ରାଉରକେଲା: ସୁନ୍ଦରଗଡ ପୋଲିସକୁ ସଫଳତା । ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଧରିଲା ଭଷ୍ମା ପୋଲିସ । ଏହା ସହ ସେମାନଙ୍କ ଠାରୁ 2 କେଜିର ଗଞ୍ଜେଇ ଓ ଗୋଟିଏ ବାଇକ ଜବତ ହୋଇଛି । ଗିରଫ ଦୁଇ ଜଣ ହେଲେ ସମୀର ତିର୍କୀ ଓ ବିଜୟ ନାୟକ । ଉଭୟ ଛତିଶଗଡ ଜଶପୁର ଜିଲ୍ଲାର ଫର୍ସାବାହାଲର ।
ଅଭିଯୁକ୍ତ ଦୁଇଜଣ ଏକ ପଲସର ମୋଟର ସାଇକେଲରେ ଗଞ୍ଜେଇ ନେଇ ସୁନ୍ଦରଗଡ ଅଭିମୁଖେ ଆସୁଥିବା ନେଇ ଭଷ୍ମା ପୋଲିସକୁ ସୂଚନା ମିଳିଥିଲା । ଅଭିଯୁକ୍ତ ଦୁଇଜଣ ସମ୍ବଲପୁରରୁ ଏହି ଗଞ୍ଜେଇ ନେଇ ସୁନ୍ଦରଗଡ ଜିଲ୍ଲା ପଣ୍ଡ୍ରିପାଣି ଚାଲାଣ କରୁଥିବା ବେଳେ ପୋଲିସ ଏମାନଙ୍କୁ ଗିରଫ କରିଛି । ଏହା ପରେ ସେମାନଙ୍କୁ ଧାରା 20 ( ଖ) (ii)(ଖ) NDPSରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