ରାଉରକେଲା: ଆସନ୍ତାକାଲି ନିଜ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଭରିବେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ସେଥିପାଇଁ ନିଜ ପତ୍ନୀଙ୍କ ସହସରଣା ମା'ଙ୍କ ପୂଜା କରି ନିଜ ବିଜୟ ପ୍ରତି ଆତ୍ମ ବିଶ୍ବାସ ଥିବା କହିଛନ୍ତି । ଆଦିବାସୀ ପରମ୍ପରା ମୁତାବକ ଶୁଭ କାମ ଆରମ୍ଭ କରିବା ପୂର୍ବରୁ ସରଣା ମା'ର ପୂଜା ଅର୍ଚ୍ଚନା କରାଯାଏ ।
ନିଜ କାର୍ଯ୍ୟକାଳରେ ଜିଲ୍ଲାର ବିକାଶ ପାଇଁ ବହୁତ କାମ କରିବା କଥା କହିଛନ୍ତି ଜୁଏଲ। ମୋଦି ସରକାରଙ୍କ କାମ ତଥା ସର୍ଜିକାଲ ଷ୍ଟ୍ରାଇକ ସମସ୍ତେ ମନେ ରଖିଛନ୍ତି ବୋଲି ମଧ୍ୟକହିଛନ୍ତି ଜୁଏଲ ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