ETV Bharat / state

ଅଣ୍ଡା ଭାତ ଖାଇ ୩୨ ଛାତ୍ରୀ ଅସୁସ୍ଥ, ହଷ୍ଟେଲର ଖାଦ୍ୟର ମାନ ନେଇ ଉଠିଲା ପ୍ରଶ୍ନ - ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୋୟମ୍ବା ଛାତ୍ରୀ ହଷ୍ଟେଲ

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଅଭାବନୀୟ ଘଟଣା । ଖାଦ୍ୟ ଖାଇ ଅସୁସ୍ଥ ସ୍କୁଲରେ ପାଠ ପଢ଼ୁଥିବା ୩୨ ଜଣ ଛାତ୍ରୀ । ସମସ୍ତ ଛାତ୍ରୀ ଝାଡ଼ାବାନ୍ତିରେ ପିଡୀତ ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ହଷ୍ଟେଲର ଖାଦ୍ୟ ଖାଇ ଅସୁସ୍ଥ ହେଲେ ୩୨ ଜଣ ଛାତ୍ରୀ

author img

By

Published : Apr 20, 2023, 6:07 PM IST

ହଷ୍ଟେଲର ଖାଦ୍ୟ ଖାଇ ଅସୁସ୍ଥ ହେଲେ ୩୨ ଜଣ ଛାତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ଅଭାବନୀୟ ଘଟଣା । ହଷ୍ଟେଲ ଖାଦ୍ୟ ଖାଇ ଅସୁସ୍ଥ ହେଲେ ଛାତ୍ରୀ । କୋଇଡା ବ୍ଲକ ସୋୟମ୍ବା ଛାତ୍ରୀ ବିଦ୍ୟାଳୟର ହଷ୍ଟେଲରେ ଘଟିଛି ଏହି ଘଟଣା । ସମସ୍ତ ଛାତ୍ରୀ ଝାଡ଼ାବାନ୍ତିରେ ପିଡୀତ ହୋଇଛନ୍ତି । ସୂଚନାନୁଯାୟୀ, ଗତକାଲି (ବୁଧବାର) ରାତିରେ ହଷ୍ଟେଲରେ ଅଣ୍ଡା ଏବଂ ଭାତ ସମସ୍ତ ଛାତ୍ରୀମାନଙ୍କୁ ଦିଆଯାଇଥିଲା । ହଷ୍ଟେଲରେ ରହୁଥିବା ସମସ୍ତ ଛାତ୍ରୀ ଏହି ଖାଦ୍ୟ ଖାଇଥିଲେ । କିଛି ସମୟ ପରେ ସମସ୍ତ ଛାତ୍ରୀ ଅସୁସ୍ଥତା ଅନୁଭବ କରିଥିଲେ ।

ତେବେ ଧୀରେଧୀରେ ସମସ୍ତ ଛାତ୍ରୀମାନଙ୍କ ଦେହ ଅସୁସ୍ଥ ହେବା ସହ ସଭିଏଁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଗଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଛାତ୍ରୀଙ୍କୁ କେ.ବଲାଙ୍ଗ ଚିକିତ୍ସାଳୟ ଆଣିଛଥିଲେ । ଚିକିତ୍ସା ଜାରି ରହିଥିବା ବେଳେ କିଛି ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି । ଗତକାଲି(ବୁଧବାର) ମେଡିକାଲରେ ୨୫ ଜଣ ଭର୍ତ୍ତି ହୋଇଥିବା ବେଳେ ଆଜି(ଗୁରୁବାର) ଆଉ ୭ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

ଛାତ୍ରୀଙ୍କ ଅସୁସ୍ଥତାକୁ ନେଇ ଛାତ୍ରୀଙ୍କ ପରାବାର କହିଛନ୍ତି, ହଷ୍ଟେଲର ଉତ୍ତମ ଖଦ୍ୟ ପ୍ରଦାନ କରାଯାଉ ନାହିଁ । ଅନ ହାଇଜେନିକ ଫୁଡ କାରଣରୁ ଏପରି ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ତେବେ ହଷ୍ଟେଲର ଖାଦ୍ୟ ଗୁଣବତ୍ତାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଭଳି ଭାବରେ ଓ କିପରି ଖାଦ୍ୟ ରନ୍ଧା ଯାଉଛି ତାହା ଉପରେ ତଦନ୍ତ ହେବା ଜରୁରୀ ବୋଲି ଦାବି ହେଉଛି ।

ହଷ୍ଟେଲରେ ପରଶା ଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ପରିବାର ଲୋକେ । ସହକାରୀ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧିକାରୀ ଏହାକୁ ନେଇ ଅବଗତ ହେବାପରେ ହଷ୍ଟେଲ୍‌ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସମାଜ କଲ୍ୟାଣ ବିଭାଗ ଅଧିକାରୀ କହିଛନ୍ତି, "ପ୍ରବଳ ଗରମ ଅନୁଭୂତ ହେବା ଯୋଗୁଁ ଏଭଳି ଅବସ୍ଥା ହୋଇଛି । ପ୍ରବଳ ଗରମ କାରଣରୁ ପିଲାଙ୍କ ସ୍ବାସ୍ଥ୍ୟ ଆବସ୍ଥା ବିଗିଡିଛ ।" ସେପଟେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ କଥାକୁ ଚପାଇବାକୁ ଚେଷ୍ଟା କରୁଥିବା ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି । ଗ୍ରୀଷ୍ମ ପ୍ରବାହରେ ପିଲାଙ୍କ ମୁଣ୍ଡ ବୁଲାଇବା ଏକ ଯୁକ୍ତିଯୁକ୍ତ କଥା କିନ୍ତୁ ରାତି ବେଳରେ ଖାଦ୍ୟ ଖାଇବା ପରେ ଏଭଳି ଘଟଣା କେଉଁଠି ନା କେଉଁଠି ହଷ୍ଟେଲ ର ଖାଦ୍ୟର ମାନ ଉପରେ ପ୍ରଶ୍ନ ଉଠାଉଛି । ଏକ ସାଙ୍ଗରେ ସବୁ ପିଲାଙ୍କ ଝାଡାବାନ୍ତି ହେବ ସାମାନ୍ୟ ଘଟଣା ନୁହେଁ କି ଖରା ପ୍ରଭାବରେ ହୋଇ ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କିରଛନ୍ତି । ଘଟଣାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର ଲୋକେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.