ETV Bharat / state

ରୁରକେଲାରୁ ରାଉରକେଲା: ଗାଁରୁ ପାଲଟିଛି ସ୍ମାର୍ଟ ସିଟି, ସଫଳତାର ଗାଥା ବଖାଣୁଛି ଇସ୍ପାତ ନଗରୀ - steel city Rourkela

ସ୍ବପ୍ନର ସହର ରାଉରକେଲା । ଏହା ଖାଲି ଏକ ସହର ନୁହେଁ ପରିଭାଷା । ବିଶ୍ୱରେ ରାଉରକେଲା ସହର ଏକ ସ୍ୱତ୍ୱନ୍ତ୍ର ସ୍ଥାନ ଅଧିକାର କରିଛି । ଗୁଗୁଲ ମ୍ୟାପରେ ବିଶ୍ବକପ ସହର ପାଲଟିଛି । ଜାଣନ୍ତୁ ରାଉରକେଲା ସହର ସଫଳତାର ଯାତ୍ରା ବିଷୟରେ । ଅଧିକ ପଢ଼ନ୍ତୁ

ରୁରକେଲାରୁ ବିଶ୍ୱକପ ସହର ରାଉରକେଲା ସହର ସଫଳତା ଯାତ୍ରା

author img

By

Published : Mar 24, 2023, 5:17 PM IST

Updated : Mar 24, 2023, 8:20 PM IST

ଗାଁରୁ ପାଲଟିଛି ସ୍ମାର୍ଟ ସିଟି, ସଫଳତାର ଗାଥା ବଖାଣୁଛି ଇସ୍ପାତ ନଗରୀ

ରାଉରକେଲା: ଷ୍ଟିଲ୍‌ ସିିଟି ରାଉରକେଲା । ସ୍ବପ୍ନର ସହର ଏବେ ବିଶ୍ବରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି । ସୁନ୍ଦରଗଡ଼ ଜିଲ୍ଲା ହେଲେ ରାଉରକେଲା ତାର ହୃଦୟ । ରାଉରକେଲା ନାଁ ଟି ଶୁଣିଦେଲେ ମନ ଭିତରେ ଆଙ୍କି ହୋଇଯାଏ ଏକ ସ୍ୱପ୍ନର ସହର ଚିତ୍ର । ବିଶ୍ୱରେ ମିନି ଇଣ୍ଡିଆ ଭାବରେ ପରିଚୟ ହାସଲ କରିଛି ଇସ୍ପାତ ସହର ରାଉରକେଲା । ସହରକୁ ନେଇ ଆଜି ପ୍ରତିଟି ରାଉରକେଲାବାସୀ ଗର୍ବିତ । ରୁରକେଲାରୁ ବିଶ୍ୱକପ ସହର ରାଉରକେଲା ପର୍ଯ୍ୟନ୍ତ ଯାତ୍ରାରେ ସଫଳ ହୋଇଛି ସହର । ଲୋକେ ଆଜି ଯେଉଁ ରାଉରକେଲାକୁ ନିଜ ଆଖିରେ ଦେଖୁଛନ୍ତି ତାର ନିର୍ମାଣ ପଛରେ ରହିଛି ଏକ ନିଆରା କାହାଣୀ । ଆସନ୍ତୁ ଜାଣିବା ସହରର ଏହି ବିକାଶ ଓ ସଫଳାତ ଯାତ୍ରା ସମ୍ପର୍କରେ ।

ନଦୀକୂଳିଆ ସ୍ମାର୍ଟ ସିଟି : ବ୍ରାହ୍ମଣୀ ଓ କୋଏଲ ନଦୀ କୂଳରେ ଅବସ୍ଥିତ ହୋଇଥିଲା ସହର । ସ୍ୱାଧୀନ ଭାରତରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଦ୍ୱିତୀୟ ପଞ୍ଚ ବାର୍ଷିକ ଯୋଜନାକୁ ଆଖି ଆଗରେ ରଖି ଭାରତର ଶିଳ୍ପ ଜଗତରେ ଏକ ବିପ୍ଲବ ଆଣିବା ପାଇଁ ନିଶ୍ଚିତ କରାଯାଇଥିଲା । ଯେଉଁଥି ପାଇଁ ଦେଶରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଅଣ୍ଟା ଭିଡ଼ିଲେ ସରକାର । ସାରା ଦେଶରେ ବିଭିନ୍ନ ସ୍ଥାନରେ ସର୍ଭେ ହେବା ପରେ ସେତବେଳେ ସମୟର ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ବର୍ତ୍ତି ଛୋଟା ନାଗପୁର ଡିଭିଜନର ଏକ ଗ୍ରାମ ଯାହାର ନାମ 'ରୁରକେଲା' ଥିଲା ସେଠାରେ ଦେଶର ପ୍ରଥମ ପବ୍ଲିକ ସେକ୍ଟର କାରଖାନା ସ୍ଥାପନ କରିବା ପାଇଁ ସ୍ଥାନ ନିରୂପଣ କରାଗଲା ।

