ETV Bharat / state

ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ଜିଲ୍ଲାପାଳ

author img

By ETV Bharat Odisha Team

Published : Oct 12, 2023, 3:15 PM IST

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଶ୍ରମ ମନ୍ତ୍ରୀ ସାରଦା ନାୟକ । ଅଧିକ ପଢନ୍ତୁ

Sushmita Minj death case
Sushmita Minj death case
Sushmita Minj death case

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ମୃତ୍ୟୁ ଘଟଣାକୁ ବର୍ତ୍ତମାନ 22ଦିନ ବିତି ଯାଇଥିଲେ ବି ରହସ୍ୟ ଉପରୁ ପରଦା ହଟିପାରିନି । ସୁସ୍ମିତାଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଓ ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ନାୟକ ।

ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ଏହି ଘଟଣା ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନୁହେଁ । ତଦନ୍ତ ପ୍ରକ୍ରିୟା ଚାଲିଛି ଏବଂ ତଦନ୍ତ ଶେଷ ହେଲା ପରେ ହିଁ ଘଟଣାର ସବୁ ସତ୍ୟତା ସାମ୍ନାକୁ ଆସିବ । ଅପରପେକ୍ଷ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିରପେକ୍ଷ, ସ୍ଵାଧୀନ ଓ ଚାପମୁକ୍ତ । ମୃତ୍ୟୁ ପଛରେ ଯଦି କାହାର ଦୋଷ ବାହାରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି କହିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ତେବେ ଏହି ଘଟଣାରେ ଅଧିକ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ମନ୍ତ୍ରୀ।

ଏହା ମଧ୍ୟ ପଢନ୍ତୁ-ସୁସ୍ମିତା ମିଞ୍ଜ ମୃତ୍ୟୁ ରହସ୍ୟ ଉପରୁ କେବେ ଉଠିବ ପରଦା ? CBI ତଦନ୍ତ ଦାବି କଲା ପରିବାର

ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଛି ମାନବଧିକାର ସୁରକ୍ଷା ସେଲ୍( ଏଚ୍ଆରପିସି) । ମୃତ୍ୟୁର ୨୨ ଦିନ ପରେ ମଧ୍ୟ ସତ୍ୟାସତ୍ୟ ପଦାକୁ ଆସିପାରିନି । ବର୍ତ୍ତମାନ ପର୍ଯ୍ୟନ୍ତ ମାନବଧିକାର ସୁରକ୍ଷା ସେଲ୍ ୧୮ ଜଣଙ୍କୁ ଜେରା କରିସାରିଲାଣି । ଅନ୍ତିମ ପର୍ଯ୍ୟାୟରେ ତଦନ୍ତ ରହିଥିବା ଖୋଦ ତଦନ୍ତକାରୀ ଡିଏସ୍‌ପି ବନିତା ମାଝି କହିଛନ୍ତି । ସୁସ୍ମିତାଙ୍କ ଭାଇ, ମାଆ ଏବଂ ସ୍ୱାମୀ ସହ ସାଙ୍ଗ, ଗୁରୁଣ୍ଡିଆ ବିଡ଼ିଓ, ସିଡିପିଓ ଏବଂ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଜେରା କରାଯାଇଛି । ତଦନ୍ତ ପରିସର ଭୁକ୍ତ ହୋଇଥିବା ସମସ୍ତଙ୍କ କଲ୍ ରେକର୍ଡକୁ ତନତନ କରି ଯାଞ୍ଚ କରାଯାଉଛି ।

ସୁସ୍ମିତାଙ୍କ ମୋବାଇଲର କଲ୍ ରେକର୍ଡ ମଧ୍ୟ ତଦନ୍ତକାରୀ ଟିମ୍ ଟିକିନିକି କରି ଯାଞ୍ଚ କରୁଛି । ସେପ୍ଟେମ୍ବର ୧୬ ତାରିଖରୁ ୧୯ ସକାଳ ପର୍ଯ୍ୟନ୍ତ ସୁସ୍ମିତା କେଉଁମାନଙ୍କ ସହ କଥା ହୋଇଥିଲେ ? କେଉଁ ସ୍ଥାନକୁ ଯାଇଥିଲେ ? ହୋଟେଲରେ କଣ ପାଇଁ ରହିଥିଲେ ? ୧୯ ତାରିଖ ସକାଳ ପ୍ରାୟ ୮ଟା ୫୫ ମିନିଟ୍ ସମୟରେ ସୁସ୍ମିତା ହୋଟେଲରୁ ବାହାରି କେଉଁ ରାସ୍ତା ଦେଇ ସେନ୍‌ସାରୀ ପାର୍କରେ ପହଞ୍ଚିଥିଲେ । ସେଠାରେ କେଉଁଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ? ଏମିତି ଅନେକ ଅଡୁଆ ସୁତାର ଖିଅ ଖୋଜିବାରେ ଲାଗିପଡ଼ିଛି ଏଚ୍ଆରପିସି ଟିମ୍ । ସୁସ୍ମିତା ମୃତ୍ୟୁ ଘଟଣାର ଦୀର୍ଘ ୨୨ ଦିନ ଭିତରେ ତଦନ୍ତକାରୀ ଟିମକୁ ଅନେକ ସଫଳତା ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଖୁବଶୀଘ୍ର ସୁସ୍ମିତା ଡେଥ୍ ମିଷ୍ଟ୍ରିର ଖୁଲାସା ହେବ ବୋଲି ଆଶା କରାଯାଉଛି । ପୂର୍ବରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ଭାଇ ସିଧାସଳଖ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.