ETV Bharat / state

ନିୟମକୁ ଫୁ: ପାର୍କିଂ ଜୋନରେ ନିଶାଡିଙ୍କ ବେପରୁଆ ଗାଡି ଚାଳନା

ସିସିଟିଭିରେ କଏଦ ହୋଇଛି ପାର୍କିଂ ଜୋନରେ ନିଶାଡିଙ୍କ ବେପରୁଆ ଗାଡି ଚାଳନା। ଏନେଇ କୌଣସି ଅଘଟଣ ଘଟିନଥିବା ବେଳେ ନିଶାଗ୍ରସ୍ତ ଗାଡି ଚାଳକ ଓ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Oct 18, 2019, 9:48 AM IST

ରାଉରକେଲା: ନିଶାଡି, ବେପରୁଆ ଗାଡି ଚାଳନା ଓ ବେଆଇନ ପାର୍କିଂକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରଣୟନ କରିଛନ୍ତି ଅନେକ ଆଇନ। ଏପରିକି ଜୋରିମାନା ସହ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି। ତଥାପି ଲୋକେ ଏହାକୁ ବେଧଡକ ଭାବେ ଉଲଂଘନ କରିବାରେ ଲାଗିଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି ରାଉରକେଲା ରେଳ ଷ୍ଟେସନରେ।

ଗୁରୁବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ସହ ରାଉରକେଲା ରେଳଷ୍ଟେସନର ଥିବା କାର ପାର୍କିଂ ଜୋନ୍‌ରେ ଅନିୟନ୍ତ୍ରିତ ଭାବେ ପଶିଥିଲା ଏକ କାର୍। ତେବେ ଏହି ସ୍ଥାନଟି ଅନେକ ସମୟରେ ବାସହୀନଲୋକ କିମ୍ବା ଯାତ୍ରୀଙ୍କ ପାଇଁ ଆଶ୍ରୟସ୍ଥଳୀ ପାଲଟିଥାଏ। ମାତ୍ର ଗତକାଲି ରାତିରେ ସେ ସ୍ଥାନ ଜନଶୂନ୍ୟ ଥିବାରୁ କାର ଚାଳନାରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Rush driving
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ଗାଡି ଚାଳକ ଓ ତାଙ୍କ ସହଯୋଗୀ ଫେରାର ହେବାକୁ ଉଦ୍ୟମ କରୁଥିଲେ। ଉଭୟ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ଫେରାର ହୋଇ ପାରିନଥିଲେ। ଏହା ପରେ ରେଳବାଇ ପୋଲିସ ସେମାନଙ୍କୁ ଅଟକ ରଖିବା ସହ ତାଙ୍କ ଗାଡିକୁ ଜବତ କରି ଏ ମାମଲାର ତଦନ୍ତ କରୁଛି। ଦୁର୍ଘଟଣା ରୋକିବା ପାଇଁ ସରକାର ଅନେକ ଆଇନ ପ୍ରଣୟନ କରିଥିଲେ ମଧ୍ୟ, ଇସ୍ପାତ ନଗରୀରରେ ଘଟିଥିବା ଘଟଣା ସରକାରୀ ନିୟମକୁ ଆଖି ଠାର ମାରିବା ଭଳି ମନେ ହେଉଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ବିଳମ୍ବିତ ରାତି ରେ ନିଶା ରେ ଗାଡି ଚଳାଇବା ସାଧାରଣ କଥା.ରେଳ ଷ୍ଟେସନ ର କାର ପର୍କିଙ୍ଗ ରେ ଅନିୟନ୍ତ୍ରିତ କାର ପଶିଥିଲା। ଭାଗ୍ୟ ଭଲ ସେହି ସ୍ଥାନ ରେ ପାରିବ ବିକାଳୀ କି ଅନ୍ୟ ମାନେ ସୋଇ ନ ଥିଲେ। ନଚେତ ଏକ ବଡ଼ ଦୁର୍ଘଟଣା ସୁନିଶ୍ଚିତ ଥିଲା।

Body:ଏତେ ନିଶା ରେ ଏମାନେ ଥିଲେ କି ପଛକୁ ଗାଡି ନେଇ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ମଧ୍ୟ ଗେଟ କୁ ଧକ୍କା ମାରି ଥିଲେ।
Conclusion:ପରେ ରେଳ ପୋଲିସ କର କୁ ଜପତ କରିବା ସହିତ ଚାଳକ ତଥା ତାର ସହଯୋଗୀ କୁ ଅଟକ ରଖି ପଚରା ଉଚରା କରୁଛି। ପୁରା ମାମଲା ର ପୁଲିସ ଅନୁଧ୍ୟାନ କରୁଛି। ଦୁର୍ଘଟଣା ଘଟାଇ ଥିବା କାର ନମ୍ବର-od-14k-7753 କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.