ETV Bharat / state

ସାମ୍ବାଦିକା ଦେବସ୍ମିତାଙ୍କୁ ଟୁଟୁ ନାୟକଙ୍କ ମାଡ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

author img

By ETV Bharat Odisha Team

Published : Nov 4, 2023, 4:14 PM IST

ମହିଳା ସାମ୍ବାଦିକଙ୍କୁ ମାଡ ଘଟଣା । ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ତେଜୁଛି ଅସନ୍ତେଷ । ଟୁଟୁଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରୁ ନିନ୍ଦା କରାଯାଉଛି । କାର୍ଯ୍ୟାନୁଷ୍ଠାନ ଦାବି କଲେ ସୁନ୍ଦରଗଡ଼ ୟୁନିଅନ ଅଫ ଜରନାଲିଷ୍ଟ । ଅଧିକ ପଢ଼ନ୍ତୁ

Sundargarh union of Journalist
Sundargarh union of Journalist
Sundargarh union of Journalist

ରାଉରକେଲା: ରାଜ୍ୟରେ ବଢ଼ିବାରେ ଲାଗିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ । ବିଭିନ୍ନ ସମୟରେ ଖବର ପ୍ରସାରଣ ବେଳେ ଆକ୍ରୋଶର ଶିକାର ହେଉଛନ୍ତି ସାମ୍ବାଦିକ । ତେବେ ଗତକାଲି ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ ହୋଇଛି ଆକ୍ରମଣ ଘଟଣା । ଇଟିଭି ଭାରତର ଜଣେ ମହିଳା ସାମ୍ବାଦିକଙ୍କୁ ଖବର ସଂଗ୍ରହ ବେଳେ ହୋଇଛି ଆକ୍ରମଣ । ଆକ୍ରମଣ କରିଛନ୍ତି ଓଲିଉଡ ସିନେ ପ୍ରଯୋଜକ ଟୁଟୁ ନାୟକ । ସିନେମା ହଲରେ ଖବର ସଂଗ୍ରହ ସମୟରେ ହୋଇଥିଲା ହଠାତ ଆକ୍ରମଣ । ପଛ ପଟୁ ଆକ୍ରମଣ କରି ଗାଲକୁ ଚାପୁଡା ମାରିଛନ୍ତି ସିନେ ପ୍ରଯୋଜକ ଟୁଟୁ ନାୟକ । ଏନେଇ ସିସିଟିଭି ଫୁଟେଜ ମଧ୍ୟ ବୟାନ କରୁଛି କାହାଣୀ । ଯେହାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରେ ଟୁଟୁଙ୍କୁ କଡ଼ା ବିରୋଧ କରାଯାଇଛି ।

ତେବେ ଏହି ଘଟଣାରେ ଟୁଟୁ ନାୟକଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଭର୍ତ୍ସନା କରିଛନ୍ତି ବରିଷ୍ଠ ସାମ୍ବାଦିକ ଏବଂ ମହିଳା ସାମ୍ବାଦିକ । ସୁନ୍ଦରଗଡ଼ ୟୁନିଅନ ଅଫ ଜରନାଲିଷ୍ଟ ପକ୍ଷରୁ ଟୁଟୁ ନାୟକଙ୍କ କାର୍ଯ୍ୟକୁ ନେଇ ନିନ୍ଦା କରାଯାଇଛି । ରାଉରକେଲା ସହରର ବରିଷ୍ଠ ସାମ୍ବାଦିକ ମଧ୍ୟ ଟୁଟୁ ନାୟକଙ୍କ ଏଭଳି ଅସଭ୍ୟ ଆଚରଣକୁ କଡା ନିନ୍ଦା କରିବା ସହ ତାଙ୍କ ଉପରେ ସଠିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଠଛନ୍ତି । ଜଣେ ମହିଳା ସମ୍ବାଦିକାଙ୍କୁ ସର୍ବ ସମ୍ମୁଖରେ ଏଭଳି ଦୁର୍ବ୍ୟବହାରକୁ ସବୁ ମହଲରୁ ବିରୋଘ କରାଯାଉଛି । ବର୍ତ୍ତମାନ ବିବାଦ ଘେରରେ ସିନେ ପ୍ରଯୋଜକ ଟୁଟୁ ନାୟକ । ଆକ୍ଟର ମନୋଜ ମିଶ୍ର ବ୍ୟାନ ଘଟଣାରେ ସମ୍ପୂର୍ଣ୍ଣ ଭାବେ ଛନ୍ଦି ହୋଇଥିବା ଏହି ସିନେ ପ୍ରଯୋଜକ ବର୍ତ୍ତମାନ ଜଣେ ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ନେଇ ପୁଣି ବିବାଦ ଘେରକୁ ଟାଣି ହୋଇଛନ୍ତି । ନିଜେ ସମ୍ବାଦିକା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାସହ ଗଣମାଧ୍ୟମ ସମ୍ମୁଖରେ କାନ୍ଦି କାନ୍ଦି ନ୍ୟାୟ ପାଇଁ ଦାବି କରିଛନ୍ତି ମହିଳା ସାମ୍ବାଦିକ ।

ଏହା ମଧ୍ୟ ପଢ଼ନ୍ତୁ.......ସାମ୍ବାଦିକାଙ୍କୁ ମାଡ଼ ଘଟଣା; ଟୁଟୁ ନାୟକ ଗିରଫ !

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ନୂଆ ଓଲିଉଡ ଫିଲ୍ମ 'ପ୍ରଥା' ଫିଲ୍ମର ପ୍ରିମିୟର ସମୟରେ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା । ସେଠାରେ ଦେବସ୍ମିତା ଖବର ପାଇଁ ଅପେକ୍ଷା କରି ଠିଆ ହୋଇଥିବା ବେଳେ ଏହି ସମୟରେ ବିବାଦୀୟ ସିନେ ପ୍ରଯୋଜକ ଟୁଟୁ ନାୟକ ହଠାତ୍ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ ଏବଂ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ପରେ ତାଙ୍କର ବୁମ ତଳେ ପଡିଯାଇଥିବା ବେଳେ ଟୁଟୁ ଏହାକୁ ନଉଠାଇ ଦେବସ୍ମିତା କିଛି କାଣିବା ପୂର୍ବରୁ ଘଟଣା ସ୍ଥଳରୁ ଚାଲି ଯାଇଥିଲେ । ତେବେ ମହିଳା ସାମ୍ବାଦିକା ଜଣକ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.