ETV Bharat / state

ସୁନ୍ଦରଗଡ଼ରୁ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ, ପଡ଼ୋଶୀ ରାଜ୍ୟରେ ଚଳାଇଥିଲେ ଲୁଟ୍

Interstate lootera gang arrested: ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା ସୁନ୍ଦରଗଡ଼ ପୋଲିସ । ସୁନ୍ଦରଗଡ଼ ସହର ସମେତ ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟରେ କରୁଥିଲେ ଲୁଟ୍ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 16, 2024, 3:41 PM IST

ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ
ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ
ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ

ରାଉରକେଲା: ସୁନ୍ଦରଗଡ଼ ପୋଲିସକୁ ବଡ଼ ସଫଳତା । ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଗିରଫ । ଏହି ଲୁଟେରା ଗ୍ୟଙ୍ଗ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ପଡ଼ୋଶୀ ରାଜ୍ୟରେ ଲୁଟ୍ କରିଥିବା ନେଇ ଅନେକ ମାମଲା ରହିଛି । କିଛି ଦିନ ତଳେ ସୁନ୍ଦରଗଡ଼ ସହରରେ ଛିନତାଇ, ଲୁଟ୍, ମୋବାଇଲ୍ ଲୁଟ କରୁଥିବା ଏକ ଆନ୍ତଃରାଜ୍ୟ ରାକେଟ୍‌ର ଜଣେ ନାବାଳକଙ୍କ ସମେତ ୫ ଜଣଙ୍କୁ ଧରିଛି ପୁଲିସ । ସେମାନେ ସମସ୍ତେ ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର । ରାକେଟ୍‌ର ୩ ସଦସ୍ୟ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବାକୁ ତନାଘନା ଜାରି ରହିଛି ।

ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ପାଟନା ଜିଲ୍ଲା ଦାନପୁର ଥାନା ମନ୍ଦିପୁରା ଗାଁର ପିଣ୍ଡୁ କୁମାର( ୪୦), ଛାପଦା ଜିଲ୍ଲା ମାଂଜି ଥାନା ଚେଫୁଲ ଗାଁର ରାଜୀବ କୁମାର ସିଂ( ୩୭), ଝାଡ଼ଖଣ୍ଡ ସାହେବଗଞ୍ଜ ଜିଲ୍ଲା ତାଳଝରି ଥାନା ନୟାଟୋଲି ଗାଁର ସଂଜୁ କୁମାର( ୨୦) ଓ ହରିୟାଣା ଫରିଦାବାଦ ଜିଲ୍ଲା ମହକୁମା ସେକ୍ଟର ୪୯ର ସଂଜୟ ପାଲ( ୩୮) । ୨ଟି ଭିନ୍ନ ଭିନ୍ନ ମାମଲାରେ ଅଭିଯୁକ୍ତମାନଙ୍କଠାରୁ ଗୋଟିଏ କଳା ରଙ୍ଗର ହୋଣ୍ଡା ସାଇନ ବାଇକ, ଗୋଟିଏ ସ୍କୁଟି, ୪୩ ହଜାର ୫ ଶହ ଟଙ୍କା, ବିଭିନ୍ନ କମ୍ପାନିର ୧୬ଟି ମୋବାଇଲ ଏବଂ ଭ୍ୟାନିଟି ବ୍ୟାଗ ଜବତ କରାଯାଇଛି ।

ଅଭିଯୁକ୍ତ ପିଣ୍ଡୁ କୁମାର ଓ ରାଜୀବ ସିଂ ନାଁରେ ବିହାର ଅଞ୍ଚଳରେ ଏକାଧିକ ଜଘନ୍ୟ ଅପରାଧ ମାମଲା ରହିଥିବା ପୁଲିସ ଅଧିକାରୀ ହିମାଂଶୁ ବେହେରା ସୂଚନା ଦେଇଛନ୍ତି । ଏହି ଲୁଟେରା ଗ୍ୟାଙ୍ଗ ଏକୁଟିଆ ବୁଲୁଥିବା ମହିଳାମାନଙ୍କୁ ଟାର୍ଗେଟ କରି ଚେନ୍, ଟଙ୍କା ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇ ଯାଉଥିଲେ । କିଛି ଦିନ ହେଲା ଏହି ଗ୍ୟାଙ୍ଗ ସହରବାସୀଙ୍କ ନିଦ ହଜାଇ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ମଡେଲ ସ୍କୁଲରେ ଚାକିରି ଆଳରେ ଠକେଇ, ଆନ୍ତରାଜ୍ୟ ଠକଙ୍କୁ ଗିରଫ କଲା ଇଓଡବ୍ଲୁ

ସୂଚନା ଅନୁଯାୟୀ, ଗତ ୧୧ ତାରିଖ ଗୁରୁବାର ୧୨ଟା ୫୫ରେ ଏଡିବି କଲୋନିରେ ରହୁଥିବା ଇଂ ମାନସରଂଜନ ବଢ଼େଇଙ୍କ ପତ୍ନୀ ତନୁଜା କାଲୋ( ୩୩) ସ୍କୁଲରୁ ପୁଅକୁ ନେଇ ହୋଣ୍ଡା ଆକ୍ଟିଭାରେ ଆସୁଥିଲେ । ଡିଆରଡିଏ ଛକରେ ହୋଣ୍ଡା ସାଇନ ବାଇକରେ ୨ ଅଭିଯୁକ୍ତ ଆସି ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇ ଚମ୍ପଟ ମାରିଥିଲେ । ମହିଳା ଜଣକ ସ୍କୁଟିରୁ ପଡ଼ି ଯାଇଥିଲେ । ଏହା ପୂର୍ବରୁୁ ବ୍ୟାଙ୍କରୁ ୬୫ ହଜାର ଟଙ୍କା ଉଠାଇ ହସ୍ପିଟାଲ ଛକକୁ ଆସିଥିବା ଅଉଁଲାବାହାଲର ୨ ଜଣ ମହିଳାଙ୍କଠାରୁ ଲୁଟ କରି ଫେରାର ହୋଇଥିଲେ ଲୁଟେରା ।

ଡିଆରଡିଏ ଛକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ଫଟୋ ଆଧାରରେ ଉପଖଣ୍ଡ ପୁଲିସ ଅଧିକାରୀ ତଦନ୍ତ ଆରମ୍ଭ କରିଥିଲା । ୧୪ ତାରିଖ ଅପରାହ୍ନ ୫ଟାରେ ଲୁହରାଢିପା ଓଭରବ୍ରିଜ୍ ତଳୁ ୨ ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ । ଆଉ ମଧ୍ୟ ସେହି ଦିନ ଟାଉନଥାନା କେନ୍ଦୁପଡ଼ାର ଲିପିକା ମହାନନ୍ଦିଆ ସାପ୍ତାହିକ ହାଟରୁ ମୋବାଇଲ ଚୋରି କରୁଥିବା ବେଳେ ସ୍ଥାନୀୟଲୋକେ ମୋବାଇଲ ଚୋରକୁ ଧରିପକାଇ ପୋଲିସ ଜିମା ଦେଇଥିଲେ । ଚୋରଙ୍କଠାରୁ ୧୬ଟି ମୋବାଇଲ ଜବତ ହୋଇଛି ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.