ETV Bharat / state

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଲୁଟ ଘଟଣା: 4 ଡକାୟତଙ୍କୁ ଗିରଫ କଲା ବିହାର ପୋଲିସ

author img

By

Published : Jul 31, 2021, 9:34 AM IST

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କନ୍ଦାବାହଲ ଲୁଟ ଘଟଣା । ଚାରି କୁଖ୍ୟାତ ଡକାୟତଙ୍କୁ ଗିରଫ କଲା ବିହାର ପୋଲିସ । ରିମାଣ୍ଡରେ ଆଣିବା ପାଇଁ ଛାପାରେ ପହଞ୍ଚିଲା ସୁନ୍ଦରଗଡ ପୋଲିସ । ଅଧିକ ପଢନ୍ତୁ...

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଲୁଟ ଘଟଣା :ଚାରି ଡକାୟତଙ୍କୁ ଗିରଫ କଲା ବିହାର ପୋଲିସ

ସୁନ୍ଦରଗଡ: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କନ୍ଦାବାହଲ ଲୁଟ ଘଟଣାର ସମ୍ପକ୍ତ ଚାରି କୁଖ୍ୟାତ ଡକାୟତ ଏବେ ପୋଲିସ ପଞ୍ଝାରେ । ବିହାର ପୋଲିସ ଦ୍ୱାରା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରିମାଣ୍ଡରେ ଆଣିବା ପାଇଁ ପହଞ୍ଚିଲା ସୁନ୍ଦରଗଡ ପୋଲିସ ।

ଗତ 27 ତାରିଖ ଅପରାହ୍ନରେ ଘଟିଥିଲା ଏହି ଘଟଣା । ମାସ୍କ ପିନ୍ଧା ଚାରି କୁଖ୍ୟାତ ଦୁର୍ବୃତ୍ତ ଚାରୋଟି ପିସ୍ତଲ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିଥିଲେ । ବ୍ୟାଙ୍କର ଲକର ଓ ଡ୍ରୟାର ଏବଂ ଜଣେ କର୍ମଚାରୀଙ୍କ ଠାରୁ 5000ଟଙ୍କା ସହ ମୋଟ 2ଲକ୍ଷ 87ହଜାର 410ଟଙ୍କା, ଜଣେ କର୍ମଚାରୀଙ୍କ ସୁନା ଚେନ ଓ ଚାରି କର୍ମଚାରୀଙ୍କ ଚାରୋଟି ମୋବାଇଲ ଫୋନ ଲୁଟି ଫେରାର ହୋଇଯାଇଥିଲେ ।

ଘଟଣା ଜଣା ପଡିବା ପରେ ସୁନ୍ଦରଗଡ ଏସପି ସାଗରିକା ନାଥ ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଥିଲେ । ସେହିଦିନ କିଛି ଭିଡିଓ ଫୁଟେଜ ତାଙ୍କର ହସ୍ତଗତ ହେବାପରେ ତଦନ୍ତକୁ ଜୋରଦାର କରିବା ସହ ଇଣ୍ଟର ଷ୍ଟେଟ କୋ-ଅପରେସନ ଟିମ, ଲୋକାଲ ଭେରିଫିକେସନ ଟିମ ଓ ସାଇବର ଟିମ ଗଠନ କରି ତଦନ୍ତକୁ ଜୋରଦାର କରିଥିଲେ ।

ତାଙ୍କର ଏହି ଉଦ୍ୟମ ଯୋଗୁଁ ଘଟଣାର 48 ଘଣ୍ଟା ମଧ୍ୟରେ ଡକାୟତମାନେ ଲୁଟରେ ବ୍ୟବହାର କରିଥିବା ଦୁଇଟି ବାଇକ ଝାରଖଣ୍ଡ ପୋଲିସର ହସ୍ତଗତ ହୋଇଥିଲା । ଝାରଖଣ୍ଡର ଖୁଣ୍ଟିରୁ 2ଟି ବାଇକ, 32 ହାଜାର 140 ଟଙ୍କା,4ଟି ମୋବାଇଲ ଫୋନ ଓ ଗୋଟିଏ ସୁନା ଚେନ, 4ଟି ପିସ୍ତଲ ସହ ଜୀବନ୍ତ ଗୁଳି ଝାଡଖଣ୍ଡ ପୋଲିସ ଜବତ କରିଥିଲା ।

ତେବେ ସୁନ୍ଦରଗଡ ପୋଲିସର ସୂଚନା ,ଝାଡଖଣ୍ଡ ପୋଲିସର ସହଯୋଗ କ୍ରମେ ବିହାରର ବାନିହର ପୋଲିସ ଏହି ସମସ୍ତ ଚାରି କୁଖ୍ୟାତ ଅପରାଧୀଙ୍କୁ ବାନିହରରୁ ଗିରଫ କରିଥିଲା । କୁଖ୍ୟାତ ଅଭିଯୁକ୍ତଙ୍କୁ ବିହାର ଛାପ୍ପା ପୋଲିସ ପଚରାଉଚରା କରୁଥିବା ନେଇ ସୁନ୍ଦରଗଡ ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ଏହି ଚାରି କୁଖ୍ୟାତ ଅପରାଧୀଙ୍କ ନାମରେ ବିହାର, ଓଡିଶା ଓ ଝାରଖଣ୍ଡରେ 150ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ଥିବା କଥା ଏସପି କହିଛନ୍ତି ।

ଏମାନଙ୍କ ନାମରେ ଲୁଣ୍ଠନ, ଲୁଟ,ଡକାୟତି ଓ ହତ୍ୟା ଭଳି ମାମଲା ଥିବା କଥା ଜଣାପଡିଛି । ତେବେ ଏହି ଅଭିଯୁକ୍ତମାନେ ବିହାର ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା କଥା ଏସପି କହିଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣିବା ପାଇଁ ସୁନ୍ଦରଗଡ ପୋଲିସ ବିହାରର ଛାପ୍ପା ଯାଇଥିବା କଥା ଏସପି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.