ETV Bharat / state

ସୁନ୍ଦରଗଡରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଏକାଧିକ ପ୍ରକଳ୍ପ ସହ କେନ୍ଦ୍ରୀୟ ବିଦ୍ୟାଳୟର କଲେ ଉଦଘାଟନ - NIT କ୍ୟାମ୍ପସରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ରାଉରକେଲା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏନ୍‌ଆଟିରେ କ୍ୟାମ୍ପସରେ ଉଦଘାଟନ ହେଲା କେନ୍ଦ୍ରୀୟ ବିଦ୍ୟାଳୟ । ଗୋଟିଏ କ୍ୟାମ୍ପସରେ କେଜି ଠାରୁ ପିଏଚ୍‌ଡ଼ି ପଢିପାରିବେ ଛାତ୍ରଛାତ୍ରୀ ।ଅଧିକ ପଢନ୍ତୁ

NIT କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ , ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Nov 30, 2023, 5:24 PM IST

NIT କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ , ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ଏନଆଇଟି କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୁନ୍ଦରଗସ୍ତରେ ଆସି ଏକାଧିକ ପ୍ରକଳ୍ପର ଉଦଘାଟନ ସହ ବଣାଇ କଲେଜର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ରାଉରକେଲା ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ରାଉରକେଲା NITରେ ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

NIT ରାଉରକେଲାରେ ମହାନଦୀ କୋଲଫିଲ୍ମ ଲିମିଟେଡ ପାଣ୍ଠି ସହାୟତାରେ ୪୨.୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏବଂ ଉଚ୍ଚଶିକ୍ଷା ଅର୍ଥଯୋଗାଣ ସଂସ୍ଥା ପାଣ୍ଠି ସହାୟତାରେ ୭୭.୫୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୦୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ । ଏହାସହ ୩୮.୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଓ ଶିକ୍ଷା ମନ୍ତ୍ରଣାଳୟର ଇକୋନୋମିକାଲ ଉଇକର ସେକ୍ସନ ଯୋଜନା ପାଣ୍ଠି ସହାୟତାରେ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହାବାଦ ଉଚ୍ଚଶିକ୍ଷା ଅର୍ଥ ଯୋଗାଣ ସଂସ୍ଥାରୁ ପରିସରରେ ୧୫ ଏମଏଲଡି ଦକ୍ଷତା ସମ୍ପନ୍ନ ସ୍ୱେରେଜ ଟ୍ରିଟମେଟ ପ୍ଲାଣ୍ଟ ଓ ୭୨ ଟି ଅଧ୍ୟାପନା ମଣ୍ଡଳୀ ବାସଗୃହ ପ୍ରକଳ୍ପରେ ମଧ୍ୟ ଉଦଘାଟନ କରିଛନ୍ତି ।

ଏନଆଇଟିର ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ପ୍ରଦାନ କରାଯିବା ସହ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଯାନ୍ତ୍ରିକବିଦ୍ୟା ଓ ଗଣିତଶାସ୍ତ୍ର( ଏସଟିଇଏମ) ଅଧ୍ୟୟନ ପ୍ରକ୍ରିୟାରେ ଛାତ୍ରୀମାନଙ୍କୁ ସାମିଲ କରିବା ନେଇ ପ୍ରତିଷ୍ଠାନ ଯତ୍ନବାନ ହୋଇଛି ଏବଂ ସେହିପରି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଯାନ୍ତ୍ରିକବିଦ୍ୟା ଓ ଗଣିତଶାସ୍ତ୍ର ୪ ଟି ବିଭାଗରେ ଛାତ୍ରୀଙ୍କ ପାଇଁ ୨୦ ପ୍ରତିଶତ ଆସନ ସଂରକ୍ଷିତ ଥିବାନେଇ କହି ଖୁସି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଏନଆଇଟି ପରିସରରେ ସ୍ଥାପିତ କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟ ଉଦଘାଟନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ, ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାତ୍ରା

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ମହାନଦୀ କୋଲଫିଲ୍ମ ଲିମିଟେଡର ଅଧ୍ୟକ୍ଷ କେଶବ ରାଓ ଏବଂ ବିଧାୟକ ଶଙ୍କର ଓରାମ ବିଧାୟକ କୁସୁମ ଟେଟେ, ବିଧାୟକ ଭବାନୀ ଶଙ୍କର ଭୋଇ କେନ୍ଦ୍ରୀୟ ବିଦ୍ୟାଳୟ ଭୁବନେଶ୍ଵର ଆଞ୍ଚଳିକ କାର୍ଯ୍ୟାଳୟ ଉପାଯୁକ୍ତ ଡକ୍ଟର ଶିହରଣ ବୋଷ ପ୍ରମୁଖ ଯୋଗ ଦେଇଛନ୍ତି ।

ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ରାଉରକେଲାରେ ପାନପୋଷ ଜିଲ୍ଲା ବିଜେପି ପକ୍ଷରୁ ବୀରମିତ୍ରପୁର, କୁଆଁରମୁଣ୍ଡା, ବେଦବ୍ୟାସ ଏବଂ ପାନପୋଷ ଛକଠାରେ ସମ୍ବର୍ଦ୍ଧନା ଦିଆଯାଇଛି । ଶେଷରେ ବଣାଇ କଲେଜରେ ସୁବର୍ଣ୍ଣ ଜୟନ୍ତୀ ଅବସରରେ ମଧ୍ୟ ମୁଖ୍ୟଅତିଥି ଭାବରେ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.