ETV Bharat / state

ଦଳିତଙ୍କୁ ନ୍ୟାୟ ଦାବି: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ବିକ୍ଷୋଭ

author img

By

Published : Aug 11, 2021, 10:17 PM IST

କେନ୍ଦ୍ରାପଡା ଜିଲ୍ଲା ବାଳକାଟି ଘଟଣା ଓ ଜଗତସିଂହପୁର ଜିଲ୍ଲା ବଂଶ ଘୋଡାଷ ଘଟଣାର ଉପଯୁକ୍ତ ନ୍ୟାୟ ଦାବି କରି ସୁନ୍ଦରଗଡ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

sundergada sc morcha protest in front of collectorate
ଦଳିତଙ୍କୁ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ବିକ୍ଷୋଭ

ସୁନ୍ଦରଗଡ: କେନ୍ଦ୍ରାପଡା ଜିଲ୍ଲା ବାଳକାଟି ଘଟଣା ଓ ଜଗତସିଂହପୁର ଜିଲ୍ଲା ବଂଶ ଘୋଡାଷ ଘଟଣାର ଉପଯୁକ୍ତ ନ୍ୟାୟ ଦାବି କରି ବିଜେପିର ବିକ୍ଷୋଭ ପ୍ରଦର୍ଶନ । ବିଜେପିର ସୁନ୍ଦରଗଡ ସାଂଗଠନିକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବାଳକାଟି ଘଟଣା ଓ ଜଗତସିଂହପୁର ଜିଲ୍ଲା ନାଉଗାଁ ଓ ବଂଶ ଘୋଡାଷ ଘଟଣାକୁ କେନ୍ଦ୍ର କରି ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାଙ୍କ ମଧ୍ୟରେ ବିତୃଷ୍ଣା ଦାନା ବାନ୍ଧିବାରେ ଲାଗିଛି । ଗତ 2 ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାର ପ୍ରତିକାର ଦାବି କରି ଆସୁଥିବାବେଳେ ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା ଦେବା ସହ ପ୍ରତିକାର ଦାବି କରିଛି । ଏହାସହ ମହାମହିମ ରାଜ୍ୟପାଳଙ୍କୁ ଉପରୋକ୍ତ ଦୁଇଟି ଘଟଣା ଉପରେ ପ୍ରତ୍ୟକ୍ଷ ହସ୍ତକ୍ଷେପ କରିବା ନେଇ ଦାବି କରିଛି । ବୁଧବାର ଏହି ମୋର୍ଚ୍ଚାର ବିକ୍ଷୋଭରେ ରାଜ୍ୟ ଉପ ସଭାପତି ଅନୁସୂଚିତ ଜାତି ମୋର୍ଚ୍ଚା ଭାରତୀୟ ଜନତା ପାର୍ଟି ଦୁର୍ଗା ଚରଣ ତନ୍ତୀ ନିଜେ ଉପସ୍ଥିତ ରହି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି ।

ଉପରୋକ୍ତ ଦୁଇଟି ଘଟଣାର ନିନ୍ଦା କରିବା ସହ ଶାସକ ଦଳଙ୍କ ଗୁଣ୍ଡାରାଜକୁ ବିରୋଧ କରି ଅନୁସୂଚିତ ଜାତି ମୋର୍ଚ୍ଚା ଏକ ବିଶାଳ ବିକ୍ଷୋଭ ରାଲି ଶୋଭାଯାତ୍ରାରେ କରିଥିଲା । ସରକାରଙ୍କ ବିରୋଧରେ ନାରାବାଜି କରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବୀନ ସରକାରଙ୍କ କାର୍ଯ୍ୟକଳାପ , ପୋଲିସର କାର୍ଯ୍ୟକଳାପ ଓ ଦୁର୍ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇ କ୍ଷୋଭ ପ୍ରକାଶ କରିଥିଲେ । ତେବେ ନବୀନ ସରକାର ଉପରୋକ୍ତ ଦୁଇଟି ଘଟଣାର ସଠିକ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ନିର୍ବାଚନରେ ତାଙ୍କୁ ଉପଯୁକ୍ତ ଜବାବ ମିଳିବ ବୋଲି ଜିଲ୍ଲା ସଭାପତି, ଅନୁସୂଚିତ ଜାତି ମୋର୍ଚ୍ଚା ଚେତାବନୀ ଦେଇଛନ୍ତି ।

ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତିର ଏହି ଗଣ ବିକ୍ଷୋଭରେ ଦୁର୍ଗା ଚରଣ ତନ୍ତୀ ରାଜ୍ୟ ଉପସଭାପତି, ରାଜା କାକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ସିମେଶ୍ବର ଲରିଆ ଜିଲ୍ଲା ସଭାପତି ,ମୀନା ନାୟକ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ଶ୍ରଧାକର ସାନୁଏନ , ଜିଲ୍ଲା ପରିଷଦ ସଦସ୍ୟ , ବାଲିଶଙ୍କରା , ସ୍ନେହଲତା ବେଜି ଜିଲ୍ଲା ପରିଷଦ ସଦସ୍ୟ , ସୁଖଲାଲ ମୁଣ୍ଡା ସାଧାରଣ ସଂପାଦକ , ସୁନ୍ଦରଗଡ ସାଂଗଠନିକ ଜିଲ୍ଲା , ସୁରେନ୍ଦ୍ର ସ୍ୱର୍ଣ୍ଣକାର , ଧ୍ରୁବ କାଲୋ , କୁମୁଦିନୀ ବଞ୍ଚୁର , ବୈରାଗୀ ତନ୍ତୀ ଓ କିଶୋର ଚନ୍ଦ୍ର ଜୟପୁରିଆ ପ୍ରମୁଖ ଯୋଗ ଦେଇଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.