ETV Bharat / state

ତୈଳ ଦର ବୃଦ୍ଧିକୁ କଂଗ୍ରେସର ନିଆରା ବିରୋଧ: ଗ୍ରାହକଙ୍କୁ ମିଠା ବାଣ୍ଟି ସରକାରଙ୍କୁ ଆକ୍ଷେପ - ଗ୍ରାହକଙ୍କୁ ମିଠା ବାଣ୍ଟି ସରକାରଙ୍କୁ ଆକ୍ଷେପ

ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ ନିଆରା ଢଙ୍ଗରେ ପ୍ରତିବାଦ କଲା ସୁନ୍ଦରଗଡ ଯୁବ କଂଗ୍ରେସ । ପେଟ୍ରୋଲ ଗ୍ରାହକଙ୍କୁ ମିଠା ବାଣ୍ଟି ଆକ୍ଷେପ କଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧିକୁ କଂଗ୍ରେସର ନିଆରା ବିରୋଧ: ଗ୍ରାହକଙ୍କୁ ମିଠା ବାଣ୍ଟି ସରକାରଙ୍କୁ ଆକ୍ଷେପ

author img

By

Published : Jun 7, 2021, 10:18 PM IST

ସୁନ୍ଦରଗଡ: ସୁନ୍ଦରଗଡ ଯୁବ କଂଗ୍ରେସ ଆଜି(ସୋମବାର) ନିଆରା ଢଙ୍ଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପ୍ରତିବାଦ କରିଛି । ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିକୁ କେନ୍ଦ୍ର କରି କଂଗ୍ରେସ କର୍ମୀମାନେ ଆଜି ସୁନ୍ଦରଗଡ ଟିଡିସିସି ପେଟ୍ରୋଲ ପମ୍ପରେ ଏହି ଗାଡିରେ ପେଟ୍ରୋଲ ଭରିବାକୁ ଆସିଥିବା ସମସ୍ତ ଗ୍ରାହକଙ୍କୁ ମିଠା ଓ ଚକୋଲେଟ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛି ।

ତୈଳ ଦର ବୃଦ୍ଧିକୁ କଂଗ୍ରେସର ନିଆରା ବିରୋଧ: ଗ୍ରାହକଙ୍କୁ ମିଠା ବାଣ୍ଟି ସରକାରଙ୍କୁ ଆକ୍ଷେପ

କ୍ରିକେଟ ଖେଳରେ ଶତକ ହେଲେ ଯେପରି ଲୋକେ ଖୁସିରେ ନାଚନ୍ତି କିମ୍ବା ମଉଜ ମଜଲିସ କରନ୍ତି ଠିକ ସେହିପରି ଆଜି ଦୁଃଖରେ କଂଗ୍ରେସ କର୍ମୀ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ହେବାକୁ ନେଇ କ୍ଷୋଭରେ ମିଠା ବାଣ୍ଟି କେନ୍ଦ୍ର ସରକାର ତଥା ପ୍ରତ୍ୟକ୍ଷ ଭାବେ ମୋଦିଙ୍କୁ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରିଛନ୍ତି ।

ଆନ୍ତର୍ଜାତୀୟ ସ୍ତରରେ କ୍ରୁଡ ଅଏଲର ଦାମ କମ ଥିବା ବେଳେ କେଉଁ କାରଣ ବା କାହାର ସ୍ୱାର୍ଥରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ଏହି ପରିସ୍ଥିତି ଆଣିଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି । କଂଗ୍ରେସ ଦଳର ଏହି ବିକ୍ଷୋଭ ପ୍ରତି ଯଦି ସରକାର ସଚେତନ ନହୁଅନ୍ତି ତେବେ ଏମାନେ ସମୟ ଓ ସୁବିଧା ଦେଖି ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.