାଲଡୁଙ୍ଗୁରୀ ସରପଞ୍ଚ ଵାଳମତୀ ଦାଶଙ୍କ ନେତୃତ୍ୱରେ ୫ଟି ଗ୍ରାମର ଶତାଧିକ ପୁରୁଷ ଓ ମହିଳା ବଣାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ୧୫ ଦିନ ମଧ୍ୟରେ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ପତ୍ର ପ୍ରଦାନ କରିଥିଲେ ।

କିନ୍ତୁ ଦୀର୍ଘ ଏକ ମାସ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ହେଲେ କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇ ପାରିଲା ନାହିଁ । ଗତ ୧୩ ତାରିଖିରେ ଗୁରୁଣ୍ଡିଆ ବ୍ଲକଠାରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଏ ବିଷୟରେ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲାପାଳ ଅଭିଯୋଗ ପତ୍ର ଗ୍ରହଣ କରିନଥିବା ପ୍ରକାଶ କରିଛନ୍ତି ପଞ୍ଚାୟତଵାସୀ । ଏନେଇ ଆଜି ପୁଣିଥରେ ପଞ୍ଚାୟତବାସୀ ଏକ ବିରାଟ ଶୋଭାଯାତ୍ରାରେ ଆସି ବଣାଇଁ ମୁଖ୍ୟ ରାସ୍ତା ଦେଇ ଉପଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ପ୍ରଶାସନ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ତେବେ ଯେପର୍ଯ୍ୟନ୍ତ ପ୍ରଶାସନ ଲୋକଙ୍କ ଦାବି ନଶୁଣିଛି ସେପର୍ଯ୍ୟନ୍ତ ବିକ୍ଷୋଭ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.