ETV Bharat / state

Migrant girl Missing: ୧୮ବର୍ଷ ଧରି ଯୁବତୀଙ୍କ ମିଳୁନି ପତ୍ତା, ଦାଦନ ଖଟିବା ଲାଗି ଯାଇଥିଲେ ଦିଲ୍ଲୀ - ରାଉରକେଲାରୁ ନାବାଳିକା ଚାଲାଣ

କାମ ଦେବା ନାଁରେ ଚାଲିଛି ନାବାଳାକ ଚାଲାଣ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସୁନ୍ଦରଗଡ଼ରୁ ଆସିଛି ଏପରି ଏକ ଘଟଣା । ଗତ ୨୦୦୪ ମସିହାରୁ ଦିଲ୍ଲୀ ଯାଇ ଆଉ ଘରକୁ ଫେରିନାହାନ୍ତି ଯୁବତୀ । ଅଧିକ ପଢନ୍ତୁ

Rourkela minor girl trafficking
Rourkela minor girl trafficking
author img

By

Published : Mar 5, 2023, 5:46 PM IST

Updated : Mar 5, 2023, 6:06 PM IST

୧୮ବର୍ଷ ଧରି ଯୁବତୀଙ୍କ ମିଳୁନି ପତ୍ତା, ଦାଦନ ଖଟିବା ଲାଗି ଯାଇଥିଲେ ଦିଲ୍ଲୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରୁ ଦାଦନ ଖଟିବାକୁ ଚାଲାଣ ହେଉଛନ୍ତି ନାବାଳିକା ଝିଅ । ନାବାଳିକାଙ୍କୁ ଚାଲାଣ କରାଯାଉଥିବା ନେଇ ଆଦିବ୍ୟାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଘଟଣା । ଗତ ୨୦୦୪ ମସିହାରୁ ଦିଲ୍ଲୀ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି ଜଣେ ଯୁବତୀ । ଏହାମଧ୍ୟରେ ୧୮ବର୍ଷ ବିତିଯାଇଥିଲେ ସୁଦ୍ଧା ଯୁବତୀଙ୍କ ପତ୍ତା ମିଳୁନଥିବା ଅଭିଯୋଗ ଆଣିଛନ୍ତି ପରିବାର । ଏନେଇ ଥାନାରେ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସର ଅପାରଗତା ଯୋଗୁଁ ଆଜି ଯୁବତୀ କେଉଁ ଅବସ୍ଥାରେ ଅଛନ୍ତି ତାହା ମଧ୍ୟ ଜଣାପଡିନାହିଁ ।

ଜିଲ୍ଲାର ଲାଠିକଟା ବ୍ଲକ ବ୍ରାହ୍ମଣୀତରଙ୍ଗ ଥାନା ବଡ଼ ମାରିନ ଗ୍ରାମର ଝିଅ । ୧୮ବର୍ଷ ହେଲା ବ୍ରାହ୍ମଣୀତରଙ୍ଗ ଥାନା ବଡ଼ ମାରିନ ଗାଁର ସେତେବେଳେ ନାବାଳିକା ଥିବା ଯୁବତୀ ଜଣକ ଦିଲ୍ଲୀରେ ପଡିଛନ୍ତି ବନ୍ଧା । ଯୁବତୀଙ୍କ ଭଉଣୀ ବ୍ରାହ୍ମଣୀତରଙ୍ଗ ଥାନାରୁ ଆରମ୍ଭ କରି ଦିଲ୍ଲୀ ଯାଏଁ ଏତଲା ଦେଇଥିଲେ ମଧ୍ୟ ଏଯାବତ ଫଳ ଶୂନ । ସେ ନିଜ ଭଉଣୀର ପତ୍ତା ପାଇନଥିବା ବେଳେ ଗାଁର ଜଣେ ମହିଳା ଓ ତାଙ୍କ ଭାଇକୁ ଦାୟୀ କରିଛନ୍ତି । ସେମାନେ ଯୁବତୀଙ୍କୁ ଚାକିରି ଦେବା ନାଁରେ ଦିଲ୍ଲୀ ନେଇଥିବା ବେଳେ ଏବେ ଭଉଣୀ କେଉଁଠି ପଚାରିବାରୁ ଜାଣିନଥିବା କହିଛନ୍ତି । ଏହି ଭାଇ ଭଉଣୀ ଦିଲ୍ଲୀରେ ଏକ ଏଜେନ୍ସି ଖୋଲି ନାବାଳିକା ଝିଅମାନଙ୍କୁ ବିକ୍ରି କରୁଥିବା ଉଭୟ ନିଖୋଜ ଯୁବତୀଙ୍କ ପରିବାର ଓ ଆଡଭୋକେଟ କୈଳାସ ସାବତ ଅଭିଯୋଗ ଆଣିଛନ୍ତି ।

