ETV Bharat / state

ସୁନ୍ଦରଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Jan 11, 2021, 10:22 PM IST

ଦୁଲୁଙ୍ଗା କୋଲମାଇନ୍ସ ବିସ୍ଥାପିତଙ୍କ ଦ୍ୱାରା ସୁନ୍ଦରଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଆର୍ ଏଣ୍ଡ ଆର୍ ପଲିସି ମୁତାବକ କ୍ଷତିପୂରଣ ଓ ସୁବିଧା ନ ମିଳିବାରୁ ଆଜି ଶତାଧିକ ବିସ୍ଥାପିତଙ୍କ ଦାବି । ଦୁଲୁଙ୍ଗା ପ୍ରକଳ୍ପର ଦୁଲୁଙ୍ଗା, ମଝାପଡା, ଖପରି କଛାର ଓ ବେଲଡିହିର ମହିଳାମାନେ ଏହି ଅଭିଯୋଗ ଉଠାଇବା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

sundargarh sub collector office ghero
ଆରଏଣ୍ଡଆର ପଲିସି ମୁତାବକ କ୍ଷତିପୂରଣ ଦାବିରେ ସୁନ୍ଦରଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସୁନ୍ଦରଗଡ: ଦୁଲୁଙ୍ଗା କୋଲମାଇନ୍ସ ବିସ୍ଥାପିତଙ୍କ ଦ୍ବାରା ସୁନ୍ଦରଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଆର୍ ଏଣ୍ଡ ଆର୍ ପଲିସି ମୁତାବକ କ୍ଷତିପୂରଣ ଓ ସୁବିଧା ନ ମିଳିବାରୁ ଆଜି ଶତାଧିକ ବିସ୍ଥାପିତ ମହିଳା ଘେରାଉ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ଏନ୍.ଟି.ପି.ସି ଦୁଲୁଙ୍ଗା ପ୍ରକଳ୍ପର ଦୁଲୁଙ୍ଗା, ମଝାପଡା, ଖପରି କଛାର ଓ ବେଲଡିହିର ମହିଳାମାନେ ଏହି ଅଭିଯୋଗ ଉଠାଇବା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।

ସୁନ୍ଦରଗଡ ଜିଲ୍ଲା ଏନ୍.ଟି.ପି.ସି ଦୁଲୁଙ୍ଗା ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହୋଇଥିବା ପରିବାରମାନେ କମ୍ପାନୀର ଆର୍ ଏଣ୍ଡ ଆର୍ ପଲିସିରେ ଥିବା ସୁବିଧାରୁ ଏମାନଙ୍କୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ କମ୍ପାନୀର ହାତ ବାରିସି ସାଜି ସେମାନଙ୍କ କଥା ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଶୋଷଣ କରୁଛନ୍ତି । ସୁନ୍ଦରଗଡ ଜିଲ୍ଲା ଦୁଲୁଙ୍ଗା , ମଝାପଡା , ଖପରି କଛାର ଓ ବେଲଡିହିର ମହିଳାମାନେ ଏହି ଅଭିଯୋଗ ଉଠାଇବା ସହ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ଘେରାଉ କରିଥିଲେ । କମ୍ପାନୀ ଜମି ଅଧିଗ୍ରହଣ କଲାବେଳେ ଏମାନେ ସମସ୍ତେ ଅବିବାହିତ ଥିଲେ । ଏମାନଙ୍କର ନାମ ମଧ୍ୟ କମ୍ପାନୀର ତାଲିକାରେ ପଞ୍ଜିକୃତ ହୋଇଥିଲା । ହେଲେ ବର୍ତ୍ତମାନ ଏମାନଙ୍କୁ ସେହି ତାଲିକାରୁ କୌଶଳ କରି ବାଦ ଦିଆଯାଇଥିବା କଥା ଏମାନେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଆର୍ ଏଣ୍ଡ ଆର୍ ପଲିସି ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧାରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ପୁଅ ଓ ମା’ବାପାଙ୍କୁ ଯେଉଁ ସୁବିଧା ଦିଆଯାଉଛି ସେହି ସବୁସୁବିଧା ତାଙ୍କୁ ମଧ୍ୟ ମିଳୁ ବୋଲି ସେମାନେ ଦାବି କରିଛନ୍ତି ।

ବିସ୍ଥାପିତଙ୍କ ଘେରାଉ ସଂପର୍କରେ ଉପ ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ଯେ କମ୍ପାନୀର ପଲିସି ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ସମସ୍ତ ସୁବିଧା ବିସ୍ଥାପିତଙ୍କୁ ଯୋଗାଇ ଦିଆଯାଇଛି । ତେବେ ବିସ୍ଥାପିତଙ୍କ ମଧ୍ୟରୁ ଆଠ ଦଶ ଜଣ ବିଭିନ୍ନ କାରଣ ଦର୍ଶାଇ ସମସ୍ୟା ସୃଷ୍ଟି କରୁଥିଲେ । ସେହି ମାନଙ୍କୁ ସରକାରୀ ନିୟମରେ ଉଚ୍ଛେଦ କରାଯିବା ସହ ସେମାନଙ୍କୁ ମଧ୍ୟ ଥଇଥାନ କରାଯାଇଛି । ତେବେ ବିବାହିତ ଯୁବତୀ( ମହିଳା)ଙ୍କ ଏହି ଦାବି ନେଇ ସେ ଆର୍.ଡି.ସି ( ରାଜସ୍ବ କମିଶନର) ଦୃଷ୍ଟି ଆକର୍ଷଣ କରି ଯେଉଁ ବ୍ୟବସ୍ଥା କରାଯାଇପାରିବ ସେ ନେଇ ପଦକ୍ଷେପ ନେବେ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

2014 ଜମି ଅଧିଗ୍ରହଣ ସମୟରେ ଏମାନଙ୍କ ନାମ ଆର୍ ଏଣ୍ଡ ଆର୍ ପଲିସିରେ ପଞ୍ଜିକୃତ ହୋଇଥିଲା । ମାତ୍ର ବିବାହ ପରେ ସେମାନଙ୍କ ନାମ କମ୍ପାନୀର ତାଲିକାରୁ ଅପସରି ଯିବା ଘଟଣା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ସେମାନଙ୍କ ନାମ ପୁନର୍ବାର ଯୋଡା ଯାଇ ସେମାନଙ୍କୁ ସମସ୍ତ ସୁବିଧା ଦିଆ ନ ଗଲେ ଆନ୍ଦୋଳନ ଭିନ୍ନ ମୋଡ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.