ETV Bharat / state

ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ଡ, ବାପାକୁ ହତ୍ୟା କଲା ପୁଅ

author img

By ETV Bharat Odisha Team

Published : Nov 6, 2023, 9:16 PM IST

ବାପା ପୁଅ ସମ୍ପର୍କରେ ଲାଗିଲା ରକ୍ତ ଛିଟା । ବାପାକୁ ମାରିଲା ନିଜର ଜନ୍ମକଲା ପୁଅ । ସାମାନ୍ୟ ବଚସାରୁ ପୁଅ ରଚିଲା ନିର୍ମମ ହତ୍ୟା କାଣ୍ଡ । ଅଧିକ ପଢ଼ନ୍ତୁ

ବାପାକୁ ହତ୍ୟା କଲା ପୁଅ
ବାପାକୁ ହତ୍ୟା କଲା ପୁଅ
ବାପାକୁ ହତ୍ୟା କଲା ପୁଅ

ରାଉରକେଲା: ସଇତାନ ସାଜିଲା ସନ୍ତାନ । ପାରିବାରିକ କଳହ ଭାଙ୍ଗି ଦେଲା ରକ୍ତ ସମ୍ପର୍କ । ବାପା ପୁଅ ସମ୍ପର୍କରେ ଲାଗିଲା ରକ୍ତ ଛିଟା । ବାପାକୁ ମାରିଲା ନିଜର ଜନ୍ମକଲା ପୁଅ । ସାମାନ୍ୟ ବଚସାରୁ ପୁଅ ରଚିଲା ନିର୍ମମ ହତ୍ୟା କାଣ୍ଡ । ଠେଙ୍ଗାରେ ପିଟି ବାପାକୁ ହତ୍ୟା କଲା ପୁଅ । ଅଭିଯୁକ୍ତ ପିତୃହନ୍ତା ପୁଅକୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାରେ ।

ସୂଚନା ଅନୁଯାୟୀରେ, ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡର ମହୁଲପଦା ଥାନାର ଫୁଲଝର ଗ୍ରାମର ଚାଳା ସାହିର ଚକ୍ର ମୁଣ୍ଡା ଜଣେ ବସ କଣ୍ଡକ୍ଟର ଭାବରେ କାମ କରନ୍ତି । ଗତକାଲି ( ରବିବାର) ରାତିରେ ଚକ୍ର ନିଜ କାମ ସାରି ଘରକୁ ଫେରିଥିଲେ । ତେବେ କୌଣସି କାରଣକୁ ନେଇ ବାପା ପଦୁ ମୁଣ୍ଡା ସହ ପୁଅ ଚକ୍ର ମଧ୍ୟରେ ବଚସା ହୋଇଥିଲା । ବାପା ପୁଅ ମଧ୍ୟରେ ଏହି ବଚସା ଉଗ୍ରରୂପ ନେଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଚକ୍ର ଏକ ଠେଙ୍ଗାରେ ନିଜ ବାପା ଉପରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପଦୁ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ସେପଟେ ବାପାକୁ ହତ୍ୟା କରି ଫେରାର ହୋଇଯାଇଥିଲା ଚକ୍ର ।

ଏହା ମଧ୍ୟ ପଢ଼ନ୍ତୁ......ନିଶା ଆଗରେ ଫିକା ପଡିଲା ସମ୍ପର୍କ, ବାପାକୁ ପିଟି ପିଟି ଜୀବନ ନେଲା ପୁଅ

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମହୁଲପଦା ପୋଲିସକୁ ସୂଚନା ଦେଇଥିଲେ । ଆଜି ସକାଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିଛି । ଏହାସହ ଅଭିଯୁକ୍ତ ପୁଅକୁ ମଧ୍ୟ ଗିରଫ କରିଛି ପୋଲିସ । ସେପଟେ ରାଉରକଲା ସାଇଣ୍ଟଫିକ ଟିମ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ପୂର୍ବରୁ ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । ପୁଅ ଜିତୁ ଏକ ଟ୍ରାକ୍ଟର ଡ୍ରାଇଭର ଭାବରେ କାମ କରୁଥିଲେ । ଜିତୁ ସବୁ ବେଳେ ମଦ ପିଇ ଘରକୁ ଆସେ । ସବୁଦିନ ପରି ସେଦିନ ମଧ୍ୟ ଜିତୁ ନିଶା ଖାଇ ଘରକୁ ଆସିଥିଲା ଯାହାକୁ ନେଇ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥଲା । ପରବର୍ତ୍ତୀ ସମୟରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଜିତୁ ଉତକ୍ଷିପ୍ତ ହୋଇ ବାପାକୁ ନିସ୍ତୁକ ମାଡ ମାରିବା ସହ ଏକ କୁରାଢିରେ ହାଣି ହତ୍ୟା କରିଥିଲା । ପରେ ଘଟଣା ସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.