ETV Bharat / state

ଘରୋଇ କମ୍ପାନୀ ଜମି ଅଧିଗ୍ରହଣକୁ ବିରୋଧ କରି ଆଦିବାସୀଙ୍କ ବିକ୍ଷୋଭ - ସୁନ୍ଦରଗଡରେ ଆଦିବାସୀଙ୍କ ବିକ୍ଷୋଭ

OCL ଓ JSW ପାଇଁ ପ୍ରଶାସନ ଦ୍ୱାରା ଆରମ୍ଭ ହୋଇଥିବା ଜମି ଅଧିଗ୍ରହଣ ବ୍ୟବସ୍ଥାକୁ ବିରୋଧ କରି ହଜାର ହାଜର ଆଦିବାସୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।

ଘରୋଇ କମ୍ପାନୀ ଜମି ଅଧିଗ୍ରହଣକୁ ବିରୋଧ କରି ଆଦିବାସୀଙ୍କ ବିକ୍ଷୋଭ

author img

By

Published : Dec 10, 2021, 10:26 PM IST

ସୁନ୍ଦରଗଡ : ଘରୋଇ କମ୍ପାନୀ ଜମି ଅଧିଗ୍ରହଣକୁ ବିରୋଧ । ଏନେଇ ତାତିଲେ ଆଦିବାସୀ । ଓସିଏଲ (OCL) ଓ JSWକୁ ଇଞ୍ଚେ ଜମି ନ ଦେବାକୁ ଜିଲ୍ଲା ପ୍ରଶାସନକୁ ଚେତାବନୀ । ଏନେଇ ଶୁକ୍ରବାର ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ଆସି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେବା ସହ ବେଆଇନ ଜମି ଅଧିଗ୍ରହଣ ନୀତିରୁ ନିବୃତ୍ତ ରହିବାକୁ କହିଛନ୍ତି । ଆଦିବାସୀଙ୍କ ନେତା ତଥା ଏହି ଆନ୍ଦୋଳନର ମଙ୍ଗ ଧରିଥିବା ଜର୍ଜ ତିର୍କିଙ୍କ ନେତୃତ୍ୱରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ତେବେ ଜିଲ୍ଲାପାଳଙ୍କୁ ବାରମ୍ବାର ଅନୁରୋଧ କରିବା ଓ ତାଗିଦ କରିବା ପରେ ମଧ୍ୟ ଜିଲ୍ଲାପାଳ ଆଦିବାସୀ ବିରୋଧି କାମ କରି ଥିବା ଅଭିଯୋଗ ହୋଇଛି ।

ଘରୋଇ କମ୍ପାନୀ ଜମି ଅଧିଗ୍ରହଣକୁ ବିରୋଧ କରି ଆଦିବାସୀଙ୍କ ବିକ୍ଷୋଭ

ଜିଲ୍ଲାପାଳ ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀଙ୍କ ପାଇଁ ଥିବା ସମସ୍ତ ନୀତି ଓ ନିୟମକୁ ଖୁଲମଖୁଲା ଉଲଘଂନ କରି କମ୍ପାନୀ ପ୍ରୀତି ଦେଖାଇ ଚାଲିଛନ୍ତି । ଜିଲ୍ଲାପାଳଙ୍କ ଏହି ନୀତିରେ ଏବେ କୁତ୍ରା ଓ ରାଜଗାଙ୍ଗପୁର ଅଞ୍ଚଳର ପ୍ରାୟ 70 ହଜାର ପରିବାର ଭୟଙ୍କର ବିପତ୍ତି ଭୋଗିବାକୁ ଯାଉଥିବା କହିଛନ୍ତି ଜର୍ଜ ତିର୍କୀ । ଯାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ଏହି ସମସ୍ୟାର ସମାଧାନ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ସରକାର ଆଜିର ଘଟଣା ପରେ ଯଦି ଚୁପ ବସନ୍ତି । ତେବେ ସପ୍ତାହ ବ୍ୟାପି ଏହି ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.