ରାଉରକେଲା: ଜେଲ ଭିତରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ୱତନ୍ତ୍ର ଜେଲ୍ ପରିସରରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଛି । ମୃତ କଏଦୀ ଜଣକ ହେଲେ କେବଳାଙ୍ଗ ଥାନା ଲଙ୍ଗଳକଟା ଗ୍ରାମର ସୁକ୍ରମ ମୁଣ୍ଡା । ହତ୍ୟା ମାମଲାରେ ଜେଲ୍ରେ ଦଣ୍ଡ ଭୋଗୁଥିବା ବେଳେ ଅଚାନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଛି । ପୋଲିସ ଘଟଣାର ତଦନ୍ତ କରୁଛି ।
ଏହା ମଧ୍ୟ ପଢ଼ନ୍ତୁ: ପୁରୀ ଜେଲ୍ରେ କଏଦୀ ମୃତ୍ୟୁ ଘଟଣା, ହତ୍ୟା ଅଭିଯୋଗ ଆଣିଲେ ପରିବାର
ସୂଚନା ଅନୁଯାୟୀ, ରବିବାର ସକାଳେ ସୁକ୍ରମ ମୁଣ୍ଡା ଚୁଟି କାଟିଥିଲେ ଏବଂ ଚୁଟି କାଟିବା ପରେ ଖାଦ୍ୟ ମଧ୍ୟ ଖାଇଥିଲେ । ଖାଦ୍ୟ ଖାଇବାର କିଛି ସମୟ ପରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। । ମୁଣ୍ଡ ବୁଲାଇବା ଯୋଗୁଁ ସେ ତଳେ ପଡ଼ିଯାଇଥିଲେ । ଜେଲ୍ କର୍ତ୍ତୃପକ୍ଷ ତୁରନ୍ତ ତାଙ୍କୁ ବଣାଇ ଉପ-ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ସୁକ୍ରମଙ୍କୁ ମୃତ ଘୋଷଣା କରିଥିଲେ । 2020 ମସିହାରୁ ଏକ ହତ୍ୟାକାଣ୍ଡକୁ ନେଇ ଜେଲରେ ଦଣ୍ଡ ଭୋଗୁଥିଲେ । ଜେଲ ପରିସରରେ ଅକସ୍ମାତ ମୃତ୍ୟୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଛି । ସୁକ୍ରମ ମୁଣ୍ଡାଙ୍କ ଆକସ୍ମିକ ବିୟୋଗରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ବିଚାରଧିନ କଏଦୀ ମୃତ୍ୟୁ, ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ
ଏହା ମଧ୍ୟ ପଢ଼ନ୍ତୁ: ବଲାଙ୍ଗୀରରେ ବିଚାରଧୀନ କଏଦୀର ମୃତ୍ୟୁ, ମୃତଦେହ ନେଲେନି ପରିବାର
ତେବେ ଲଗାତାର ଭାବେ ଜେଲରେ କଏଦୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଜେଲ ପରିସର ମଧ୍ୟରେ ଏବଂ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କଏଦୀଙ୍କ ମୃତ୍ୟୁ ଘଟିବା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ କଳାହାଣ୍ଡି ଜିଲ୍ଲା କାରାଗାରରେ ବିଚାରଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । କିଛିଦିନ ତଳେ ସେ ଏକ ଅପରାଧୀକ ମାମଲାରେ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବରେ ରହିଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଇଟିଭି ଭାରତ, ରାଉରକେଲା