ETV Bharat / state

ଟ୍ରକଚାଳକଙ୍କୁ ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ, 2 ଗିରଫ

ହେମଗିର ଥାନା କନ୍ଦାଧୁଡା (ବିଲେଇମୁଣ୍ଡା )ନିକଟରେ ଜଣେ ଟ୍ରକ ଚାଳକଙ୍କୁ ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ । ଗତକାଲି(ବୁଧବାର) ଦ୍ବିପ୍ରହରରେ ଘଟିଛି ଏହି ଘଟଣା । ଘଟଣାରେ 2ଜଣ ଗିରଫ ହୋଇଥିବା ଜଣେ ଫେରାର ଅଛି । ଅଧିକ ପଢନ୍ତୁ...

ଟ୍ରକ ଚାଳକଙ୍କୁ ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ, 2 ଗିରଫ

author img

By

Published : Sep 23, 2021, 12:22 PM IST

ସୁନ୍ଦରଗଡ଼: ହେମଗିର ଥାନା କନ୍ଦାଧୁଡା (ବିଲେଇମୁଣ୍ଡା )ନିକଟରେ ଜଣେ ଟ୍ରକ ଚାଳକଙ୍କୁ ବନ୍ଧୁକ ମୁନରେ ମରଣାନ୍ତକ ଆକ୍ରମଣ କରି ଲୁଟ । ଗତକାଲି(ବୁଧବାର) ଦ୍ବିପ୍ରହରରେ ଘଟିଛି ଏହି ଘଟଣା । ତେବେ ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା କନ୍ଦାଧୁଡା ନିକଟରେ ସୁବାଷ ସିଂ ନାମକ ଜଣେ ଟ୍ରକ ଚାଳକଙ୍କୁ କେତେକ ଦୁର୍ବୃତ୍ତ ବନ୍ଧୁକ ମୁନରେ ମାଡ ମାରି ଲହୁଲୁହାଣ କରିବା ସହ ତାଙ୍କ ନିକଟରୁ 12 ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ଫେରାର ମାରିଥିଲେ । ସୂଚନା ପାଇ ହେମଗିର ପୋଲିସ ତୁରନ୍ତ ଛତିଶଗଡ ଓ ବଳିଙ୍ଗା ପୋଲିସକୁ ସୂଚନା ଦେବା ସହ ସେମାନଙ୍କ ସାହାଯ୍ୟରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ , 3 ଟି ମୋବାଇଲ ଫୋନ ଓ କିଛି ଟଙ୍କା ଜବତ କରିଛି । ହେଲେ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି ।

ପୋଲିସ ହାତରେ ଧରା ପଡିଥିବା ଅଭିଯୁକ୍ତ ଦୁଇଜଣ ହେଲେ- ଅମିତ ପ୍ରଧାନ ଓ ଆଦିତ୍ୟ ପ୍ରଧାନ। ଏହି ଅଭିଯୁକ୍ତଙ୍କ ଘର ହେମଗିର ଥାନା ଅନ୍ତର୍ଗତ ଗିରିସୀମା ବୋଲି ଜଣାପଡିଛି । ସୂଚନାମୁତାବକ, ଏମାନେ ଦୁଇଟି ମୋଟର ସାଇକେଲ ଯୋଗେ ଆସି ଏହି କାଣ୍ଡ ଘଟାଇ ଫେରାର ମାରିଥିଲେ । ଏପଟେ ଟ୍ରକ ଚାଳକଙ୍କ ଦ୍ବାରା ବର୍ଣ୍ଣିତ ଅଭିଯୁକ୍ତ ମାନଙ୍କର ସ୍କେଜ ଆଧାରରେ ହେମଗିର ପୋଲିସ ଛତିଶଗଡ ପୋଲିସ ଓ ବଳିଙ୍ଗା ପୋଲିସକୁ ସୂଚନା ଦେଇଥିଲା । ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଜଣେ ଅଭିଯୁକ୍ତ ଛତିଶଗଡ ରାଜ୍ୟରେ ତମ୍ନା ଥାନା ବିଜ୍ନାରୁ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଗିରସୀମାରୁ ଗିରଫ ହୋଇଛି ।

ତେବେ ସମସ୍ତ ଅଭିଯୁକ୍ତ ଜଣେ ଜଣେ କୁଖ୍ୟାତ ଲୁଟେରା ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରେ କହିଛି । ଏମାନଙ୍କ ନାମରେ ଛତିଶଗଡ ରାଜ୍ୟ ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଜଣାପଡିଛି । ହେମଗିର ପୋଲିସ କେଶ ନମ୍ବର – 240 ରେ ଦଫା – 394/34 IPC, 25/27 ଆର୍ମ ଆକ୍ଟରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି । ଏହା ସହ ଗୁରୁତର ଟ୍ରକ ଚାଳକଙ୍କୁ ହେମଗିର ଡାକ୍ତରଖାନାରେ ସୁରକ୍ଷାର ସହିତ ଚିକିତ୍ସା ଯୋଗାଇଛି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.