ETV Bharat / state

Rourkela Double Murder: ୩ ଅଭିଯୁକ୍ତ ଗିରଫ, ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ - ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା

ରାଉରକେଲା ଫର୍ଟିଲାଇଜର କନ୍‌ଷ୍ଟ୍ରକ୍ସନ କଲୋନୀରେ ଡବଲ ମର୍ଡର ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡରେ ୫ରୁ ୬ ଜଣ ସମ୍ପୃକ୍ତ ଥିବା ସୂଚନା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢ଼ନ୍ତୁ

ରାଉରକେଲା ଡବଲ ମର୍ଡର ଘଟଣା
ରାଉରକେଲା ଡବଲ ମର୍ଡର ଘଟଣା
author img

By

Published : Feb 5, 2023, 4:03 PM IST

ରାଉରକେଲା ଡବଲ ମର୍ଡର ଘଟଣା

ରାଉରକେଲା: ଫର୍ଟିଲାଇଜର କନ୍‌ଷ୍ଟ୍ରକ୍ସନ କଲୋନୀ ଦୁଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଫୋପାଡ଼ି ଦେଇଥିବା ଘଟଣାରେ ନୂଆ ମୋଡ଼ । ରାଉରକେଲା କନ୍‌ଷ୍ଟ୍ରକ୍ସନ କଲୋନୀରେ ଦୁଇ ଯୁବକଙ୍କୁ ହତ୍ୟା ମାମଲାରେ ପୋଲିସ ହାତରେ ଲାଗିଛି ବଡ଼ ସୁରାକ । ହତ୍ୟାକାଣ୍ଡରେ ୫ରୁ ୬ ଜଣ ସମ୍ପୃକ୍ତ ଥିବା ସୂଚନା । ଏବେ ପର୍ଯ୍ୟନ୍ତ ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତେବେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ମୃତ ଯୁବକ ଇନ୍ଦ୍ରଜିତ ସ୍ବାଇଁ କଣ୍ଟ୍ରାକ୍ଟର ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସାଙ୍ଗ ସଞ୍ଜୟ ଦାସ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ହତ୍ୟାକାରୀମାନେ ଶାବଳ, ଲାଠି ଭଳି ମାରଣାସ୍ତ୍ର ବ୍ୟବହାର କରି ହତ୍ୟାକାଣ୍ଡ ଭିଆଇଥିବା ଜଣାପଡ଼ିଛି । ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ୍‌ ହାଉସରେ ଥିବା ଦୁଇ ମୃତଦେହକୁ ଆଜି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଟାଙ୍ଗରପାଲି ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ତେବେ ଇନ୍ଦ୍ରଜିତ ସ୍ବାଇଁଙ୍କୁ ଅଭିଯୁକ୍ତମାନେ ହତ୍ୟା କରୁଥିବା ବେଳେ ତାଙ୍କ ସାଙ୍ଗ ସଞ୍ଜୟ ସେଠାରେ ପହଞ୍ଚିଥିଲେ । ଇନ୍ଦ୍ରଜିତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତମାନେ ସଞ୍ଜୟଙ୍କୁ ମଧ୍ୟ ନିର୍ମମ ଭାବରେ ହତ୍ୟା କରିଥିଲେ । ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ଅନାବାଦି ଜମିବାଡ଼ି ବିବାଦ ନେଇ ଏହି ହତ୍ୟାକାଣ୍ଡ ରଚାଯାଇଥିବା ସନ୍ଦେହ କରାଯାଉଛି । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଗଞ୍ଜୁ ଏବଂ ଗଞ୍ଜୁର ସ୍ତ୍ରୀ ସହ, ଗଣ୍ଡରା, ଲାଲ, ଗୋପ ମିଶି ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡରେ ମୋଟ ୫ରୁ ୬ ଜଣ ସାମିଲ ଥିବା ଅଭିଯୋଗ କରିଛନ୍ତି ପରିବାର । ପରିବାର ଲୋକଙ୍କ କହିବା ମୁତାବକ, ଇନ୍ଦ୍ରଜିତ ଏବଂ ସଞ୍ଜୟ କୁମାର ଦାଶ ଶନିବାର ସକାଳେ ଘରୁ ବାହାରିଥିଲେ । ଏପରିକି ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ଘରକୁ ଫେରିନଥିଲେ । ଇନ୍ଦ୍ରଜିତର ସାନ ଭାଇ ବିଶ୍ବଜିତ ଇନ୍ଦ୍ରଜିତକୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ଇନ୍ଦ୍ରଜିତ୍ ଟାଙ୍ଗରପାଲ୍ଲୀ ଅଞ୍ଚଳରେ ଠିକାଦାରୀ କାମ କରୁଥିଲେ । ତେବେ ରାଉରକେଲା ଇସ୍ପାତ କାରଖାନା ଭିତରେ ଠିକା କାମ କରିବା ପାଇଁ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଘରୁ ବାହାରିଥିଲେ ବୋଲି ସାନ ଭାଇ ବିଶ୍ବଜିତ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲା ଫର୍ଟିଲାଇଜର କଲୋନୀରେ ବିଭତ୍ସ ହତ୍ୟାକାଣ୍ଡ, ଦୁଇ ଯୁବକଙ୍କୁ ନିର୍ମମ ହତ୍ୟା

