ETV Bharat / state

ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ, ଜଣେ ମୃତ ଓ ଜଣେ ଗୁରୁତର - ଭୟଙ୍କର ସଡ଼କ ଦୁର୍ଘଟଣା

ରାଉରକେଲା ୧୪୩ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର । ଅଧିକ ପଢ଼ନ୍ତୁ

severe road accident in rourkela
ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ, ଜଣେ ମୃତ ଓ ଜଣେ ଗୁରୁତର
author img

By

Published : Nov 20, 2022, 8:36 AM IST

ରାଉରକେଲା: ୧୪୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଟ୍ରକକୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟଜଣେ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ଚୋରାଧରା ଗ୍ରାମର ଗୋଲେରାମ ମୁଣ୍ଡା ହୋଇଥିବା ବେଳେ ଆହତ ଚାଳକ ଜଣକ ହେଲେ ଲହୁଣୀପଡା ଥାନା ଅନ୍ତର୍ଗତ ଜୁନିୟାନି ଗ୍ରାମର ରୋଶନ ଅଲି ।

ମିଳିଥିବା ସୂଚନା ଅନୁଯାୟୀ, ଏକ ଟମାଟୋ ବୋଝେଇ ପିକଅପ ଭ୍ୟାନ ରାଉରକେଲାରୁ ଖୁଣ୍ଟଗାଁ ବଜାରକୁ ଆସୁଥିଲା । ଏହି ସମୟରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ବିରତୋଳା ବଜାର ନିକଟରେ ଏକ ଟ୍ରକ ଠିଆ ହୋଇଥିବା ବେଳେ ଭାରସାମ୍ୟ ହରାଇ ପିକଅପ ଭ୍ୟାନଟି ପଛପଟୁ ଧକ୍କା ଦେଇଥିଲା । ଫଳରେ ପିକଅପ ଭ୍ୟାନରେ ବସି ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ରାଉରକେଲା ବିମାନ ବନ୍ଦରକୁ ବାଣିଜ୍ୟିକ ବିମାନ ଉଡାଣ ପାଇଁ SAIL ଓ AAI ମଧ୍ୟରେ ବୁଝାମଣା

ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଜଣକ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଖବର ପାଇ ଘଟଣାସ୍ଥଳରେ ଚାନ୍ଦିପୋଷ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି । ତେବେ ଠିଆ ହୋଇଥିବା ଟ୍ରକଟି ଘଟଣା ସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.