ETV Bharat / state

ରାଉରକେଲାରେ ଦିବ୍ୟାଙ୍ଗ ପିଲାଙ୍କ କ୍ରୀଡ଼ା ଉତ୍ସବ

author img

By

Published : Dec 21, 2022, 9:02 PM IST

ହକି ବିଶ୍ବକପ ନେଇ ରାଉରକେଲା ସହର ଏବେ ବେଶ ଉତ୍ସବ ମୁଖର ହୋଇପଡିଛି । ଦିବ୍ୟାଙ୍ଗ ପିଲାଙ୍କ ମନରେ କ୍ରୀଡା ଭାବନା ସୃଷ୍ଟି କରିବା ପାଇଁ ରାଉରକେଲା ମହାନଗର ନିଗମ ଅଣ୍ଟା ଭିଡିଛି । ଅଧିକ ପଢନ୍ତୁ

ହକି ବିଶ୍ବକପ ନେଇ ରାଉରକେଲାରେ ଦିବ୍ୟାଙ୍ଗ ପିଲାଙ୍କ କ୍ରୀଡା ଉତ୍ସବ

ରାଉରକେଲାରେ ଦିବ୍ୟାଙ୍ଗ ପିଲାଙ୍କ କ୍ରୀଡା ଉତ୍ସବ

ରାଉରକେଲା: ହକି ବିଶ୍ବକପ ନେଇ ହକିର ଏନ୍ତୁଡି ଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଦେଇଛି ହକି ଫିଭର । ଏଥିରୁ ବାଦ ପଡିନାହିଁ ଇସ୍ପାତ ନଗରୀ ରାଉରକେଲା । ହକି ବିଶ୍ବକପ ନେଇ ରାଉରକେଲା ସହର ଏବେ ବେଶ ଉତ୍ସବ ମୁଖର ହୋଇପଡିଛି । ସହରବାସୀଙ୍କୁ କ୍ରୀଡ଼ାମନସ୍କ କରିବା ତଥା ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ସାମିଲ ହୋଇଛନ୍ତି ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ପିଲାଙ୍କ ମନରେ କ୍ରୀଡ଼ା ଭାବନା ସୃଷ୍ଟି କରିବା ପାଇଁ ରାଉରକେଲା ମହାନଗର ନିଗମ ଅଣ୍ଟା ଭିଡିଛି ।

ଦୀପିକା ଶିକ୍ଷା ସଦନ (ସେକ୍ଟର-୧୮) ପରିସରରେ ଏହି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପ୍ରୟାସ’ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡକ୍ଟର ଶୁଭଙ୍କର ମହାପାତ୍ର ଓ ଉପ ଆୟୁକ୍ତ ସୁଧାଂଶୁ ଭୋଇ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କ୍ରୀଡାର ଆୟୋଜକ ଓ ଅତିଥିମାନେ ଦିବ୍ୟାଙ୍ଗ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧା, ଆଶାଦୀପ, ହୋମ୍ ଆଣ୍ଡ ହୋପ, ଆଶା ତଥା ମୂକ ବଧିର ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏହି ଦିବ୍ୟାଙ୍ଗ କ୍ରୀଡା ଉତ୍ସବରେ ସହରର ଦିବ୍ୟାଙ୍ଗ ପିଲାମାନେ ଏଠାରେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଦିବ୍ୟାଙ୍ଗ ପିଲାମାନେ ଏହି କ୍ରୀଡା ପ୍ରତିଯୋଗିତାକୁ ବେଶ୍ ଉପଭୋଗ କରିଥିବା ନଜର ଆସିଛି । ବିଭିନ୍ନ ବର୍ଗରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତା ଶେଷରେ ଦିବ୍ୟାଙ୍ଗ ପିଲାମାନେ ପରିବେଷଣ କରିଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିଥିଲା ।

ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାନଗର ନିଗମର ସାମାଜିକ ସୁରକ୍ଷା ଅଧିକାରୀ ଚେତାବନୀ ବଡାଇକ, ଶ୍ରଦ୍ଧା ଅନୁଷ୍ଠାନରୁ ସର୍ବଶ୍ରୀ କାର୍ତ୍ତିକ ପାଣ୍ଡବ, ସର୍ବେଶ୍ଵର ମାନସିଂହ, ନରେଶ ପଟେଲ , ସନ୍ତୋଷ କୁମାର ସାହୁ , ଅଶାଦୀପର ରାମଚନ୍ଦ୍ର ବେହେରା, ପ୍ରକାଶ ପଣ୍ଡା, ହୋମ୍ ଆଣ୍ଡ ହୋପର ପଦ୍ମିନୀ ଦାସ, ମୂକ ବଧିର ବିଦ୍ୟାଳୟର ସରୋଜ କୁମାର ମହାନ୍ତି ଓ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ଡ୍ରିମ୍ ଟିମ୍ ଫାଉଣ୍ଡେସନର ଅମିୟ ଦାସ, ଏକ୍ସ ମ୍ୟାନେଜମେଣ୍ଟର କର୍ତ୍ତୃପକ୍ଷ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.