ରାଉରକେଲା: ବକେୟା ଦରମା ତଥା ପ୍ରୋଭିଡେଣ୍ଟ ଫଣ୍ଡ ଜମା ଦାବିରେ ବିରମିତ୍ରପୁର ପୌରପାଳିକାର ସଫେଇ କର୍ମଚାରୀମାନେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଏହାସହ କର୍ମଚାରୀଙ୍କ ଦୁଇ ମାସର ଦରମା ମଧ୍ୟ ବାକି ରହିଥିବା ଅଭିଯୋଗ ହୋଇଛି ।
ତିନିମାସ ପୂର୍ବରୁ ସଫେଇ କର୍ମଚାରୀ ମାନେ ଆନ୍ଦୋଳନ କରିବା ପରେ ଦରମା ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ତାହା ଏପର୍ଯ୍ୟନ୍ତ ପୂରଣ ନହୋଇଥିବାରୁ ସଫେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । ଏହି ଆନ୍ଦୋଳନକୁ ପୂର୍ବତନ ନଗରପାଳ ଶଶୀ ସାଗର ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