ETV Bharat / state

ଜାତୀୟ ହସ୍ତଶିଳ୍ପ ପୁରସ୍କାର ହାତେଇବେ ସୁନ୍ଦରଗଡର ଶିଳ୍ପୀ, ରାଷ୍ଟ୍ରପତି କରିବେ ସମ୍ମାନିତ

ସୁନ୍ଦରଗଡର ରାଜେନ୍ଦ୍ର ମେହେର ହସ୍ତଶିଳ୍ପ କଳା-2018 ବର୍ଷ ପାଇଁ ପାଇବେ ଜାତୀୟ ପୁରସ୍କାର । 2017 ବର୍ଷ ପାଇଁ ସେ ରାଜ୍ୟ ପୁରସ୍କାର ପାଇଥିଲା ବେଳେ ଏବେ ପାଇବେ ଜାତୀୟ ପୁରସ୍କାର । ଅଧିକ ପଢନ୍ତୁ:

ଜାତୀୟ ହସ୍ତଶିଳ୍ପ ପୁରସ୍କାରରେ ସମ୍ମାନିତ ହେବେ ସୁନ୍ଦରଗଡ ଶିଳ୍ପୀ

author img

By

Published : Aug 22, 2021, 8:12 PM IST

ସୁନ୍ଦରଗଡ: ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟ ସାରା ବିଶ୍ବ ବିଦିତ । ଓଡିଶାର କୋଣ ଅନୁକୋଣରେ ରହିଛନ୍ତି ଉତ୍କଳର ମହାନ ଶିଳ୍ପୀ ଓ ସ୍ଥପତି । ନିଜ କଳାର ସାଧନାରେ ନିଜ ସହ ନିଜ ଜାତିକୁ ଗୌରବାନ୍ବିତ କରିଛନ୍ତି । ସେହିଭଳି ଶିଳ୍ପୀଙ୍କ ମଧ୍ୟରୁ ଅନ୍ୟତମ ସୁନ୍ଦରଗଡର ରାଜେନ୍ଦ୍ର ମେହେର । ଯିଏକି ଜାତୀୟ ସ୍ତରରେ ନିଜର ମହାନ କଳା ପାଇଁ ପୁରସ୍କୃତ ହେବାକୁ ଯାଉଛନ୍ତି । ୨୦୧୮ ମସିହାର ଜାତୀୟ ହସ୍ତକଳା ପୁରସ୍କାର ଭାରତ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଛି । ଓଡିଶାରୁ ଏହି ପୁରସ୍କାର ପାଇବା ପାଇଁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ରାଜେନ୍ଦ୍ର ମେହେର ।

ଜାତୀୟ ହସ୍ତଶିଳ୍ପ ପୁରସ୍କାରରେ ସମ୍ମାନିତ ହେବେ ସୁନ୍ଦରଗଡ ଶିଳ୍ପୀ

ଟସର ସୂତାରେ ସିଦ୍ଧି ବିନାୟକଙ୍କ 3 ଫୁଟ ଉଚ୍ଚ ଓ ଅଢେଇ ଫୁଟ ଚଉଡାର ମୂର୍ତ୍ତି ତିଆରି କରି 2018 ବର୍ଷ ପାଇଁ ସେ ଏହି ଜାତୀୟ ପୁରସ୍କାର ପାଇବାକୁ ଯାଉଛନ୍ତି । ସୁନ୍ଦରଗଡର ଏକ ବୁଣାକାର ପରିବାରରେ ରାଜେନ୍ଦ୍ର ମେହେରଙ୍କ ଜନ୍ମ । ତାଙ୍କ ପରିବାରର କୌଳିକ ବୃତ୍ତି ଲୁଗା ବୁଣିବା । ରାଜେନ୍ଦ୍ରଙ୍କ ବାପାମାଆ ଲୁଗା ବୁଣିବା ସହ ପାଟବସ୍ତ୍ର ତିଆରି କରୁଥିଲେ । ବାପାମାଆଙ୍କ ସେହି ସୂକ୍ଷ୍ମ କାରୁକାର୍ଯ୍ୟକୁ ଦେଖି ପ୍ରେରଣା ପାଇଥିଲେ ରାଜେନ୍ଦ୍ର । ପ୍ରଥମେ ସେ ପେଣ୍ଟିଂ, ଚିତ୍ରକଳା, ପଟ୍ଟଚିତ୍ର ଆଦି ଆଙ୍କୁଥିଲେ । ଗଣେଶ ପୂଜା ଆସିଲେ କଦଳୀ, ରୁଦ୍ରାକ୍ଷ, ଚକୋଲେଟ ଓ ନଡିଆରେ ଗଜାନନଙ୍କ ପ୍ରତିମୂର୍ତ୍ତି ଗଢୁଥିଲେ । ଯାହା ଯେ କୌଣସି ବ୍ୟକ୍ତିବିଶେଷଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିବା ପାଇଁ ଯଥେଷ୍ଟ । ରାଜେନ୍ଦ୍ର ଏବେ ଟସର ସୂତା ଓ କପଡାରେ ତାଙ୍କ କଳାକୃତି ଗୋଟିକ ପରେ ଗୋଟିଏ ଫୁଟାଇବାରେ ଲାଗିଛନ୍ତି । ପ୍ରଶଂସା ବା ପୁରସ୍କାର ଜିତିବା ନୁହେଁ ବରଂ ପ୍ରତ୍ୟେକ ଜିନିଷକୁ କିଛି ନୂଆ କରି ଗଢି ତୋଳିବା ତାଙ୍କର ନିଶା ବୋଲି କହିଛନ୍ତି ଏହି ଶିଳ୍ପୀ ।

