ସୁନ୍ଦରଗଡ: ଟ୍ରକ ମାଲିକଙ୍କ ସମସ୍ୟାର ସମାଧାନ ନହେବାରୁ ଆସନ୍ତାକାଲି (ଗୁରୁବାର) ପ୍ରଶାସନ ବିରୁଦ୍ଧରେ 12 ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ଟ୍ରକ ମାଲିକ କୋର କମିଟି ।
କୋଇଲା ପରିବହନରେ ଉପୁଜିଥିବା ବିଭ୍ରାଟ, ସଠିକ ପରିବହନ ଭଡା ଧାର୍ଯ୍ୟ ନହେବା ଓ ବ୍ୟବସ୍ଥାରେ ସ୍ବଚ୍ଛତା ନରଖିବା ଓ ଟ୍ରକ ମାଲିକଙ୍କୁ ଜିଲ୍ଲାପାଳ ଆଶା ଦେଇ ନିରାଶ କରିବାକୁ କେନ୍ଦ୍ର କରି ଏହି ଡାକରା ଦେଇଛି କୋର କମିଟି ।
ଏନେଇ ଆଜି ବିଳମ୍ବିତ ସଂଧ୍ୟାରେ ଟ୍ରକ ମାଲିକମାନେ ଚାଲି ଚାଲି ସହର ପରିକ୍ରମା କରିବା ସହ ଆସନ୍ତାକାଲି 12 ଘଣ୍ଟିଆ ବନ୍ଦ ନେଇ ସୂଚନା ଦେବା ସହ ଓ ସମସ୍ତ ଜନ ସାଧାରଣଙ୍କ ଠାରୁ ସହଯୋଗ କାମନା କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