ସୁନ୍ଦରଗଡ: ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭୁଗ୍ରାବାହଲ ଇବ ନଦୀରେ ଭାସୁଥିବା ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ଘଟଣାର ଫର୍ଦ୍ଦାଫାସ କଲା ସୁନ୍ଦରଗଡ ପୋଲିସ । ହତ୍ୟାକାଣ୍ଡରେ ସଂପୃକ୍ତ 6 ଜଣ ଅଭିଯୁକ୍ତଙ୍କୁ ସଦର ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ମୃତ ଦୁର୍ଗା ମାଝିର ସମ୍ପର୍କୀୟ ମାନେ ରହିଛନ୍ତି ।
ସୁନ୍ଦରଗଡ ଜିଲ୍ଲା ସଦର ଥାନା କତବଡେଗାର ଦୁର୍ଗା ମାଝିକୁ ଗତ ଫେବୃଆରୀ 28 ତାରିଖରେ ହତ୍ୟା କରି ଫିଙ୍ଗି ଦେଇଥିଲା । ହତ୍ୟାକରୀ ମାନେ ଦୁର୍ଗାକୁ ସୁନ୍ଦରଗଡ ଚିତଭଙ୍ଗା ଅଞ୍ଚଳରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାର ମୃତଦେହକୁ ଖଣ୍ଡଖଣ୍ଡ କରି ଇବ ନଦୀରେ ଫିଙ୍ଗି ଫେରାର ହୋଇ ଯାଇଥିଲେ । ପୋଲିସ ଗତ 3 ତାରିଖ ଦିନ ମୃତଦେହ ଉଦ୍ଧାର କରିଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା । ମୃତ ଦୁର୍ଗାକୁ ପ୍ରଚୁର ମଦ୍ୟପାନ କରି ଭାଇ ଭାଇ ମଧ୍ୟରେ ଝଗଡା ହେବା ପରେ ଅନ୍ୟ ଭାଇ ମାନେ ମିଶି ତାକୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ଅର୍ଜୁନ । ମୃତଦେହକୁ ଠିକଣା ଲୁଚାଇବାକୁ ଯାଇ ବ୍ଲେଡ ଓ ଟାଙ୍ଗିଆ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ ବୋଲି ସୁନ୍ଦରଗଡ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ମଦ୍ୟପାନ ହତ୍ୟାର ଗୋଟିଏ କାରଣ ହୋଇଥିବା ବେଳେ, ଦୁର୍ଗା ଅନ୍ୟତ୍ର ଜଣେ ମହିଳାଙ୍କୁ ନେଇ ରହୁଥିବା କଥା ହତ୍ୟାକାଣ୍ଡର ଆଉ ଏକ ପ୍ରମୁଖ କାରଣ ବୋଲି ଏସପି କହିଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ , ବ୍ଲେଡ ଓ ଚାରୋଟି ମୋବାଇଲ ଫୋନକୁ ମଧ୍ୟ ପୋଲିସ ଜବତ କରିଛି ।
ସେପଟେ ସମସ୍ତ ଅଭିଯୁକ୍ତରୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ହତ୍ୟାକାରୀ ମାନେ ହେଲ ଅର୍ଜୁନ ମାଝି, ସଂଜୀବ ମାଝି ,ବିଶାଳ ମାଝି, ହରି ମାଝି ,ସନାତନ ମାଝି ଓ ଭୋଳା ମାଝି । ଭାରତୀୟ ପିଙ୍ଗଳ କୋଡର ଧାରା 302/201/ ଆଇପିସିରେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁନ୍ଦରଗଡ ଏସପି କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସମହାପାତ୍ର, ଇଟିିଭି ଭାରତ