ଆଜିକୁ ୧୮ ବର୍ଷ ତଳେ ୨୦୦୪ ମସିହାର କଥା । ୨୦୦୪ ମସିହାରେ ରୋଜଗାର କରିବା ପାଇଁ ୧୫ ବର୍ଷ ବୟସରେ ଦାଦନର ଶିକାର ହୋଇ କାମ କରିବା ଆଶା ନେଇ ଦିଲ୍ଲୀ ଯାଇଥିଲେ ବଡ଼ମାରିନ ଗ୍ରାମର ଅଭିଯୋଗକରିଣୀ ସନ ମନୀଙ୍କ ସାନ ଭଉଣୀ ମୁନି କୁମ୍ଭାର । ସେହି ବଡ ମାରିନ ଗାଁର ଭାଈ ଭଉଣୀ ହାନା କେରକେଟା ଓ ନିକୋଲାସ କେରକେଟା ଯୁବତୀଙ୍କୁ ସାଙ୍ଗର ନେଇ ଦିଲ୍ଲୀ ଯାଇଥିଲେ । ୨୦୦୪ ମସିହାରେ ନାବାଳିକାକୁ ଅଧିକ ଅର୍ଥ ଉପାର୍ଜନର ପ୍ରଲୋଭ ଦେଖାଇ ଦିଲ୍ଲୀକୁ କରା ଯାଇଥିଲା ଚାଲାଣ । ସେତେବେଳେ ନିଖୋଜ ଯୁବତୀ ମୁନିକୁ ହୋଇଥିଲା ମାତ୍ର ୧୫ ବର୍ଷ ବୟସ।

ଏହା ବି ପଢନ୍ତୁ- ରାଉରକେଲାରେ ଏସପି ଅଫିସ ଘେରାଉ କଲା ବିଜେପି, କର୍ମୀଙ୍କୁ ଉଠାଇ ନେଲା ପୋଲିସ

ପରେ ଦୁଇବର୍ଷ ବିତିବା ପରେ ଅର୍ଥାତ୍ ୨୦୦୬ରେ ପରିବାର ଲୋକେ ନାବାଳିକା ଆଦିବାସୀ ଝିଅ ମୁନି ସହ ଫୋନରେ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ଆଉ ତାହା ଥିଲା ଶେଷ ଫୋନ । ଏହା ପରଠାରୁ ପରିବାର ଲୋକଙ୍କ ସହ ନାବାଳିକାର ସାକ୍ଷାତ କି ଯୋଗାଯୋଗ ହୋଇନାହିଁ । ଇତିମଧ୍ୟରେ ୧୮ ବର୍ଷ ବିତିଗଲାଣି । ପରିବାର ଲୋକେ ଦିଲ୍ଲୀ ଗଲେ ମିଳୁଛି ଧମକ । ଯଦି ଝିଅ ପାଖକୁ ଆସିବ ତେବେ ତୁମ ପରିବାରକୁ ଗୁଳି କରି ହତ୍ୟା କରାଯିବ ବୋଲି ସଂସ୍ଥାର ଦଲାଲମାନେ ଧମକ ଦେଉଛନ୍ତି । ସଂସ୍ଥାକୁ ଝିଅ ବିଷୟରେ ପଚାରିଲେ କୌଣସି ଉତ୍ତର ମଧ୍ୟ ମିଳୁନାହିଁ ।

ପରିବାର ପକ୍ଷରୁ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଷ୍ଟେସନ ଘଟଣାକୁ ଡାଏରୀ କରି ଚୁପ୍ ବସିଛି । ଏହାପରେ ବାଧ୍ୟ ହୋଇ ପରିବାର ଲୋକେ ଦିଲ୍ଲୀ କୋଟଲା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନାହିଁ । ଦିଲ୍ଲୀ ଚାଲାଣ ହୋଇଥିବା ନାବାଳିକା ଜଣକ ଆଦିବାସୀ ହୋଇଥିବା ବେଳେ ଦଲାଲମାନେ ଦିଲ୍ଲୀରେ ଟ୍ରାଇବାଲ ସୋସିଆଲ ଆଣ୍ଡ କଲ୍ଚରାଲ ଆସୋସିଏସନ ଗଠନ କରି ନାବାଳିକା ଯୁବତୀମାନଙ୍କୁ ଅଧିକ ଅର୍ଥ ପ୍ରଲୋଭନ ଦେଖାଇ ଚାଲାଣ କରୁଥିବା ଅଭିଯୋଗ ହୋଇଛି ।

ନାବାଳିକା ପରିବାର ଶେଷରେ ଆଇନଜୀବୀଙ୍କ ସହାୟତା ନେଇଛନ୍ତି । ଆଇନଜୀବୀ କୈଳାସ ସାବତଙ୍କ ହସ୍ତକ୍ଷେପ ପରେ ଷ୍ଟେସନ ଡାଏରୀରୁ ମାମଲା ରୁଜୁ କରିଛି ପୋଲିସ । ଏହାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପରେ ବର୍ତ୍ତମାନ ପରିବାର ରାଉରକେଲା କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ନିଜ ସାନ ଭଉଣୀ ପାଇଁ ଲଢେଇ ଜାରି ରଖିଛନ୍ତି ବଡ଼ ଭଉଣୀ । ତେବେ ୧୮ବର୍ଷ ଧରି ନିଖୋଜ ଥିବା ଯୁବତୀ ଜଣକ କେବେ ଫେରିବେ ତାହାକୁ ପରିବାର ଲୋକେ ଚାହିଁ ବସିଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Mar 5, 2023, 6:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.