ETV Bharat / state

ଚୋରକୁ ଘଉଡ଼ାଇବା ସମୟରେ ପିଟିଦେଲା ଟ୍ରଲର, ଚୋର ସମେତ ଠିକା ସଂସ୍ଥାର ଦୁଇ କର୍ମଚାରୀ ମୃତ

author img

By

Published : May 3, 2023, 8:14 AM IST

ଚୋରକୁ ପିଛା କରୁଥିବା ବେଳେ ଘଟିଲା ଅଘଟଣ । ଟ୍ରକ ଧକ୍କାରେ ଚୋର ସମେତ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଦୁଇ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ଚୋରକୁ ଘଉଡ଼ାଇବା ସମୟରେ ପିଟିଦେଲା ଟ୍ରଲର
ଚୋରକୁ ଘଉଡ଼ାଇବା ସମୟରେ ପିଟିଦେଲା ଟ୍ରଲର

ରାଉରକେଲା: ଚୋରକୁ ଧରିବାକୁ ଯାଇ ଘଟିଲା ଦୁର୍ଘଟଣା । ଚୋରକୁ ପିଛା କରୁଥିବା ବେଳେ ଘଟିଲା ଅଘଟଣ । ଟ୍ରକ ଧକ୍କାରେ ତିନି ଜଣଙ୍କ ମୃତ୍ୟୁ । ଚୋର ସହ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ଚୋର ସମେତ ମୃତ ଅନ୍ୟ ଦୁଇ ଜଣ ହେଉଛନ୍ତି ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଦୁଇ କର୍ମଚାରୀ ।

ଘଟଣା ଅନୁସାରେ ହେମଗିରି ଥାନା ବାଙ୍କିବାହାଲ- ଟପରିଆ ରାସ୍ତାର ବିଲେଇମୁଣ୍ଡା ନିକଟ ଛତାବର ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିଲା । ତେବେ ସେଥିରୁ ଟାୟାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରି କରିବା ଉଦ୍ଦେଶ୍ୟରେ ତିନି ଜଣ ଚୋର ସେଠାକୁ ଆସିଥିଲେ । କିନ୍ତୁ ସେଠାରେ ରାସ୍ତା ନିର୍ମାଣକାରୀ ସଂସ୍ଥାର ସିକ୍ୟୁରିଟି ଗାର୍ଡ ଚୋରଙ୍କୁ ଦେଖି ଘଉଡାଇ ଦେଇଥିଲେ । ତେବେ ସୁରକ୍ଷା କର୍ମଚାରୀ ଚୋରକୁ ଘଉଡାଇବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଯାହାକୁ ନେଇ ଚୋର ଏବଂ ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଭଳି ପରିସ୍ଥିତି ଉପୁଜିବା ଫଳରେ ସମସ୍ତ କର୍ମଚାରୀ ଏକାଠି ହୋଇଥିଲେ । ଏହାକୁ ଦେଖି ଚୋରମାନେ ଦୌଡ଼ି ପଳାଉଥିଲେ । ତେବେ ଏହି ସମୟରେ ଚୋରଙ୍କୁ ଠିକା କର୍ମଚାରୀ ସଂସ୍ଥାର ସୁପର ଭାଇଜର ଏବଂ ସିକ୍ୟୁରିଟି ଗାର୍ଡ ଘଉଡ଼ାଇ ଥିଲେ । ଚୋରଙ୍କୁ ସୁପରଭାଇଜର ଏବଂ ସିକ୍ୟୁରୀଟି ଗାର୍ଡ ଗୋଡ଼ାଉଥିବା ବେଳେ ହଠାତ ସାମ୍ନା ପଟରୁ ଏକ ଟ୍ରଲର ଆସି ତିନି ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ତିନି ଜଣଙ୍କୁ ଧକ୍କା ଦେବା ପରେ ଟ୍ରଲରଟି ଅଳ୍ପ ଦୂର ଯାଇ ଓଲଟି ପଡିଥିଲା ।

ଏହାକୁ ନେଇ ଠିକା ସଂସ୍ଥା ପକ୍ଷରୁ ପୋଲିସକୁ ଖବର କରାଯାଇଥିଲା । ହେମଗିରି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି । ମୃତକ ମାନେ ହେଉଛନ୍ତି ଠିକା ସଂସ୍ଥାର କର୍ମଚାରୀ ବରଗଡ଼ ଜିଲ୍ଲା ଭେଡେନ ଥାନା ମହୁଲପାଲି ଗାଁର ମାନସ କୁମାର ରଥ, ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଉଡୁସୁ ଗାଁର ପ୍ରିନ୍ସ ନାଏକ ଏବଂ ଚୋରି କରିବା ପାଇଁ ଆସିଥିବା ବ୍ୟକ୍ତି ଜଣକ ହେମଗିରି ଥାନା ବଲିଙ୍ଗା ଗାଁର ବୁଢ଼ା ଚିଟିକି ବୋଲି ଜଣା ପଡିଛି । ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ତେବେ ଜଣେ ଚୋର ସହ ଦୁଇ ଜଣ ଠିକା ସଂସ୍ଥା କର୍ମଚାରୀ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚୋର ଫେରାର ମାରିଛନ୍ତି । ସେମାନଙ୍କୁ ପୋଲିସ ଖୋଜିବାକୁ ଚେଷ୍ଟା ଜାରି ରଖିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.