ETV Bharat / state

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର: ପରିଚୟ ପାଇଁ ଗଣମାଧ୍ୟମର ସହାୟତା ଲୋଡିଲା GRP - ଗଣମାଧ୍ୟମ

ରେଲୱେ ଟ୍ରାକରୁ ଅଜଣା ମୃତଦେହ ଉଦ୍ଧାର । ମୃତକଙ୍କ ବିଷୟରେ ପରିଚୟ ଦେବା ନେଇ ଗଣମାଧ୍ୟମର ସହାୟତା ଲୋଡିଲା GRP ପୋଲିସ । ଅଧିକ ପଢନ୍ତୁ...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ପରିଚୟ ପାଇଁ ଗଣମାଧ୍ୟମର ସହାୟତା ଲୋଡିଲା GRP

author img

By

Published : Jul 8, 2021, 7:00 AM IST

ସୁନ୍ଦରଗଡ: ରେଲୱେ ଟ୍ରାକରୁ ମୃତଦେହ ଉଦ୍ଧାର । ମଙ୍ଗଳବାର ରାଉକେଲା ସହର ଅଧିନ ଫଟାପାଇପ ଅଞ୍ଚଳର ରେଲୱେ ଟ୍ରାକରୁ ଉଦ୍ଧାର ହୋଇଛି ମୃତଦେହ । ରେଳ ଇଞ୍ଜିନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ । ରେଳବାଇ ପୋଲିସ ଘଟଣା ଜାଣିବାପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପୋଷ୍ଟ ମୋର୍ଟମ କରି ରାଉରକେଲା ସରକାରୀ ହସପିଟାଲର ଫ୍ରିଜରରେ ରଖିଥିବା ନେଇ ସୂଚନା ମିଳିଛି ।

ତେବେ ଏ ପର୍ଯ୍ୟନ୍ତ ମୃତକଙ୍କ କୌଣସି ପରିଚୟ ମିଳିପାରିନଥିବା ବେଳେ ମୃତକଙ୍କ ବିଷୟରେ ପରିଚୟ ଦେବା ନେଇ ଗଣମାଧ୍ୟମର ସହାୟତା ଲୋଡିଲା GRP ପୋଲିସ । ମୃତକଙ୍କ ବିଷୟରେ ଯଦି କେହି ପରିଚୟ ପାଆନ୍ତି ସେ ସୂଚନା ଦେବାକୁ ଅନୁରୋଧ କରିଛନ୍ତି । କିମ୍ବା ତାଙ୍କ ପରିବାର ଲୋକେ ଯଦି ଖବର ପାଆନ୍ତି ତେବେ ରାଉରକେଲା GRPଙ୍କୁ ଜଣାଇବା ନେଇ ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ସୁଶାନ୍ତ କୁମାର ବେହେରା ଅନୁରୋଧ କରିଛନ୍ତି ।

ମଙ୍ଗଳବାର ପୂର୍ବାହ୍ନ 10ଟା ସମୟରେ କିଛି ଲୋକ ଏ ସଂପର୍କରେ GRP ରାଉରକେଲାଙ୍କୁ ସୂଚନା ଦେଇଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.