ETV Bharat / state

ଟେନସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣା, 3 ଅଭିଯୁକ୍ତ କୋର୍ଟ ଚାଲାଣ - ଟେନ୍ସା ଫାଣ୍ଡି ଘଟଣା

ରାଉରକେଲା ପୋଲିସର ଜିଲ୍ଲା ଟେନସା ଫାଣ୍ଡି ଅଧିକାରୀ ଅଶୋକ ବେହେରାଙ୍କୁ ତୀର ମାଡ ଘଟଣାରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

ଟେନ୍ସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ ଘଟଣା, ତିନି ଅଭିଯୁକ୍ତ କୋର୍ଟ ଚାଲାଣ

author img

By

Published : Jan 6, 2021, 9:07 PM IST

ରାଉରକେଲା : ରାଉରକେଲା ପୋଲିସର ଜିଲ୍ଲା ଟେନସା ଫାଣ୍ଡି ଅଧିକାରୀ ଅଶୋକ ବେହେରାଙ୍କୁ ଗତକାଲି(ମଙ୍ଗଳବାର) ହୋଇଥିଲା ତୀର ମାଡ । ଏହି ଅଭିଯୋଗରେ ଲହୁଣୀପଡା ପୋଲିସ ଆଜି(ବୁଧବାର) ତିନି ଅଭିଯୁକ୍ତଙ୍କୁ ଗିରଫ କରି ରାଉରକେଲା କୋର୍ଟ ଚାଲାଣ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅପରାଧୀ ଅଛନ୍ତି । ଗିରଫ ତିନି ଅଭିଯୁକ୍ତ ହେଲେ, ଦୀନା ମୁଣ୍ଡା, ରାୟା ମୁଣ୍ଡା ଓ ବୁଧିନୀ ମୁଣ୍ଡା । ସମସ୍ତଙ୍କ ଘର ଟେନସା ଜିରୋ ପଏଣ୍ଟ ବୋଲି ଲହୁଣୀପଡା ପୋଲିସ ସୂଚନା ଦେଇଛି ।

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ଟେନସା ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ବେହେରାଙ୍କୁ ଅପରାଧୀମାନେ ତୀର ମାଡ କରିଥିଲେ । ଟେନସା ଅଞ୍ଚଳରେ ହେଉଥିବା ଅବାଧ ଚୋରାମଦ କାରବାରକୁ ରୋକିବାକୁ ଯାଇଥିବାବେଳେ ଥାନା ଅଧିକାରୀଙ୍କୁ ଦୁର୍ବୃତ୍ତମାନେ ତୀର ମାଡ କରିଥିଲେ । ଲହୁଣୀପଡା ଓ ଟେନସା ଫାଣ୍ଡି ପୋଲିସ ତାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ରାଉରକେଲା ଆଇ.ଜି.ଏଚ୍.ରେ ଭର୍ତ୍ତି କରିଥିଲେ । ସେ ଏବେବି ଗୁରୁତର ଥିବା କଥା ଲହୁଣୀପଡା ପୋଲିସ କହିଛି ।

ରାଉରକେଲାରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.