ETV Bharat / state

ହଷ୍ଟେଲରୁ ନାବାଳକର ସନ୍ଦେହଜନକ ମୃତଦେହ ଉଦ୍ଧାର - Rourkela news

Minor Boy Death case: ସହରର ଅନ୍ୱେସା ହଷ୍ଟେଲରୁ ନାବାଳକ ଛାତ୍ରର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ସେ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି । ଅଧିକ ପଢନ୍ତୁ

ହଷ୍ଟେଲରୁ ନାବାଳକର ସନ୍ଦେହଜନକ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Jan 8, 2024, 10:24 PM IST

ହଷ୍ଟେଲରୁ ନାବାଳକର ସନ୍ଦେହଜନକ ମୃତଦେହ ଉଦ୍ଧାର

ରାଉରକେଲା: ସହରର ଏକ ହଷ୍ଟେଲରୁ ଉଦ୍ଧାର ହେଲା ନାବାଳକର ମୃତଦେହ । ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସେ ସପ୍ତମ ଶ୍ରେଣୀରେ ପଢୁଥିବା ଜଣାପଡିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କାହିଁକି ଏଭଳି ଘଟଣା ଘଟିଛି ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି । ତେବେ ସହରର ଛେଣ୍ଡ ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଛି । ଏହା ଆତ୍ମହତ୍ୟା ନା ହତ୍ୟା ଏଭଳି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ ବିର୍ଷା ମୁଣ୍ଡା ହକି ଷ୍ଟାଡିୟମ ନିକଟରେ ଥିବା ‘ଅନ୍ୱେଷା’ ହଷ୍ଟେଲରୁ ନାବାଳକ ଛାତ୍ରର ମୃତ ଖବର ସମ୍ନାକୁ ଆସିଥିଲା । ନାବାଳକ ଜଣକ ରାଉରକେଲା ସହରରେ ପାଠ ପଢୁଥିଲେ । ନାବାଳକ ଜଣକ ହେଉଛନ୍ତି ଗୁରୁଣ୍ଡିଆ ବ୍ଲକ ସୋଲ ଗ୍ରାମର କୃଷ୍ଣ କୁଜୁର । କୃଷ୍ଣ ନିଜର ଘରଠାରୁ ଦୂରରେ ରହି ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ । ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ହଷ୍ଟେଲ ରୁମ ମଧ୍ୟରୁ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡି ନାହିଁ ।

ଏହା ମଧ୍ୟ ପଢନ୍ତୁ ....ନାବାଳିକାକୁ ଗଣଦୁଷ୍କର୍ମ ! ନୂଆବର୍ଷ ସେଲିବ୍ରେସନ ପରେ ଥିଲେ ନିଖୋଜ

ଏହା ମଧ୍ୟ ପଢନ୍ତୁ....ହତ୍ୟା ଅଭିଯୁକ୍ତଙ୍କ ଗିରଫ ଦାବି, ଥାନା ଆଗରେ ମୃତଦେହ ରଖି ଧାରଣା

ତେବେ କୃଷ୍ଣ ଆଜି(ସୋମବାର) ଦିନ ସ୍କୁଲ ଯାଇନଥିଲେ । ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଆଜି ସ୍କୁଲକୁ ଯାଇନଥିବା ବେଳେ ନାବାଳକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲି ରହିଥିବା ଅନ୍ତେବାସୀ ଦେଖିଥିଲେ । ସଙ୍ଗେ ସଙ୍ଗେ ପୋଲିସରେ ଖବର ଦେଇଥିଲେ । ଖବର ପାଇ ଛେଣ୍ଡ ଥାନା ପୋଲିସ ହଷ୍ଟେଲରେ ପହଞ୍ଚି ମୃତଦେହକୁ ଉଦ୍ଧର ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପାଠାଇଛି । କୃଷ୍ଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି । ମୃତ ନାବାଳକଙ୍କ ପରିବାର ବର୍ଗଙ୍କ ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ଯାଏଁ ଏହି ମାମଲାରେ ପରିବାର ବା ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ । ପୋଲିସ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ....କ୍ଷମା ନମାଗିବାରୁ ବୀଭତ୍ସ ହତ୍ୟା, ଯୁବକଙ୍କୁ ପିଟି ପିଟି ମାରିଦେଲେ ୨ ନାବାଳକ

ଇଟିଭି ଭାରତ , ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.