ETV Bharat / state

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, ରାସ୍ତା ଅବରୋଧ କଲେ ପରିବାର ଲୋକେ

author img

By

Published : Mar 6, 2023, 12:39 PM IST

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କଲେ ପରିବାର ଲୋକେ। ଅଧିକ ପଢନ୍ତୁ

accident in sundargarh
accident in sundargarh
ସଡକ ଦୁର୍ଘଟଣାରେ ଯୁବକ ମୃତ

ରାଉରକେଲା: ରାସ୍ତାରେ ଯାଉଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବାଇକ । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତା ଅବରୋଧ କଲେ ମୃତ ଯୁବକଙ୍କ ପରିବାର ଲୋକେ। ରାସ୍ତା ଉପରେ ମୃତଦେହ ରଖି କ୍ଷତି ପୂରଣ ଦାବି ସହ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ରାଜପଥରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ହେଉଛନ୍ତି ମଧୁପୁର ଗ୍ରାମର ଦାମୋଦର ମୁଣ୍ଡା ।

ଗତ ଫେବୃଆରୀ ୨୮ ତାରିଖ ସନ୍ଧ୍ୟା ସମୟରେ ଲହୁଣୀପଡ଼ା ବ୍ଲକ ମଧୁପୁର ଗ୍ରାମର ଦାମୋଦର ମୁଣ୍ଡା ଚାଲି ଚାଲି ଘରକୁ ଯାଉଥିବା ସମୟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଫଳେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ ଯୁବକ ଜଣଙ୍କ। ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । କନ୍ତୁ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ଜେ.ପି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ତେବେ ଯୁବକଙ୍କ ମୃତ୍ୟୁ ପରେ ପରିବାର ଏବଂ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ଗତକାଲି ରାଜ୍ୟ ରାଜପଥ ୧୦( କ) ଲୋଲେଇ ଛକଠାରେ ରାସ୍ତା ଅବରୋଧ କରିଥିଲେ । ମୃତଦେହ ରଖି ରାସ୍ତା ଅବରୋଧ କରିବାରୁ ରାସ୍ତାରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା ।

ଏନେଇ ଖବର ପାଇ ଘଟଣାସ୍ଥଳରେ ଲହୁଣୀପଡ଼ା ପୋଲିସ ଅଧିକାରୀ ପ୍ରସନ୍ନ ଜେନା ଓ ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସ୍ବରାଜ କୁମାର ଦେବତା ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥିସହ ରେଡ୍‌କ୍ରସ୍‌ ପାଣ୍ଠିରୁ ମୃତଦେହ ସତ୍କାର ପାଇଁ ଆର୍ଥିକ ସହାୟତା ଏବଂ ଇନ୍ସୁରାନ୍ସ ଟଙ୍କା ଦେବା ପାଇଁ ଚେଷ୍ଟା କରାଯିବ ବୋଲି ବୋଲି ପ୍ରତିଶ୍ରୁତି ଦେଇଥିଲେ ପୋଲିସ ଅଧିକାରୀ । ଏହାପରେ ରାସ୍ତା ଅବରୋଧରୁ ଓହରି ଥିଲେ ଗ୍ରାମବାସୀ ଓ ପରିବାର ସଦସ୍ୟ। ଯଦି କ୍ଷତି ପୂରଣ ନମିଳେ ତେବେ ଗ୍ରାମବାସୀ ଏବଂ ପରିବାର ଲୋକେ ପୁଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ତେବେ ଏହି ଅଞ୍ଚଳର ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି, ଯେଉଁଥିପାଇଁ ଅକାଳରେ ଅନେକ ଲୋକଙ୍କ ଜୀବନ ଯାଉଛି । ବେପରୁଆ ଗାଡି ଚାଳକଙ୍କ ଉପରେ ଲଗାମ ଲଗାଇବାକୁ ଦାବି ହୋଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.