ETV Bharat / state

4th pencak Silat Championship; ସୁନ୍ଦରଗଡକୁ ୨ ସ୍ବର୍ଣ୍ଣ - Sundergarh rajshree nayak and ayush-munda

ଚତୁର୍ଥ ରାଜ୍ୟ ସ୍ତରୀୟ ପେନକାକ ସିଲଟ ଚାମ୍ପିଆନସିପରେ ଯୋଗିମାଲ ଜନସେବା ସମିତି ଶାଖାର ତିନି ଖେଳାଳି ସୁନ୍ଦରଗଡ ପାଇଁ ଗୌରବ ଆଣିଛନ୍ତି । 2 ସ୍ବର୍ଣ୍ଣ ପଦକ ଓ 1 ରୌପ୍ୟ ଜିତିଛନ୍ତି ଖେଳାଳି । ଅଧିକ ପଢନ୍ତୁ

4th State pencak Silat Championship
4th State pencak Silat Championship
author img

By

Published : Nov 22, 2021, 9:22 AM IST

ସୁନ୍ଦରଗଡ: ଚତୁର୍ଥ ରାଜ୍ୟସ୍ତରୀୟ ପେନକାକ ସିଲଟ ଚମ୍ପିଆନସିପରେ ଯୋଗିମାଲ ଜନସେବା ସମିତି ଶାଖାର ତିନି ଖେଳାଳି ସୁନ୍ଦରଗଡ ପାଇଁ ଗୌରବ ଆଣିଛନ୍ତି । 2 ସ୍ବର୍ଣ୍ଣ ପଦକ ଓ 1 ରୌପ୍ୟ ଜିତିଛନ୍ତି ଖେଳାଳି । ଏ ନେଇ ସମଗ୍ର ଅଞ୍ଚଳରେ ଖୁସିର ବାତାବାରଣ ସୃଷ୍ଟି ହୋଇଛି ।

4th State pencak Silat Championship

ଜନସେବା ଶାଖା ଦୁଇବର୍ଷ ତଳେ ଏହି ଖେଳକୁ ପ୍ରୋତ୍ସାହିତ କରିବା ନେଇ ଆରମ୍ଭ ହୋଇଥିଲା । ଜଣେ ସାମ୍ବାଦିକ ତାଙ୍କ ନିଜ ଉଦ୍ୟମରେ ଏହି ଅଭିଯାନ ଆରମ୍ଭ କରିଥିଲେ । ଏବେ ତାଙ୍କ ପିଲାମାନେ ତାଙ୍କୁ ସୁଫଳ ଦେବାରେ ଲାଗିଛନ୍ତି । ସଂପୃକ୍ତ ସାମ୍ବାଦିକଙ୍କ ଅବିରାମ ପରିଶ୍ରମ ଓ ପିଲାମାନଙ୍କୁ ତାଙ୍କର ପ୍ରୋତ୍ସାହନ ଆଜି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି । ଯୋଗିମାଲ ଅଞ୍ଚଳର ପିଲାମାନେ ତାଙ୍କ ଟେକ ରଖିଛନ୍ତି । ପ୍ରି ଟିନ ବା 18 କିଲୋଗ୍ରାମରୁ – 22 କିଲୋଗ୍ରାମ ଓଜନ ବର୍ଗରେ ରାଜଶ୍ରୀ ନାଏକ ( ବାଳିକା ବର୍ଗ )ନାମକ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ପେନକାକ ସିଲଟ ଚାମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅଷ୍ଟମ ଶ୍ରେଣୀ ପଢୁଥିବା ଆୟୁଷ ମୁଣ୍ଡା ( ବାଳକ ବର୍ଗ ) ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଏହାସହ ସିନିୟର ବର୍ଗ ( ବାଳିକା ) 18 ବର୍ଷରୁ କମ ବର୍ଗରେ ସୁନାଲି ପଟେଲ ରୌପ୍ୟ ପଦକ ଜିତି ସାରା ଅଞ୍ଚଳ ପାଇଁ ଗର୍ବିତ କରିଛନ୍ତି । ସୁନାଲି ପଟେଲ ଯଶୋଦା ବିଷ୍ଣୁ ଡିଗ୍ରୀ କଲେଜ (ସରଧାପାଲି) ରେ ଅଧ୍ୟୟନ କରୁଥିବାବେଳେ , ଆୟୁଷ ମୁଣ୍ଡା ଲବଣୀଧର ଉଚ୍ଚ ବିଦ୍ୟାଳୟ ( ନିଆଲିପାଲି ) ର ଅଧ୍ୟୟନ କରୁଛନ୍ତି । ରାଜଶ୍ରୀ ନାଏକ ଯୋଗିମାଲ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଏହି ଖେଳ ଗତ ଅକ୍ଟୋବର ମାସ 30 ଓ 31 ରେ ବରଗଡ ଜିଲ୍ଲା ଗାନ୍ଧି ନଗର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏ ନେଇ ଜନସେବା ସମିତି , ଯୋଗିମାଲ ଶାଖା ଏହି ତନି ଖେଳାଳିଙ୍କୁ ତାଙ୍କ ଶାଖାରୁ ପଠାଇଥିଲା ।

ସେମାନେ ଉନ୍ନତ ଖେଳ ପ୍ରଦର୍ଶନ କରି ସୁନ୍ଦରଗଡବାସୀଙ୍କ ଟେକ ରଖିଛନ୍ତି । ସୁନ୍ଦରଗଡ ଜିଲ୍ଲାକୁ ଏହି ଖେଳାଳୀମାନେ ଫେରିବା ପରେ କୋଭିଡ ନିୟମ ଅନୁଯାୟୀ ଆଇସୋଲେସନରେ ଥିଲେ । ଏହାପରେ ଖେଳାଳିଙ୍କ ସଫଳତା ପାଇଁ ଅଞ୍ଚଳବସୀ ଖୁସି ମନାଇଛି । ଜନସେବା ସମିତି , ଯୋଗିମାଲ ଶାଖାର ସମସ୍ତ ଖେଳାଳି ବିଜେତାଙ୍କୁ ନାଚଗୀତ ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.