ETV Bharat / state

ଜମି ଅଧିଗ୍ରହଣରେ ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତି ଅଭିଯୋଗ, ବିରୋଧ କଲେ ଗ୍ରାମବାସୀ

ଓଡିଶା ସିମେଣ୍ଟ କମ୍ପାନୀକୁ ଅଧିକ ଜମି ଯୋଗାଇଦେବା ନେଇ ଜିଲ୍ଲାପାଳ ସିଧାସଳଖ ତାଙ୍କର ହସ୍ତକ୍ଷେପ ଆରମ୍ଭ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଲାଞ୍ଜିବେର୍ଣ୍ଣା କଟଙ୍ଗ ଗ୍ରାମବାସୀ । ଅଧିକ ପଢନ୍ତୁ...

ଜମି ଅଧିଗ୍ରହଣରେ ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତି ଅଭିଯୋଗ, ବିରୋଧ କଲେ ଗ୍ରାମବାସୀ
ଜମି ଅଧିଗ୍ରହଣରେ ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତି ଅଭିଯୋଗ, ବିରୋଧ କଲେ ଗ୍ରାମବାସୀ
author img

By

Published : Oct 16, 2021, 8:07 PM IST

ସୁନ୍ଦରଗଡ଼: ଜିଲ୍ଲାର ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତିର ଇଏ ଆଉ ଏକ ନମୁନା । ଓଡିଶା ସିମେଣ୍ଟ କମ୍ପାନୀକୁ ଅଧିକ ଜମି ଯୋଗାଇଦେବା ନେଇ ଜିଲ୍ଲାପାଳ ସିଧାସଳଖ ତାଙ୍କର ହସ୍ତକ୍ଷେପ ଆରମ୍ଭ କରିଛନ୍ତି ବୋଲି ଆଜି ଜିଲ୍ଲାପାଳଙ୍କ ଦ୍ବାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକରା ହୋଇଥିବା ଲାଞ୍ଜିବେର୍ଣ୍ଣା କଟଙ୍ଗ ଗ୍ରାମବାସୀ କହିଛନ୍ତି । ତେବେ ଜିଲ୍ଲାପାଳଙ୍କ ଆଦେଶକୁ ସମ୍ମାନ ଦେଇ ସେମାନେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ତାଙ୍କର ଜମି କାହାରିକୁ ଦେବେ ନାହିଁ ବୋଲି ସ୍ପଷ୍ଟ କରି ଫେରିଛନ୍ତି ।

ଜମି ଅଧିଗ୍ରହଣରେ ଜିଲ୍ଲାପାଳଙ୍କ କମ୍ପାନୀ ପ୍ରୀତି ଅଭିଯୋଗ, ବିରୋଧ କଲେ ଗ୍ରାମବାସୀ

ଜିଲ୍ଲାପାଳ କଟଙ୍ଗ ଗ୍ରାମବାସୀଙ୍କୁ ତାଙ୍କ ଜମି ଅଧିଗ୍ରହଣ ନେଇ ଗତ 12 ତାରିଖ ଦିନ ନୋଟିସ ଜାରି କରିଥିଲେ । ନୋଟିସରେ ସେମାନଙ୍କୁ ଆଜି(ଶନିବାର) ତାଙ୍କ କାର୍ଯ୍ୟାଳୟରେ ଜମି ସଂକ୍ରାନ୍ତୀୟ ସମସ୍ତ ଦଲିଲ ନେଇ ହାଜର ପାଇଁ ଉଲ୍ଲେଖ କରିଥିଲେ । ତେବେ ଏ ନେଇ କଟଙ୍ଗ ଗ୍ରାମବାସୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଇ-ମେଲ ଜରିଆରେ କିଛି ସମୟ ମାଗିଥିଲେ ।

ସେମାନଙ୍କୁ ଜିଲ୍ଲାପାଳ ସମୟ ଦେବା ପରିବର୍ତ୍ତେ ସେମାନଙ୍କ ନିକଟକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଏକ ବସ ( OD-16G-7119 ) ଆଜି ପଠାଇ ସେମାନଙ୍କୁ ଜୋର କରି ଉଠାଇ ଆଣିଥିବା କଥା ଏହି ଜମି ମାଲିକମାନେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ କାର୍ଯ୍ୟାଳୟକୁ ଜଣ ଜଣ କରି ଜମି ମାଲିକଙ୍କୁ ଏକୁଟିଆ ଡାକିବା ସହ ଜମି ଦେବାକୁ ବାଧ୍ୟ କରିଥିବା କଥା ଜଣାପଡିଛି । ତେବେ ଏହି ଗ୍ରାମବାସୀ ଜଣେ ହେଲେ କେହି ପ୍ରଶାସନର ଚାପକୁ ଗ୍ରହଣ କରିନାହାଁନ୍ତି । ସେମାନେ ଜମି ଆଦୌ ଦେବେ ନାହିଁ ବୋଲି ଗଣମାଧ୍ୟମ ଜରିଆରେ ପ୍ରଶାସନକୁ କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.