ETV Bharat / state

TENSA NATURE CAMP: ପ୍ରକୃତିର ଗନ୍ତାଘର ଟେନସା ନେଚର କ୍ୟାମ୍ପ, ପ୍ରକୃତିପ୍ରେମୀଙ୍କ ପାଇଁ ପାଲଟିଛି ପ୍ରଥମ ପସନ୍ଦ - ଓଡ଼ିଶାରେ ନେଚର କ୍ୟାମ୍ପ

ସୁନ୍ଦର ପ୍ରକୃତି ସୁନ୍ଦର ସଂସ୍କୃତି ସହ ସୁନ୍ଦରତାର ଗନ୍ତାଘର ସୁନ୍ଦରଗଡ଼ । ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ରହିଛି ଟେନସା ନେଚର କ୍ୟାମ୍ପ ବା ଟେନସା ପ୍ରକୃତି ନିବାସ (Tensa Nature Camp) । ଏହି ସ୍ଥାନଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇଥିବା ବେଳେ ଏଠାକାର ଶାନ୍ତ ଓ ସଫାସୁତୁରା ପରିବେଶକୁ ପର୍ଯ୍ୟଟକ ବେଶ ପସନ୍ଦ କରିଛନ୍ତି । ଏହାକୁ ଓଡ଼ିଶାର ଦ୍ବିତୀୟ କାଶ୍ମୀର ବୋଲି ଲୋକେ କହୁଥିବା ବେଳେ ଶୀତ ଋତୁରେ ଏଠାକୁ ଜମିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ଦେଖନ୍ତୁ ଏହି ରିପୋର୍ଟ

Tensa Nature Camp
Tensa Nature Camp
author img

By

Published : Jan 9, 2023, 8:47 PM IST

TENSA NATURE CAMP

ରାଉରକେଲା: ପ୍ରକୃତିର ଗନ୍ତାଘର ଟେନସା ନେଚର କ୍ୟାମ୍ପ (Tensa Nature Camp) । ଜଙ୍ଗଲ ମଧ୍ୟରେ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରକୃତି କୋଳରେ ରହିଛି ଏହି ପ୍ରକୃତି ନିବାସ । ସ୍ବଚ୍ଛ ନୀଳ ଆକାଶ ତଳେ ପ୍ରକୃତି କୋଳରେ ଶୋଭା ପାଉଛି ତ୍ରିକୋଣୀୟ କୁଟୀରମାନ । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ପ୍ରାୟ ୧୧୦ କିମି ଦୂରରେ ଏହି ସୌନ୍ଦର୍ଯ୍ୟଭରା ସ୍ଥାନ ରହିଥିବା ବେଳେ ଛୁଟି କାଟିବା ଲାଗି ଏହା ପର୍ଯ୍ୟଟକଙ୍କ ବେଶ ପସନ୍ଦ ସ୍ଥାନ ପାଲଟିଛି । ଏଠାରେ ଶୀତଳତାର ସ୍ପର୍ଶରେ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେଉଛନ୍ତି ପର୍ଯ୍ୟଟକ । ଟେନସା ନେଚର କ୍ୟାମ୍ପର ସଫାସୁତୁରା ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କ ମନ ଜିଣିଥିବା ପର୍ଯ୍ୟଟକମାନେ କହିଛନ୍ତି ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସୁନ୍ଦରଗଡ଼ ଜିଲ୍ଲା । ପ୍ରକୃତି କହିଲେ ଲୋକଙ୍କ ମନରେ ଆସେ ପାହାଡ଼ ପର୍ବତ ସାଙ୍ଗକୁ ସବୁଜମୟ ଜଙ୍ଗଲ । ତେବେ ମଣିଷ ସହର ମଧ୍ୟରେ ରହି ନିତିଦିନିଆ ଧାଁ ଦୌଡ଼ କରି ବ୍ୟତିବ୍ରସ୍ତ ହୋଇଯିବା ପରେ ଖୋଜିଥାଏ ଟିକେ ଖାଲି ସମୟ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ବିଭାଗ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରକୃତି ନିବାସ ନିର୍ମାଣ କରିଛି । ଏଠାକାର ଶାନ୍ତ ପରିବେଶରେ ପର୍ଯ୍ୟଟକମାନେ ଛୁଟି କାଟିବାକୁ ଆସି ନିଜ ମନର ଥକ୍କାପଣକୁ ଦୂରେଇ ଦେଇପାରିବେ । ଜିଲ୍ଲାର ହିଲ ଷ୍ଟେସନ ସହ ଓଡ଼ିଶାର ଦ୍ୱିତୀୟ କାଶ୍ମୀର କୁହାଯାଉଥିବା ଏହି ଟେନସା ପ୍ରକୃତି ନିବାସକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି ।