ସେଠାକାର ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଇନ୍ଦ୍ରଜିତ ସ୍ବାଇଁ ଏବଂ ସଞ୍ଜୟ କୁମାର ଦାଶ ଲାଲଟାଙ୍କି ଅନ୍ତର୍ଗତ ବନ୍ଧବସାରେ ବାସ କରୁଥିବା ବାପି ସହ ମିଶି ଗୋଟିଏ ବାଇକରେ ଘରୁ ବାହାରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଭୋଜି କରିବା ପାଇଁ ଲାଲ ନାମକ ଜଣେ ଯୁବକ ଇନ୍ଦ୍ରଜିତଙ୍କୁ ଡାକିନେଇ ଗଞ୍ଜୁ ଘରକୁ ନେଇଥିଲା ଏବଂ ସେଠାରେ ଇନ୍ଦ୍ରଜିତଙ୍କୁ ମଦ ପିଆଇ ୩ ମାସ ପୂର୍ବର ଗୋଟେ ଜମି କିଣାବିକା ମାମଲାରେ ବିବାଦକୁ ନେଇ ହତ୍ୟା କରିଛନ୍ତି । ଏହାପରେ ଅପରାହ୍ନରେ କନ୍‌ଷ୍ଟ୍ରକ୍ସନ କଲୋନୀ ପାହାଡ ବସ୍ତିସ୍ଥିତ ଗଞ୍ଜୁ ଭୂମିଜ ଘର ଅଗଣାରେ ୨ଟି ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଖବର ପାଇ ସେମାନଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ହତ୍ୟା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଥାନାରେ ରଖି ପଚରାଉଚରା କରାଯାଉଛି । ହତ୍ୟା ପଛର ସଠିକ କାରଣ ଏଯାଏଁ ଜଣା ପଡ଼ିନାହିଁ । ତେବେ ଜମିବାଡ଼ି ବିବାଦ ନା ଆଉ କିଛି କାରଣ ରହିଛି, ତାହାର ତଦନ୍ତ କରୁଛି ରାଉରକେଲା ଟାଙ୍ଗରପାଲି ଥାନା ପୋଲିସ ।

ମୁଖ୍ୟ ଅଭିଯୁକ୍ତ ଗଞ୍ଜୁ ଏବଂ ତାର ସ୍ତ୍ରୀକୁ ଧରିବା ପରେ ହିଁ ହତ୍ୟାକାଣ୍ଡର ସତ୍ୟତା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ରାଉରକେଲା ଅତିରିକ୍ତ SP ବିକ୍ରମ କେଶରୀ ଭୋଇ । ତେବେ ସେମାନଙ୍କ ସହ ଯାଇଥିବା ବନ୍ଧବସାର ବାପି କେଉଁଆଡ଼େ ଫେରାର ହୋଇଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଗଞ୍ଜୁ ଭୂମିଜ (୫୨) ଏବଂ ତାର ପତ୍ନୀ ଏକ ରକ୍ତ ଛିଟା ଲାଗିଥିବା ଶାବଳ ଧରି ଘରୁ ଫେରାର ହୋଇଯାଇଥିବା ସେଠାକାର ଦେଖଣାହାରୀ ପୁଲିସକୁ ସୂଚନା ଦେଇଛନ୍ତି । ଗତକାଲି ହତ୍ୟାକାଣ୍ଡ ପରେ ପ୍ରଥମେ ଗଞ୍ଜୁର ପତ୍ନୀ ଘରୁ ବାହାରି କୁଆଡେ ଚାଲିଯାଇଥିଲା । ତାପରେ ଗଞ୍ଜୁ ହାତରେ ଏକ ଶାବଳ ଧରି ଘରୁ ଫେରାର ହୋଇଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ତେବେ ଏହି ହତ୍ୟାକାଣ୍ଡରେ କେବଳ ଗଞ୍ଜୁ ଦମ୍ପତି ନୁହେଁ, ବରଂ ଆଉ ୩-୪ ଜଣ ଅପରାଧୀଙ୍କ ସହ ମୋଟ ୬ ଜଣ ସମ୍ପୃକ୍ତ ଥିବା ନେଇ ସନ୍ଦେହ କରାଯାଉଛି ।

ଇଟିଭି ଭାରତ, ରାଉରକେଲା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.