ETV Bharat / state

ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଆଦିବାସୀ ମଞ୍ଚ

author img

By ETV Bharat Odisha Team

Published : Oct 6, 2023, 10:48 PM IST

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ରହସ୍ୟ ଜନକ ମୃତ୍ୟୁ । CBI ତଦନ୍ତ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହଶହ ଆଦିବାସୀ । ଅଧିର ପଢନ୍ତୁ

ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଆଦିବାସୀ ମଞ୍ଚ

ସୁନ୍ଦରଗଡ଼: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ ଘେରିଲେ ଆଦିବାସୀ ମଞ୍ଚ । ଆଜି ଶହ ଶହ ଆଦିବାସୀ ନ୍ୟାୟ ପ୍ରଦାନ ଦାବିରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ ସୁନ୍ଦରଗଡ ଜିଲ୍ଲାପାଳ ସୁସ୍ମିତାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏହାସହ ସେମାନଙ୍କୁ ଗିରଫ କରାଯିବା ସହ ଫାଶୀଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି । ସୁସ୍ମିତା ମିଞ୍ଜଙ୍କୁ ମୃତ୍ୟୁକୁ ନେଇ CBI ତଦନ୍ତ ପାଇଁ ମଧ୍ୟ ଦାବି ଜୋର ଧରିଛି । ଜଷ୍ଟିସ ଫର୍ ସୁସ୍ମିତା ନାରାରେ ଗର୍ଜିଥିଲା ଆଦିବାସୀ ମଞ୍ଚ । ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କୁ ନ୍ୟାୟ ଦାବିରେ ଆଜି ପରିବାର ଲୋକେ ଏବଂ ଆଦିବାସୀ ମଞ୍ଚ ପକ୍ଷରୁ ରାଜରାସ୍ତାରେ ଶହ ଶହ ଆଦିବାସୀ ଏକାଠି ହୋଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ବିରୋଧରେ ଗର୍ଜିବା ସହ CBI ତଦନ୍ତ ଦାବି କରିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସାମ୍ନାକୁ ଆସନ୍ତୁ ଏବଂ ସୁସ୍ମିତା ମିଞ୍ଜ ମୃତ୍ୟୁର ଅସଲ କାରଣ କୁହନ୍ତୁ ଏବଂ କେଉଁଥିପାଇ ଆମ ଝିଅ ସୁସ୍ମିତାଙ୍କୁ ହତ୍ୟା କରାଯାଇଛି ତାହାର ଉତ୍ତର ଯଥା ଶୀଘ୍ର ଦିଆଯାଉ ବୋଲି ଦାବି କରିଥିଲେ ପରିବାର ଲୋକେ ।ପରିବାର ଲୋକଙ୍କୁ ପ୍ରଶାସନ ସାହାଯ୍ୟ କରିବା ବଦଳରେ ପରିବାର ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ଲାଗିଛି ପୋଲିସ ବିଭାଗ ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢନ୍ତୁ...ଖୋଲୁନି ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ରହସ୍ୟ, ସୁସ୍ମିତାଙ୍କ ସ୍ବାମୀଙ୍କୁ ପଚରାଉଚରା

ତେବେ ବର୍ତ୍ତମାନ ପ୍ରଶାସନ ଏବଂ ପୋଲିସ ବିରୋଧରେ ମଧ୍ୟ ତେଜୁଛି ଅସନ୍ତୋଷ । ଗତକାଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା ବେଳେ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ ଏବଂ ଆଦିବାସୀ ମଞ୍ଚ ।

ସୂୂଚନା ଯୋଗ୍ୟ ରାଉରକେଲା ADM ଅଫିସରେ କାର୍ଯ୍ୟ କରୁଥିବା ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ପାର୍କ ଭିତର ପୋଖରୀରୁ ଉଦ୍ଧାର କରାଯାଇଥିଲା । ଟ୍ରାଫିକ୍‌ ଗେଟ୍‌ ନିକଟସ୍ଥ ସେନ୍‌ସରୀ ପାର୍କ ପରିସରରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ଲାଣ୍ଟସାଇଟ୍‌ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ । ସୁସ୍ମିତା ମିଞ୍ଜ ପରିବାରକୁ ନ୍ୟାୟ ଦାବିରେ ଆନ୍ଦୋଳନ ବଢିବାରେ ଲାଗିଛି ।

ଇଟିଭଇ ଭାରତ,ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.