ETV Bharat / state

ରହସ୍ୟ ଘେରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

author img

By ETV Bharat Odisha Team

Published : Nov 4, 2023, 8:45 AM IST

ଯୁବକଙ୍କ ରହସ୍ୟମୟ ମୃତ୍ୟୁ । ରାଉରକେଲା ଯୁବକଙ୍କ କୋରାପୁଟରେ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ଅଧିକ ପଢ଼ନ୍ତୁ

suspicious death of Young Man
suspicious death of Young Man
suspicious death of Young Man

ରାଉରକେଲା: ଯୁବକଙ୍କ ରହସ୍ୟମୟ ମୃତ୍ୟୁ । ରାଉରକେଲା ଯୁବକଙ୍କ କୋରାପୁଟରେ ସନ୍ଦେହଜନକ ମୃତ୍ୟୁ । ନିଜ ସାଙ୍ଗଙ୍କ ସହ କୋରାପୁଟ ଯାଇଥିବା ବେଳେ ଚାଲିଯାଇଛି ଜୀବନ । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଟିମ୍ବର କଲୋନୀ ବସ୍ତିର ରାଜା ଘଡେଇ(୨୭)ଙ୍କ ମୃତଦେହ କୋରାପୁଟ ପଟାଙ୍ଗି ଆନା ଅନ୍ତର୍ଗତ କୁନ୍ଦୁଲି ନିକଟସ୍ଥ ରାସ୍ତାରୁ ଗତ ୩୦ ତାରିଖ ଦିନ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ମୃତଳଙ୍କ ବାପା ଗୌତମ ଘଡେଇ ତାଙ୍କ ପୁଅକୁ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପଟାଙ୍ଗି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ପରିବାର ଲୋକଙ୍କ କହିବା ମୁତାବକ, ଗତ ୨୬ ଅକ୍ଟୋବର ସକାଳ ସମୟରେ ରାଜା ଘରୁ ବାହାରି ଯାଇଥିଲେ । ମାତ୍ର ବିଳମ୍ବିତ ରାତି ଯାଏଁ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ତାକୁ ଆଉ ପାଇ ନଥିଲେ । ପରେ ୨୮ ତାରିଖ ଦିନ ପ୍ଲାଣ୍ଟସାଇଟ୍‌ ଆନାରେ ନିଖୋଜ ମାମଲା ରୁକୁ କରିବାକୁ ଯାଇଥିଲେ । କିନ୍ତୁ ପ୍ଲାଣ୍ଟସାଇଡ଼ ପୋଲିସ ଏହାକୁ ଗ୍ରହଣ କରିନଥିଲା । ଏହାକୁ ସମୟ ଗଡାଇ ୩୦ ତାରିଖ ଦିନ ରାଜା ଘଡେଇର ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ କୋରାପୁଟରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ପୋଲିସ ରାଜାର ପରିବାରକୁ ସୂଚନା ଦେଇଥିଲା । ଏନେଇ ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ ।

ତେବେ କୋରାପୁଟରେ ମୃତଦେହ ମିଳିବା ପରେ ମୃତକ ରାଜାର ସାଙ୍ଗ କଲୁଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ପୋଲିସ ନିକଟରେ ସ୍ଵୀକାର କରିଛି ଯେ, ୨୬ ଅକ୍ଟୋବର ସକାଳ ପ୍ରାୟ ୧୧ଟା ବେଳେ ରାଜା ଓ ରମାକାନ୍ତ, ତାର କାର୍‌ରେ କୋରାପୁଟ ଅଭିମୁଖେ ବାହାରି ଥିଲେ । ରାଉରକେଲାରେ ତିନି ଜଣ ମିଶି ମଦ୍ୟପାନ କରିବା ପରେ ସମ୍ବଲପୁରରେ ପହଞ୍ଚି ପୁଣି ମଦ୍ୟପାନ କରିଥିଲେ । ସେଠାରୁ ସିଧାସଳଖ କୋରାପୁଟ ଶିମୁଳିଗଡ଼ା ଠାରେ ପହଞ୍ଚି ପୁଣି ମଦ୍ୟପାନ କରିଥିଲେ । ସେହି ସମୟରେ ହଠାତ୍‌ ରାଜା ଅଚେତ ହୋଇ ପଡ଼ିଥିଲେ ଏବଂ ରାଜା ଆଉ ଉଠି ନଥିଲେ । ଅନ୍ୟପଟେ କୋରାପୁଟ ଠାରେ ଗତ ୨୭ ତାରିଖ ଦିନ ମୃତଦେହ ଉଦ୍ଧାର କରାଯାଇ ଥିବା ବେଳେ ୩୦ ତାରିଖରେ ପରିବାର ଲୋକେ ଖବର ପାଇଥିଲେ । ପରେ ପରିବାର ପକ୍ଷରୁ ପଟାଙ୍ଗି ଥାନାରେ ହତ୍ୟା ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପରିବାର ଲୋକେଙ୍କ ଅଭିଯୋଗ କରିଛନ୍ତି ଯେ, କଲୁଆ ହେଉଛି ଏକ ଗଞ୍ଜେଇ ବେପାରୀ । ରାଜା ଓ କଲୁଆ ମଧ୍ୟରେ ଗତ ଗଣେଶ ପୂଜାରେ ବଚସା ହୋଇଥିଲା । କଲୁଆ ଏହାର ରାଗ ରଖିଥିଲା ଏବଂ ପ୍ଲାନିଂ କରି ରାଜାର ଜନ୍ମଦିନ ପାଳନ କରିବା ପରେ ଅକ୍ଟୋବର ୨୬ ତାରିଖରେ ସେମାନେ ରାଜା ଓ କଲୁଆ ଓରଫ ଦୀପକ ପ୍ରସାଦ ସହ ସାଙ୍ଗମାନେ ମିଶି ରାଜାକୁ କୋରାପୁଟ ନେଇଥିଲେ । ତେବେ କୋରାପୁଟରେ କଲୁଆ ତାଙ୍କ ପୁଅଙ୍କୁ ପ୍ଲାନିଂ କରି ହତ୍ୟା କରିଛନ୍ତି । ସେପଟେ ମୃତଦେହ ବ୍ୟବଚ୍ଛେଦ କରାଯାଇ ଗୁରୁବାର ଅପରାହ୍ନରେ ରାଉରକେଲା ପହଞ୍ଚିଥିଲା । ଗତକାଲି ପଟାଙ୍ଗି ଥାନା ପୋଲିସ ହତ୍ୟା ଅଭିଯୋଗ ହୋଇଥ‌ିବା ରାଜାର ସାଙ୍ଗଙ୍କୁ ଅଟକ ରଖି ପଚରାଉଚରା ସହ ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି । ସେମାନେ ଯାଇଥିବା କାରର କୌଣସି ସନ୍ଧାନ ମିଳିପାରି ନାହିଁ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.