ETV Bharat / state

ଜଙ୍ଗଲ ନିଆଁକୁ ରୋକିବା ପାଇଁ ସୁନ୍ଦରଗଡ ଡିଏଫଓଙ୍କ ପଦକ୍ଷେପ - ଜଙ୍ଗଲ ନିଆଁକୁ ରୋକିବାକୁ ପଦକ୍ଷେପ

ଭୟାବହ ଅଗ୍ନିକାଣ୍ଡରୁ ଜଙ୍ଗଲକୁ ରକ୍ଷା କରିବାନେଇ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ଅଗ୍ନି ପ୍ରତିହତ ବ୍ୟବସ୍ଥା । ଅଧିକ ପଢନ୍ତୁ...

ଜଙ୍ଗଲ ନିଆଁକୁ ରୋକିବା ପାଇଁ ପଦକ୍ଷେପ
ଜଙ୍ଗଲ ନିଆଁକୁ ରୋକିବା ପାଇଁ ପଦକ୍ଷେପ
author img

By

Published : Mar 17, 2021, 12:54 PM IST

ସୁନ୍ଦରଗଡ: ଜଙ୍ଗଲ ନିଆଁକୁ ପ୍ରତିହତ କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସ୍ୱତନ୍ତ୍ର ପଦକ୍ଷେପ ନେଲେ ସୁନ୍ଦରଗଡ ଡିଏଫଓ । ବନ କର୍ମଚାରୀଙ୍କ ଅନାବଶ୍ୟକ ଛୁଟି ବାତିଲ କରାଯିବ ବୋଲି କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ।

ଜଙ୍ଗଲ ନିଆଁକୁ ରୋକିବା ପାଇଁ ପଦକ୍ଷେପ

ଭୟାବହ ଅଗ୍ନିକାଣ୍ଡରୁ ଜଙ୍ଗଲକୁ ରକ୍ଷା କରିବାନେଇ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ଅଗ୍ନି ପ୍ରତିହତ ବ୍ୟବସ୍ଥା । ସୁନ୍ଦରଗଡ ବନ ଖଣ୍ଡ ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ଜଙ୍ଗଲ ନିଆଁକୁ ପ୍ରତିହତ କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ସହ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ସୁନ୍ଦରଗଡ ଡିଏଫଓ । ଏଣିକି ବନ କର୍ମଚାରୀଙ୍କ ଅନାବଶ୍ୟକ ଛୁଟିକୁ ବାତିଲ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ଜଙ୍ଗଲକୁ ଅସାମାଜିକ ଲୋକଙ୍କ ଦାଉରୁ ରକ୍ଷା କରିବା ନେଇ ଗଢିଛନ୍ତି ସ୍ୱତନ୍ତ୍ର ସ୍କ୍ୱାଡ । ଆସାମାଜିକ ଲୋକଙ୍କ ସଂପୃକ୍ତି ଥିବା ବିଷୟରେ ଖବର ଦେଲେ ଖବର ଦାତାଙ୍କ ନାମ ଗୋପନ ରଖାଯାଇ ତାଙ୍କୁ ପ୍ରୋତ୍ସାହନ ରାଶି ଭାବେ 5000 ଟଙ୍କା ଦେବାର ବ୍ୟବସ୍ଥା ହୋଇଛି । ଏହାସହ ଜଙ୍ଗଲକୁ ନିଆଁ କବଳରୁ ରକ୍ଷା କରିବାପାଇଁ ଫାୟାର ବ୍ଲୋର ( ଅଗ୍ନି ନିର୍ବାପକ ) ମେସିନ ସହ ସ୍ୱତନ୍ତ୍ର ନିଆଁ ଲିଭାଳି ଦଳଙ୍କୁ ନିଯୁକ୍ତ କରିଛନ୍ତି ସୁନ୍ଦରଗଡ ଡିଏଫଓ । କେବଳ ସୁନ୍ଦରଗଡ ବନ ଖଣ୍ଡରେ ଏନେଇ ନିଯୁକ୍ତ ହୋଇଛନ୍ତି 7 ଶହ କର୍ମଚାରୀ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.