ETV Bharat / state

ସାହାଣୀ କପ କ୍ୱାର୍ଟର ଫାଇନାଲ; 4 ଗ୍ରାଉଣ୍ଡରେ 4 ମ୍ୟାଚ - ସାହାଣୀ କପ କ୍ୱାର୍ଟର ଫାଇନାଲ

ରାଜ୍ୟର ବହୁ ପ୍ରତିକ୍ଷୀତ ତଥା ସମ୍ମାନ ଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାହାଣୀ କପର ଆଜି ପ୍ରଥମ ଦିନ କ୍ବାର୍ଟର ଫାଇନାଲ ପ୍ରତିଯୋଗିତା । ଅଧିକ ପଢନ୍ତୁ...

ସାହାଣୀ କପର ଆଜି ପ୍ରଥମ କ୍ୱାର୍ଟର ଫାଇନାଲ, 4 ଗ୍ରାଉଣ୍ଡରେ 4 ମ୍ୟାଚ

author img

By

Published : Feb 11, 2021, 10:53 PM IST

ସୁନ୍ଦରଗଡ: ରାଜ୍ୟର ବହୁ ପ୍ରତିକ୍ଷୀତ ତଥା ସମ୍ମାନ ଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାହାଣୀ କପର କ୍ବାର୍ଟର ଫାଇନାଲ ପ୍ରତିଯୋଗିତା । ଗୁରୁବାର ଚାରୋଟି ଗ୍ରାଉଣ୍ଡରେ 4ଟି ମ୍ୟାଚ ଖେଳା ଯାଇଛି । ପ୍ରତ୍ୟେକ ଗ୍ରାଉଣ୍ଡରେ ଖେଳ ଯେପରି ସୁରୁଖରୁରେ ଚାଲିବ ଓ ଖେଳାଳି ମାନେ ଯେପରି ଭାଇଚାରାରେ ଖେଳିବେ ସେ ନେଇ ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି ।

ସାହାଣୀ କପର ଆଜି ପ୍ରଥମ କ୍ୱାର୍ଟର ଫାଇନାଲ, 4 ଗ୍ରାଉଣ୍ଡରେ 4 ମ୍ୟାଚ

କେତେକ ଗ୍ରାଉଣ୍ଡରେ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଖେଳ ପଡିଆ ଓ ଖାଳାଳୀଙ୍କ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଗୁରୁବାର ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ତସଲାଡିହି ମିନି ଷ୍ଟାଡିୟମରେ ବରଗଡ ଓ ସମ୍ବଲପୁର ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏହି ଖେଳରେ ସମ୍ବଲପୁର ଦଳ 2-1 ରେ ଆଗୁଆ ରହି ସେମିଫାଇନାଲ ଖେଳିବାର ସୁଯୋଗ ପାଇଛି । ସେହିପରି ସ୍ପୋର୍ଟସ କମ୍ପ୍ଲେକ୍ସ ଷ୍ଟାଡିୟମରେ ସୁନ୍ଦରଗଡ ଓ ଅନୁଗୁଳ ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । କ୍ରୀଡା ସଂସଦର ଅନୁରୋଧରେ ବରିଷ୍ଠ ଆଇନଜୀବୀ ତଥା ଶିକ୍ଷାବିତ ରାଜକିଶୋର ଷଡଙ୍ଗି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଳାଳୀଙ୍କୁ ଉତ୍ସାହିତ କରିଥିଲେ ।

ଏହି ମ୍ୟାଚରେ ସୁନ୍ଦରଗଡ ଦଳ 2-0 ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ଉଠିଛି । ସେହିପରି କିଞ୍ଜିର୍ମା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ସୁନ୍ଦରଗଡ ଯୋଗ ଦେଇ କ୍ୱାର୍ଟର ଫାଇନାଲ ମ୍ୟାଚର ଶୁଭ ଉଦ୍ଘାଟନ କରିଥିଲେ । ଏହି ଷ୍ଟାଡିୟମରେ କଟକ ଦଳ ଓ କନ୍ଧମାଳ ଦଳଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଅନ୍ତିମ ପର୍ଯ୍ୟାୟରେ କଟକ ଦଳ 1-0 ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନିତ ହୋଇଛି ।

ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ସେବତୀବାହାଲ ଗୋପବନ୍ଧୁ ଷ୍ଟାଡିୟମରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଓ ବଲାଙ୍ଗିର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ବାବେ ସୁନ୍ଦରଗଡ ବିଧାୟିକା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାରେ ବଲାଙ୍ଗିର ଦଳ ରାଉରକେଲା ଦଳ ଠାରୁ 3-1 ଗୋଲରେ ଆଗୁଆ ହୋଇ ସେମିଫାଇନାଲ ଖେଳିବାକୁ ଉନ୍ନିତ ହୋଇଛି । ଗୋପବନ୍ଧୁ ଷ୍ଟାଡିୟମର ଭିତ୍ତିଭୂମିର ଆହୁରି ଯେପରି ଉନ୍ନତି ହେବ ଏବଂ ଏହାକୁ ଏକ ମିନି ଷ୍ଟାଡିୟମରେ ଯେପରି ପରିଣତ କରାଯାଇପାରିବ ସେ ନେଇ ବିଧାୟିକାଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ସେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.