ETV Bharat / state

ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି, 3 ଗ୍ରାହକ ଗୁରୁତର - ଗୁଳି ଫୁଟି ତିନିଜଣ ବ୍ୟାଙ୍କ ଗ୍ରାହକ ଗୁରୁତର

ବ୍ୟାଙ୍କ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ତିନିଜଣ ବ୍ୟାଙ୍କ ଗ୍ରାହକ ଗୁରୁତର । ଗାଡ଼ିରେ ଟଙ୍କା ଲୋଡ଼ କରୁଥିବା ବେଳେ ବନ୍ଧୁକରୁ ଫୁଟିଲା ଗୁଳି । ଅଧିକ ପଢନ୍ତୁ

ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ତିନିଜଣ ବ୍ୟାଙ୍କ ଗ୍ରାହକ ଗୁରୁତର

author img

By

Published : Aug 17, 2023, 7:53 PM IST

ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ତିନିଜଣ ବ୍ୟାଙ୍କ ଗ୍ରାହକ ଗୁରୁତର

ରାଉରକେଲା: ଟଙ୍କା ଲୋଡ୍‌ କରିବା ସମୟରେ ଅସାବଧାନତା ହେଲା କାଳ । ବ୍ୟାଙ୍କ୍‌ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ 3ଜଣ ବ୍ୟାଙ୍କ ଗ୍ରାହକ । ସୁରକ୍ଷାକର୍ମୀଙ୍କ ଗୁଳିରେ 2ଜଣ ଯୁବକ ଏବଂ ଜଣେ ଯୁବତୀ ଗୁରୁତର । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏପରି ଅଭାବନୀୟ ଘଟଣା ଘଟିଛି । ଅସାବଧାନତା ଯୋଗୁଁ ୩ଜଣ ବ୍ୟାଙ୍କ୍‌ ଗ୍ରାହକ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ରାଜଗାଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଗାର୍ଡଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାଜଗାଙ୍ଗପୁର ICICI ବ୍ୟାଙ୍କ୍‌ରୁ ଟଙ୍କା ନେବାକୁ ବ୍ୟାଙ୍କ୍‌ ଭ୍ୟାନ୍‌ ଆସିଥିଲା । ଟଙ୍କାକୁ ଗାଡ଼ିରେ ଲୋଡ଼ କରିବା ବେଳେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ହଠାତ ଗୁଳି ଫୁଟି ଯାଇଥିଲା । ତେବେ ଏହି ଦୁର୍ଘଟଣାରେ ବ୍ୟାଙ୍କ ସାମ୍ନାରେ ଥିବା ୩ ଜଣ ବ୍ୟାଙ୍କ ଗ୍ରାହକଙ୍କ ଦେହରେ ଗୁଳି ବାଜିଥିଲା । ଘଟଣାଟି ଏତେ ଅଚାନକ ହୋଇଥିଲା ଯେ, କେହି କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ଅଘଟଣ ଘଟି ଯାଇଥିଲା । ଏହି ଅଘଟଣରେ 2ଜଣ ଯୁବକ ଏବଂ ଜଣେ ଯୁବତୀ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକ ଆହତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅଧିକ ଚିକିତ୍ସା ପାଇଁ 3ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଲୋକେ ସୁରକ୍ଷାକର୍ମୀଙ୍କୁ ଧରି ଥାନା ଜିମା ଦେଇଛନ୍ତି । ଏହି ଘଟଣାର ପୋଲିସ ତଦନ୍ତ ଜାରି ରହିଛି । କ୍ୟାସ୍ ଭ୍ୟାନ୍‌ରେ ଟଙ୍କା ଲୋଡ୍‌ ସମୟରେ ଅଘଟଣ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢନ୍ତୁ: ସମ୍ବଲପୁରରେ ଗୁଳିମାଡ: ପୂର୍ବତନ ସ୍ତ୍ରୀର ପ୍ରେମିକକୁ ଗୁଳି କରି ସ୍ବାମୀ ଫେରାର୍

ପୋଲିସ ସୂଚନା ଅନୁଯାୟୀ, ଭ୍ୟାନ୍‌ରେ ଟଙ୍କା ଭର୍ତ୍ତି ହେଉଥ‌ିବା ସମୟରେ ଭ୍ୟାନ୍‌ରେ ନିୟୋଜିତ ‘ଏସ୍ ଆଣ୍ଡ ଆଇବି’ ନାମକ ଏକ କମ୍ପାନୀର ସୁରକ୍ଷାକର୍ମୀ ରଞ୍ଜିତ କୁମାର ଧରିଥିବା ଡବଲ ସଟ୍‌ ବନ୍ଧୁକରୁ ଅସାବଧାନତାବଶତଃ ଗୁଳି ଫୁଟି ଯାଇଥଲା । ଆହତମାନେ ସ୍ଥାନୀୟ ଅଞ୍ଚଳର ଅନୁରାଗ ତନୁ, MD ଇଲିୟାସ ଓ ସୀତା ଲାକ୍ରା ବୋଲି ଜଣା ପଡ଼ିଛି । ICICI ବ୍ୟାଙ୍କ୍‌ଙ୍କୁ କାମରେ ଆସିଥିବା ବେଳେ ଗୁଳିବାଜି ଗୁରୁତର ଆହତ ହୋଇଥିଲେ । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଛି ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ । ଘଟଣାର ତଦନ୍ତ ପରେ ସଠିକ ତଥ୍ୟ ମିଳି ପାରିବ ବୋଲି ରାଜଗାଙ୍ଗପୁର ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.