ETV Bharat / state

ହାଇଟେକ ସର୍ଭେକୁ ବିରୋଧ କରି ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଦିବାସୀ

author img

By

Published : Jul 2, 2023, 9:21 AM IST

ହାଇଟେକ ସର୍ଭେ ଏବଂ ବନ୍ଦୋବସ୍ତକୁ ବିରୋଧ କରି ସୁନ୍ଦରଗଡ଼ରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଆଦିବାସୀ । ଏହି ସର୍ଭେ ଦ୍ବାରା ଆଦିବାସୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରିଛି ଆଦିବାସୀ ସଂଘ । ଅଧିକ ପଢ଼ନ୍ତୁ

tribal community stage protest in sundargarh
ସୁନ୍ଦରଗଡ଼ରେ ଆଦିବାସୀଙ୍କ ଆନ୍ଦୋଳନ
ସୁନ୍ଦରଗଡ଼ରେ ଆଦିବାସୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼: ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ଆଦିବାସୀ । ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ହାଇଟେକ ସର୍ଭେ ଏବଂ ବନ୍ଦୋବସ୍ତକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଏବଂ ଆଦିବାସୀ ମଞ୍ଚ ପକ୍ଷରୁ ଆଦିବାସୀଙ୍କୁ ସୁରକ୍ଷା ଦାବି ନେଇ ସୁନ୍ଦରଗଡ଼ ସହରରେ ଏକ ବିଶାଳ ରାଲି କରି ଜିଲ୍ଲାପାଳ କାର୍ଯ୍ୟାଳୟ ଧାରଣା ଦେଇଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: ଆଦିବାସୀଙ୍କ ଉନ୍ନତି ନାଁରେ ଚାଲିଛି ଶୋଷଣ, ITDA କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ହାଇଟେକ ସର୍ଭେକୁ ବେଆଇନ ଦର୍ଶାଇ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ ଲୋକଙ୍କ ପାଇଁ ମାଟି ବଞ୍ଚାଅ ମଞ୍ଚ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହା ବିରୁଦ୍ଧରେ ମଞ୍ଚ ପକ୍ଷରୁ ହଜାର ହଜାର ଆଦିବାସୀ ଏକତ୍ର ହୋଇ ନୂଆ ବସଷ୍ଟାଣ୍ଡ ଲୁହୁରାଢ଼ିପା ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସି ଧାରଣା ଦେଇଥିଲେ । ହାଇଟେକ ସର୍ଭେ ଓ ବନ୍ଦୋବସ୍ତକୁ ରଦ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ବିରୋଧ ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଯୋଗ ଦେଇ ଆଦିବାସୀଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ । ଏନେଇ ସେ କହିଛନ୍ତି, "ରାଜ୍ୟ ସରକାର ଆଦିବାସୀଙ୍କ ସୁରକ୍ଷା କରିବାରେ ଅସଫଳ ହୋଇଛନ୍ତି । ହାଇଟେକ ସର୍ଭେ ଦ୍ୱାରା ଆଦିବାସୀ ଲୋକେ ହଇରାଣ ହେବେ । ବହୁ ସାଧାରଣ ଆଦିବାସୀ ଲୋକେ ନିଜର ଭିଟାମାଟି ହରାଇବେ । ସରକାର ଛଳନା କରି ଆଦିବାସୀଙ୍କ ଜମିକୁ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ କଂଗ୍ରେସ ଏହାର ବିରୋଧ କରିବ ।"

ଏହା ମଧ୍ଯ ପଢ଼ନ୍ତୁ: ସାନ୍ତାଳୀ ଭାଷାକୁ ମାନ୍ୟତା ଦାବି, ଆଦିବାସୀ ସଂଗଠନର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ସର୍ଭେ କରାଯାଉ ଏବଂ ଯେଉଁଥିରେ ସମସ୍ତ ଆଦିବାସୀ ଲୋକଙ୍କ ଜମିଜମା ଏବଂ ଭିଟାମାଟି ସୁରକ୍ଷିତ ରହିବ ସରକାର ସେଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆଦିବାସୀ ମଞ୍ଚ ଦାବି କରିଛି । ଜଙ୍ଗଲ, ଜମି ଏବଂ ଜଳ ଉପରେ ଆଦିବାସୀଙ୍କ ସମ୍ପୂର୍ଣ୍ଣ ଅଧିକାର ରହିଛି ଯାହାକୁ କେହି ଛଡାଇ ନେଇ ପାରିବେ ନାହିଁ । ତେବେ ଏହାକୁ ଯଦି ସରକାର ଛଡାଇ ନେବାକୁ ଚେଷ୍ଟା କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛି କଂଗ୍ରେସ । ନଚେତ ଆଗମୀ ଦିନରେ ଏହାକୁ ନେଇ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.