ପରିଚୟ ଦେଲା ଷ୍ଟିଲ୍‌ ପ୍ଲାଣ୍ଟ : ସ୍ଥାନ ନିରୂପଣ ହେବା ପରେ ଠିକ ୧୯୫୨ ମସିହାରେ ଦେଶର ପ୍ରଥମ ପବ୍ଲିକ ସେକ୍ଟର ନିର୍ମାଣ ପାଇଁ ଜର୍ମାନୀର ଏକ କମ୍ପାନୀ ଦେମାଗ ଏବଂ କୃପସ ସହ ସରକାର ସହ ମିଶି ହୋଇ ଦେଶର ପ୍ରଥମ ପବ୍ଲିକ ସେକ୍ଟର କାରଖାନା ନିର୍ମାଣ ଆରମ୍ଭ କଲେ । ନିର୍ମାଣ ହେଲା ଏକ କଲୋନୀ ଯାହା 1954 ମସିହା ମାର୍ଚ୍ଚ 3 ତାରିଖରେ ସ୍ଥାପନ ହୋଇଥିଲା । ଜର୍ମାନ ଟେକ୍ନୋଲୋଜିରେ ଭରୁପର ଲୋକେ ଏବଂ ମେସିନ ଆସି ଏଠାରେ ରାଉରକେଲା ଇସ୍ପାତ କାରଖାନାକୁ ନିର୍ମାଣ କରିଥିଲେ । କାଳ କ୍ରମେ ନିର୍ମାଣ ଚାଲିଥିବା ବେଳେ ଦେଶରେ ଅନ୍ୟ ସ୍ଥାନରେ ମଧ୍ୟ ଶିଳ୍ପ ପ୍ରତିଷ୍ଠାନ ବା ପବ୍ଲିକ ସେକ୍ଟର ଫ୍ୟାକ୍ଟ୍ରି ଯେଭଳି ଭିଲାଇ, ଦୁର୍ଗାପୁରରେ ମଧ୍ୟ ନିର୍ମାଣ ଚାଲିଥିଲା ।

ଏସବୁ କାରଖାନାକୁ ପରିଚାଳନା କରିବା ପାଇଁ ୧୯୫୪ ଜାନୁଆରୀ ୧୯ ତାରିଖରେ ତତ୍କାଳୀନ HSL(ହିନ୍ଦୁସ୍ତାନ ଷ୍ଟିଲ ଲିମିଟେଡ଼) ନିର୍ମାଣ ହୋଇଥିଲା । 'ରୁରକେଲା' ଗ୍ରାମରେ ଦେଶର ପ୍ରଥମ ପବ୍ଲିକ ସେକ୍ଟର ଫ୍ୟାକ୍ଟ୍ରି । ନିର୍ମାଣ ଶେଷ ହେବା ପରେ ଠିକ୍‌ ୧୯୫୯ ଫେବୃଆରୀ ୩ ତାରିଖରେ ଜର୍ମାନ ଟେକ୍ନୋଲୋଜି ବିଶିଷ୍ଟ ଏହି ଇସ୍ପାତ କାରଖାନାକୁ ଉଦଘାଟନ କରିଥିଲେ ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ଏବଂ ସେତବେଳେ ଏହି ପ୍ଲାଣ୍ଟ ହିନ୍ଦୁସ୍ତାନ ଷ୍ଟିଲ ଲିମିଟେଡ଼ ଦ୍ୱାରା ପରିଚାଳିତ ହେଉଥିଲା । ଧୀରେଧୀରେ ଜର୍ମାନଙ୍କ ଦ୍ୱାରା ଏହି ଷ୍ଟିଲ ପ୍ଲାଣ୍ଟର ନାମ ଦିଆଗଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟ । ଯାହା ରୁରକେଲା ଶବ୍ଦରୁ ଆସିଛି । ରୁରକେଲା ଗ୍ରାମରେ ଏହି କାରଖାନା ହେବାରୁ ଏହାର ନାମ ରାଉରକେଲା ଇସ୍ପାତ କାରଖାନା ହୋଇଥିଲା । ଆରମ୍ଭ ହେଲା ଏକ ନୂଆ ରାଉରକେଲାର କାହାଣୀ । 1973 ଜାନୁଆରୀ 24ରେ ସ୍ଥାପନ ହୋଇଥିଲା SAIL (ଷ୍ଟିଲ ଆଥୋରିଟି ଅଫ୍‌ ଇଣ୍ଡିଆ ଲିମିଟେଡ଼) ଯାହା ହିନ୍ଦୁସ୍ତାନ ଷ୍ଟିଲ୍‌ ଲିମିଟେଡ଼କୁ ଟେକ୍‌ ଓଭର କରିଥିଲା ।

