ETV Bharat / state

ଷ୍ଟିଲସିଟିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 10 ଲକ୍ଷ ମୂଲ୍ୟର ପ୍ଲାଷ୍ଟିକ ପାଇପ - ପ୍ଲାଷ୍ଟିକ ପାଇପରେ ନିଆଁ ଲାଗି ଅଗ୍ନିକାଣ୍ଡ

ରାଉରକେଲା ସହରର ଉଦିତ ନଗର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ 10ଲକ୍ଷ ମୂଲ୍ୟର ପ୍ଲାଷ୍ଟିକ୍‌ ପାଇପ ଜଳି ନଷ୍ଟ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

Terrible fire broke out in Rourkela, 10 lakhs worth of plastic pipes destroyed
ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 10 ଲକ୍ଷ ମୂଲ୍ୟର ପ୍ଲାଷ୍ଟିକ ପାଇପ
author img

By

Published : Nov 19, 2020, 3:48 PM IST

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ଉଦିତ ନଗର ଅଞ୍ଚଳରେ ଥିବା ପରେଡ ଗ୍ରାଉଣ୍ଡରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 10 ଲକ୍ଷ ମୂଲ୍ୟର ପ୍ଲାଷ୍ଟିକ ପାଇପ୍‌ ଜଳି ପାଉଁଶ ହୋଇଯାଇଥିବା ବେଳେ କେହି ମୃତାହତ ନେଇ ସୂଚନା ମିଳିନାହିଁ ।

ସୂଚନା ମୁତାବକ, ସହରର ଉଦିତ ନଗର ନିକଟରେ ଥିବା ପରେଡ ଗ୍ରାଉଣ୍ଡରେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ସେଠାରେ ରଖାଯାଇଥିବା ଲକ୍ଷାଧିକ ମୂଲ୍ୟର ସିଲିଣ୍ଡର ଆକୃତିର ପ୍ଲାଷ୍ଟିକ ପାଇପ୍‌ରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ 10ଲକ୍ଷ ମୂଲ୍ୟର ପାଇପ୍‌ ଜଳି ନଷ୍ଟ ହୋଇଯାଇଛି । ଘଟଣା ସଂପର୍କରେ ଖବର ପାଇବା ପରେ 5ଟି ଅଗ୍ନିଶମ ବାହିନୀ ଦଳ ପହଞ୍ଚି ଦୀର୍ଘ 2 ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ।

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି । ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇବା ପରେ ରାଉରକେଲା ଏସପି କେ ଶିଭା ସୁବ୍ରମଣି, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡା ଓ ଅନ୍ୟ ଅଧିକାରୀନମାନେ ପହଞ୍ଚିଥିଲେ । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.