ସୁନ୍ଦରଗଡ଼ ଜିଲ୍ଲା ହେଉଛି ପାହାଡ଼ ପର୍ବତ ସହ ସବୁଜ ବନାନୀ ଭରା ଜିଲ୍ଲା । ସୁନ୍ଦର ପ୍ରକୃତି ସୁନ୍ଦର ସଂସ୍କୃତି ସହ ସୁନ୍ଦରତାର ଗନ୍ତାଘର ସୁନ୍ଦରଗଡ଼ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଲେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି ଜିଲ୍ଲା । ଏଠାରେ ରହିଛି ବହୁ ସୌନ୍ଦର୍ଯ୍ୟମୟ ସ୍ଥାନ । ମନ୍ଦିରଠାରୁ ଆରମ୍ଭ କରି ନଦୀ ଏବଂ ପ୍ରକୃତି କୋଳରେ ଥିବା ଝରଣା ସହ ପିକନିକ ସ୍ପଟଠାରୁ ଆରମ୍ଭ କରି ହିଲ ଷ୍ଟେସନ । ଏଠାକାର ସମସ୍ତ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ ଟେନସା । ସବୁଜ ବନାନୀ ଜଙ୍ଗଲ ସାଙ୍ଗକୁ ନୀଳ ଆକାଶ ଏହି ଟେନସା ନେଚର କ୍ୟାମ୍ପର ସୌନ୍ଦର୍ଯ୍ୟ ବଢାଉଛି ।

ଏହା ବି ପଢନ୍ତୁ- ଦାମ କହିଲେ ନବୀନଙ୍କ ବିକଳ୍ପ ନାହିଁ, ସୁର କହିଲେ କଂଗ୍ରେସ

ତେବେ ଟେନସା ନିଜର ପାଣିପାଗ ସହ ଏହାର ଜଳବାୟୁ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ତେବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନିର୍ମାଣ କରିଛନ୍ତି ଏହି କ୍ୟାମ୍ପ । ବାଦଲ ଛୁଆଁ ପାହାଡ଼ ପର୍ବତ ସହ ଏହାର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି ପର୍ଯ୍ୟଟକ । ଏହି କ୍ୟାମ୍ପ ମଧ୍ୟରେ ସୁନ୍ଦର ସୁନ୍ଦର ଫୁଲ ଏବଂ ୱାଟର ଫାଉଣ୍ଟେନ ସହ ରହିଛି ବହୁ ଦୁର୍ଲଭ ଗଛ ବୃକ୍ଷ । ଯାହା ଏହି ନେଚର କ୍ୟାମ୍ପର ସୁନ୍ଦରତାକୁ ଆହୁରି ଦ୍ବିଗୁଣିତ କରୁଛି । ଏଠାକୁ ଆସିଥିବା ପର୍ଯ୍ୟଟକ ରିମିତା ସେନ କହିଛନ୍ତି, " ମୁଁ ୟୁଟ୍ୟୁବରେ ଏହି ସ୍ଥାନଟିକୁ ଦେଖିଥିଲି । ଏଠାକୁ ଆସିବା ପରେ ମୁଁ ଅଭୁଲା ସ୍ମୃତି ସାଉଣ୍ଟିଛି । ଏଠାରେ ସମସ୍ତ ପ୍ରକାର ସୁବିଧା ଆମେ ପାଇଛୁ । ସବୁଠାରୁ ଖାସ କଥା ହେଉଛି କ୍ୟାମ୍ପର ସବୁସ୍ଥାନ ସାଙ୍ଗକୁ କୋଠରୀ ସଫାସୁତୁରା ରହିଛି ।"

ପ୍ରକୃତି କୋଳରେ ଖୁବ ସୁନ୍ଦର ଭାବରେ ସଜାଇ ହୋଇଥିବା ଏହି ଟେନସା ନେଚର କ୍ୟାମ୍ପରେ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ବିଭିନ୍ନ ସୁବିଧା । ସୁନ୍ଦର ଭାବରେ ନିର୍ମାଣ କରାଯାଇଛି ପର୍ଯ୍ୟଟକଙ୍କ ପାଇଁ ରହିବା ଖାଇବା ଏବଂ ଅନ୍ୟାନ୍ୟ ସୁବିଧା । ପର୍ଯ୍ୟଟକଙ୍କ ରହିବା ପାଇଁ ବିଭିନ୍ନ ଋତୁର ନାମ ଯେପରିକି ଗ୍ରୀଷ୍ମ, ବର୍ଷା, ହେମନ୍ତ, ଶରତ, ବସନ୍ତ, ଶୀତ, ଏଭଳି ନାମରେ ନାମିତ ହୋଇଛି । ଖୁବ ଆକର୍ଷଣୀୟ ଢଙ୍ଗରେ ସମସ୍ତ କୋଠରୀଗୁଡ଼ିକୁ ନିର୍ମାଣ କରାଯାଇଛି । ଏଠାରେ ପର୍ଯ୍ୟଟକଙ୍କୁ ସବୁଠାରୁ ଅଧିକ ଆକୃଷ୍ଟ କରୁଛି ୱାଚ ଟାୱାର । ଏଠାରେ ଛିଡା ହୋଇ ଆପଣ ପ୍ରକୃତିକୁ ଉପଭୋଗ କରିପାରିବେ ।

ଏହି ସ୍ଥାନକୁ ଯେଉଁ ପର୍ଯ୍ୟଟକ ଆସୁଛନ୍ତି ସେମାନେ ଏକ ଅଭୁଲା ସ୍ମୃତି ସାଉଣ୍ଟିବା ସହ ସ୍ଥାନକୁ ବେଶ ପସନ୍ଦ କରିଛନ୍ତି । ପ୍ରକୃତି ପ୍ରେମୀଙ୍କ ପାଇଁ ଏ ହେଉଛି ସବୁଠାରୁ ସୁନ୍ଦର ଜାଗା ବୋଲି ମଧ୍ୟ କିଛି ପର୍ଯ୍ୟଟକ କହିଛନ୍ତି । ଶୀତ ଋତୁର ଆଗମନରେ ଛୁଟି କାଟିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.