ରୁର୍‌କେଲାରୁ ରାଉରକେଲା : ରାଉରକେଲା ଶବ୍ଦଟି ସାଦ୍‌ରି ଭାଷାରୁ ଆସିଛି । ଯାହାର ପୂର୍ବରୁ ନାମ ଥିଲା 'ରୁରକେଲା' ଏହାର ମାନେ ହେଉଛି ଆମ ଗାଁ (ରୁର -ଆମ , କେଲା-ଗାଁ) । ରୁରକେଲା ନାମରୁ ଧୀରେଧୀରେ ନାମ ପରିବର୍ତ୍ତନ ହୋଇ ଏହାର ନାମ ହୋଇଛି ରାଉରକେଲା ହୋଇଥିଲା ।

ତେବେ ନଦୀ କୁଳରେ ଅବସ୍ଥିତ ଥିବା ଏହି ରାଉରକେଲା ସହର ଧୀରେଧୀରେ ଉନ୍ନତି ଦିଗରେ ଆଗେଇଲା । ଜନ ବସତି ମଧ୍ୟ ବଢ଼ିବାରେ ଲାଗିଲା। ତ୍ରିବେଣୀ ସଙ୍ଗମ କୁହାଯାଉଥିବା ବ୍ରାହ୍ମଣୀ ନଦୀ ପାର୍ଶ୍ଵ ଏବଂ କୋଏଲ ନଦୀ ଚାରି ପାଖରେ ଗଢି ଉଠିଥିଲା ଏକ ସ୍ୱପ୍ନର ସହର ରାଉରକେଲା ସହର। ଏଠାରେ ରହିଛି ଇସ୍ପାତ କାରଖାନା, ହନୁମାନ ବାଟିକା, ମହା ଭାରତ ରଚନା ସ୍ଥଳ ବେଦବ୍ୟାସ ପୀଠ, ବୈଷ୍ଣ ଦେବୀ ମନ୍ଦିର, ହିଲ ଟପ, ଭଳି ଅନେକ ସ୍ଥାନ ଯାହା ଏହି ରାଉରକେଲା ସହରର ସୁନ୍ଦରତା ଆହୁରି ବଢ଼ାଉଛି ।

ମତୁଆଲା କରୁଛି ସେକ୍ଟର ଅଞ୍ଚଳ: ଏ ସହର ଲୋକଙ୍କ ମନରେ ଯେଉଁ ପ୍ରତିଛବି ସୃଷ୍ଟି କରିଛି ତାହା ଲୋକେ ହିଁ ଜାଣିଛନ୍ତି। ରାଉରକେଲାର ଅସଲ ମାନେ ଏବଂ ରାଉରକେଲାର ଅସଲ ରୂପ ଯିଏ ସହରକୁ ଆସେ ସିଏ ହିଁ ଉପଭୋଗ କରିପାରେ । ଏହି ସହରରେ ରହିଛି ଏକ ଆପଣାର ଭଲ ପାଇବା। ଏ ସହର ଏକ ନିଆରା ଅନୁଭୂତି ଭରିଦିଏ ଲୋକଙ୍କ ମନରେ। ଧୀରେଧୀରେ ନୂଆ ରୂପ ରଙ୍ଗ ପାଇବାରେ ଲାଗେ ରାଉରକେଲା ସହର । ଗଢ଼ି ଉଠେ କଳ କାରଖାନା ଏବଂ ଗଢି ଉଠେ ଏକ ଉନ୍ନତି ଏବଂ ସ୍ୱପ୍ନର ସହର ରାଉରକେଲା ସହର । ସୁନ୍ଦରଗଡ଼ ଜିଲ୍ଲାର ହାର୍ଟ କହିଲେ ତାହା ହେଉଛି ରାଉରକେଲା ସହର । ସମ୍ପୂର୍ଣ୍ଣ ଜିଲ୍ଲା ରାଉରକେଲା ସହର ଉପରେ ନିର୍ଭରଶୀଳ । ସେକ୍ଟର ଅଞ୍ଚଳରେ ବସବାସ କରନ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟର କର୍ମଚାରୀମାନେ ସବୁଜ ସୁନ୍ଦର ଭରା ସେକ୍ଟର ଅଞ୍ଚଳ । ବର୍ତ୍ତମାନ ସମୟରେ ମଧ୍ୟ ରାଉରକେଲା ଲୋକଙ୍କ ହୃଦୟ ହେଉଛି ସେକ୍ଟର । ସେକ୍ଟର ଅଞ୍ଚଳ ଥରେ ବୁଲି ଆସିଲେ ଲୋକେ ନିଜର ଦୈନନ୍ଦିନ ଜୀବନରେ ଥକା ଭୁଲି ଯାଆନ୍ତି ।