ଏବେ ରାଜେନ୍ଦ୍ର ପେଣ୍ଟିଙ୍ଗ କରିବା, ପଟ୍ଟଚିତ୍ର ଆଙ୍କିବା ସାଙ୍ଗକୁ ଟସର ସିଲକ ଉପରେ କ୍ରାଫ୍ଟସ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ପୂର୍ବରୁ ସିଲ୍କ କ୍ରାଫ୍ଟସରେ ସେ ଜଗନ୍ନାଥଙ୍କ ଦଶାବତାର କରି 2017 ମସିହା ପାଇଁ ରାଜ୍ୟ ପୁରସ୍କାର ଜିତି ଥିବାବେଳେ ଏବେ ଟସର ସୂତାରେ ଗଶେଶଙ୍କ ମୂର୍ତ୍ତି ତିଆରି କରି 2018 ବର୍ଷ ପାଇଁ ଜାତୀୟ ପୁରସ୍କାର ପାଇବାକୁ ଯାଉଛନ୍ତି । ଏହାକୁ ନେଇ ତାଙ୍କର କଳାଗୁରୁ ମଧ୍ୟ ଆନନ୍ଦରେ ବିଭୋର ହୋଇଛନ୍ତି । ପ୍ରଥମରୁ ରାଜେନ୍ଦ୍ରଙ୍କ ନିକଟରେ ମହାନ ଶିଳ୍ପୀର ସୁଗନ୍ଧ ବାରି ହେଉଥିଲା । ଚିତ୍ରକଳାରୁ ସେ ହସ୍ତଶିଳ୍ପକୁ ନିଜର ନିଶା ଓ ପେଶା ଭାବେ ଆବୋରି ନେଇଥିବା କହିଛନ୍ତି ଗୁରୁ ଶୀତଳ ମହାପାତ୍ର ।

ରାଜେନ୍ଦ୍ର ପିଲାବେଳୁ ତାଙ୍କ ମାଆବାପାଙ୍କ କଳା ଦେଖି ଆକର୍ଷିତ ହୋଇଥିବା ବେଳେ ଏବେ ତାଙ୍କ ଧର୍ମପତ୍ନୀ ଓ ତାଙ୍କ ପୁଅ ମଧ୍ୟ ରାଜେନ୍ଦ୍ରଙ୍କୁ ଅନୁକରଣ କରି ହସ୍ତକଳାକୁ ଆପଣାଇଛନ୍ତି । ରାଜେନ୍ଦ୍ରଙ୍କ ପରି ତାଙ୍କ ସହଧର୍ମିଣୀ ମଧ୍ୟ ରାଜ୍ୟସ୍ତରୀୟ ପୁରସ୍କାର ଜିତିଛନ୍ତି । ସେ ଟସର ସିଲକରେ ହସ୍ତଶିଳ୍ପ କରି ମା' ଦୁର୍ଗାଙ୍କର ମୂର୍ତ୍ତି ନିର୍ମାଣ କରି 2018 ବର୍ଷ ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ଲାଭ କରିଛନ୍ତି । ସେହିପରି ମାଆବାପାଙ୍କର କଳା ତାଙ୍କ ପୁଅ ନିକଟରେ ମଧ୍ୟ ଦେଖାଯାଇଛି । କୁନି ହାତରେ ଶିଳ୍ପୀଙ୍କ କୁନି ପୁଅ ଏବେ ସ୍କେଚ୍ , ଆକ୍ରିଲିକ ଓ ତୁଳୀ ଧରି ଚିତ୍ର କରିବାରେ ଲାଗିଛନ୍ତି । ତୃତୀୟ ଶ୍ରେଣୀରେ ପଢୁଥିବା ଏହି କୁନି ଛାତ୍ର ନର୍ସରୀ ଶ୍ରେଣୀରୁ ଚିତ୍ର କରି ଜିଲ୍ଲାସ୍ତରୀୟ ପୁରସ୍କାର ସାଉଁଟି ସାରିଛନ୍ତି । ତେବେ ସେ ମଧ୍ୟ ଜଣେ ଚିତ୍ର ଶିଳ୍ପୀ , ଭଲ ମଣିଷ ହେବା ସଙ୍ଗେ ସଙ୍ଗେ ସେ ତାଙ୍କ ବାପାଙ୍କ ପରି ଜାତୀୟ ପୁରସ୍କାର ଜିଣିବାର ସ୍ବପ୍ନ ଦେଖିଥିବା କଥା କହିଛନ୍ତି ।

କେନ୍ଦ୍ର ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରଣାଳୟ ଦ୍ବାରା ରାଜେନ୍ଦ୍ର ନାମ ପ୍ରକାଶ ପାଇବା ପରେ ତାଙ୍କୁ ଚାରିଆଡେ ପ୍ରଶଂସା କରାଯାଇଛି । କିଏ ଖେଳରେ ତ ଆଉ କିଏ ପାଠରେ ସୁନ୍ଦରଗଡ ପାଇଁ ଗୌରବ ଆଣୁଥିବାବେଳେ ଏବେ ହସ୍ତକଳା କ୍ଷେତ୍ରରେ ଜିଲ୍ଲାକୁ ଗୋରବାନ୍ବିତ କରିଛନ୍ତି ରାଜେନ୍ଦ୍ର ମେହେର ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.