ETV Bharat / state

Rourkela Double Murder: ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଟାଙ୍ଗରପଲ୍ଲୀ ପୋଲିସ

ରାଉରକେଲା ଡବଲ ମର୍ଡର ଘଟଣା । ପୂର୍ବରୁ ୩ ଜଣ ଗିରଫ ହୋଇଥିବା ବେଳେ ଗୁରୁବାର ୨ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

Rourkela Double Murder
Rourkela Double Murder
author img

By

Published : Feb 10, 2023, 11:09 AM IST

Rourkela Double Murder

ରାଉରକେଲା: ଫର୍ଟିଲାଇଜର କନ୍‌ଷ୍ଟ୍ରକ୍ସନ କଲୋନୀ ଦୁଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଫୋପାଡ଼ି ଦେବା ଘଟଣା । ପୂର୍ବରୁ ତିନିଜଣ ଗିରଫ ହୋଇଥିବା ବେଳେ ଗୁରୁବାର ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ଟାଙ୍ଗରପଲ୍ଲୀ ପୋଲିସ । ମୃତ ଯୁବକ ଇନ୍ଦ୍ରଜିତ ସ୍ୱାଇଁ କଣ୍ଟ୍ରାକ୍ଟର ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସାଙ୍ଗ ସଞ୍ଜୟ ଦାସ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ ଜମିବାଡିକୁ ନେଇ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ପୋଲିସ ।

ସୂଚନାଅନୁସାରେ, ଜମିବାଡି ବିବାଦକୁ ନେଇ କିଛି ବ୍ୟକ୍ତିଙ୍କ ସହ ଇନ୍ଦ୍ରଜିତଙ୍କ କଳହ ଲାଗିରହିଥିଲା । ତେବେ ଗତ ୪ ତାରିଖରେ ହତ୍ୟାକାରୀମାନେ ଶାବଳ, ଲାଠି ଭଳି ମାରଣାସ୍ତ୍ର ବ୍ୟବହାର କରି ଇନ୍ଦ୍ରଜିତଙ୍କୁ ହତ୍ୟା କରିଥିଲେ । ଇନ୍ଦ୍ରଜିତ ସ୍ବାଇଁଙ୍କୁ ଅଭିଯୁକ୍ତମାନେ ହତ୍ୟା କରୁଥିବା ବେଳେ ତାଙ୍କ ସାଙ୍ଗ ସଞ୍ଜୟ ସେଠାରେ ପହଞ୍ଚିଥିଲେ । ଇନ୍ଦ୍ରଜିତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତମାନେ ସଞ୍ଜୟଙ୍କୁ ମଧ୍ୟ ନିର୍ମମ ଭାବରେ ହତ୍ୟା କରିଥିଲେ । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ, ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ସଫଳ ହୋଇଛି । ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତ ହେଲେ ଗଞ୍ଜୁ ଭୂମିଜ ଏବଂ ଶୁକ୍ରମଣି ଭୂମିଜ ।

ଏହା ମଧ୍ୟ ପଢନ୍ତୁ: Rourkela Double Murder: ୩ ଅଭିଯୁକ୍ତ ଗିରଫ, ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ

ପୋଲିସର କହିବା ଅନୁସାରେ," ହତ୍ୟା ଦିନ ମୃତ ଇନ୍ଦ୍ରଜିତ ସ୍ବାଇଁ ଓରଫ ଫୁଟି ଏବଂ ସଂଜୟ କୁମାର ଦାଶ ଓରଫ ଚଗଲୁ ସକାଳେ ଘରୁ ବାହାରିଥିଲେ । ଏପରି କି ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ଘରକୁ ଫେରିଥିଲା । ଇନ୍ଦ୍ରଜିତ୍ ଟାଙ୍ଗରପଲ୍ଲୀ ଅଞ୍ଚଳରେ ଠିକାଦାରୀ କାମ କରୁଥିଲା । ସେଠାକାର ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଇନ୍ଦ୍ରଜିତ ସ୍ବାଇଁ ଓରଫ ଫୁଟି ଏବଂ ସଂଜୟ କୁମାର ଦାଶ ଲାଲଟାଙ୍କି ଅନ୍ତର୍ଗତ ବନ୍ଧବସାରେ ବାସ କରୁଥିବା ବାପି ସହ ମିଶି ଗୋଟିଏ ବାଇକରେ ଘରୁ ବାହାରିଥିଲେ । ତାଙ୍କୁ ପ୍ଲାନିଂ କରି ଭୋଜି କରିବା ପାଇଁ ଲାଲ ନାମକ ଜଣେ ଯୁବକ ଇନ୍ଦ୍ରଜିତଙ୍କୁ ଡାକି ନେଇ ପ୍ଲାନିଂ ଗଞ୍ଜୁ ଘରକୁ ନେଇଥିଲା ଏବଂ ସେଠାରେ ଇନ୍ଦ୍ରଜିତଙ୍କୁ ମଦ ପିଆଇଥିଲା । ଏହାପରେ ସେମାନଙ୍କୁ ହତ୍ୟାକରି ଫିଙ୍ଗି ଦେଇଥିଲେ ।"

ଏହି ଘଟଣାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ପୂର୍ବରୁ ଗିରଫ ଗିରଫ କରିଥିବା ବେଳେ ଗୁରୁବାର ଦୁଇ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟାଙ୍ଗରପଲ୍ଲୀ ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନ୍ୟ ଏକ ଅଭିଯୁକ୍ତ ଫେରାର ରହିଥିବା ବେଳେ ତଦନ୍ତ ଜାରି ରହିଥିବା ନେଇ ରାଉରକେଲା ଡିଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.