ରୂପ ଦେଇଛି ହକି ବିଶ୍ବକପ୍‌ : 2014 ମସିହାରେ ରାଉରକେଲା ମ୍ୟୁନିସିପାଳିଟି ରାଉରକେଲା ମହାନଗର ନିଗମର ମାନ୍ୟତା ପାଇଲା । ରୁରକେଲାରୁ ରାଉରକେଲା ସହରର ଯାତ୍ରାରେ ଏ ସହର କେତେ କଷ୍ଟ କେତେ ଯନ୍ତ୍ରଣା ଦେଖିଛି । ତେବେ ଏହାରି ମଧ୍ୟରେ ରାଉରକେଲା ବଢିବାକୁ ଲାଗିଲା ଏବଂ ଉନ୍ନତି ରାଉରକେଲା ସହରକୁ ଏକ ନୂଆ ରୂପ ଦେବାରେ ଲାଗିଲା । ତେବେ 2016 ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ମାର୍ଟ ସିଟି କାର୍ଯ୍ୟକ୍ରମରେ ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟିର ମାନ୍ୟତା ପାଇଲା ରାଉରକେଲା ସହର। ଏହା ପରେ ସହର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରି ସହରକୁ ସୁସ୍ଥ ସୁନ୍ଦର କରିବାରେ ଲାଗିଲେ ପ୍ରଶାସନ । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ଆଗେଇ ଚାଲିଛି ରାଉରକେଲା ସହର। ଏହାପରେ କେହି ରାଉରକେଲାବାସୀ କେବେ ଭାବି ନଥିଲେ ଦିନେ ଆମ ସହର ରାଉରକେଲା ସହର ବିଶ୍ୱକପ ଆୟୋଜନ କରିବ । 2019 ମସିହାରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ 2023 ମସିହାରେ ରାଉରକେଲା ଏବଂ ଭୁବନେଶ୍ୱରରେ ଆୟୋଜନ ହେବ ହକି ବିଶ୍ୱକପ । ସରକାର ଏକ ନୂଆ ରାଉରକେଲାର ସ୍ୱପ୍ନ ଦେଖାଇଥିଲେ ଲୋକଙ୍କୁ । ଠିକ୍‌ ସେହି ସମୟରେ ସାରା ଦେଶରେ କାୟା ମେଳାଇଲା କୋରାନା । କୋରାନା ଭୟରେ ସାରା ଦେଶରେ ଲାଗିଲା ଲକ୍‌ଡାଉନ । ଓଡ଼ିଶାର ହଟ୍‌ସ୍ପଟ୍‌ ପାଲଟିଲା ରାଉରକେଲା ସହର । 2021 ମସିହାରେ ନିର୍ମାଣ ଆରମ୍ଭ ହେଲା ହକି ବିଶ୍ୱକପ ଷ୍ଟାଡିୟମ । ରାଉରକେଲା ସହରକୁ ନୂଆ ରୂପ ନୂଆ ରଙ୍ଗ ଦେବାରେ ଲାଗିଲା ପ୍ରଶାସନ ।

ହକି ମହାକୁମ୍ଭ ପାଇଁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ ହେଲା । ବର୍ତ୍ତମାନ ସାରା ସହର ରଙ୍ଗୀନ ଆଲୋକ ମାଳରେ ଝଲସୁଛି । ପୂର୍ବର ରୁରକେଲା ଗ୍ରାମ ବର୍ତ୍ତମାନ ଏକ ନୂଆ ରୂପ ଧାରଣ କରି ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ନିଆରା ପରିଚୟ ସୃଷ୍ଟି କରିଛି ଏ ସହର ହେଉଛି ଆମ ସହର ରାଉରକେଲା ସହର । ସାରା ଦେଶର ସହର ରାଉରକେଲା ସହର।

Last Updated : Mar 24, 2023, 8:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.