ETV Bharat / state

ହେମଗିରି ଗର୍ଜନ ପାହାଡ଼ରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ

ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗର୍ଜନ ପାହାଡ଼ରେ ବୁଲୁଛି ମହାବଳ ବାଘ ! ସୋସିଆଲ ମିଡିଆରେ ଘୁରି ବୁଲୁଛି ମହାବଳର ଭିଡିଓ । ଅଧିକ ପଢନ୍ତୁ

ହେମଗିରି ଗର୍ଜନ ପାହାଡ଼ରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ
ହେମଗିରି ଗର୍ଜନ ପାହାଡ଼ରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ
author img

By

Published : Dec 11, 2022, 12:15 PM IST

Updated : Dec 11, 2022, 12:37 PM IST

ହେମଗିରି ଗର୍ଜନ ପାହାଡ଼ରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳରେ ବୁଲୁଛି ମହାବଳ ବାଘ ! ହେମଗିରି ଗର୍ଜନ ପାହାଡ଼ରେ ମହାବଳ ବାଘ ଦେଖାଯାଇଥିବା ଚର୍ଚ୍ଚା ହେଉଛି । ଏପରିକି ବାଘର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି(Royal Bengal Tiger Spotted In Hemagiri) । ଗର୍ଜନ ପାହାଡ଼ର ମନୋହରପୁର କୋଇଲା ଖଣି ଡମ୍ପିଂ ଅଞ୍ଚଳରେ ଗତ ଗୁରୁବାର ରାତିରେ ଜଣେ ଡ୍ରାଇଭର ଗାଡ଼ି ନେଇ ଖଣିକୁ ଫେରୁଥିବା ବେଳେ ରାସ୍ତାକଡ଼ରେ ବାଘକୁ ଦେଖି ଭିଡିଓ ଉତ୍ତୋଳନ କରିଥିବା କୁହାଯାଉଛି । ତେବେ ବାସ୍ତବରେ ଭିଡ଼ିଓଟି ହେମଗିରି ଅଞ୍ଚଳର ନାଁ ନାହିଁ ସେନେଇ ତଦନ୍ତ କରୁଛି ସୁନ୍ଦରଗଡ଼ ବନ ବିଭାଗ । ତେବେ ଯଦି ଏହା ସତ ହୋଇଥାଏ, ତାହେଲେ ଜିଲ୍ଲା ପାଇଁ ଏହା ଉତ୍ସାହଜନକ ଖବର ହେବ ।

ସୂଚନାଯୋଗ୍ୟ, ଯେ ୨୦୧୮ ମେ' ମାସରେ ଏଠାରେ ଏକ ବିରଳ କଳାବାଘ ବା (ବ୍ଲାକ୍‌ପାନ୍ଥର) ଠାବ ହୋଇଥିଲା । ଯାହା ସୁନ୍ଦରଗଡ଼ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଖବର ହୋଇଥିଲା । ଏହାପରେ ପରେ ଏହି ବିରଳ ବ୍ଲାକପାନ୍ଥର ବାଘ ଆଉ ଗର୍ଜନ ପାହାଡ଼ରେ ଦେଖିବାକୁ ମିଳି ନଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ପୁଣି ଗର୍ଜନପାହାଡ଼ରେ ମହାବଳ ବାଘର ଭିଡ଼ିଓ ଭାଇରଲ ହେଉଛି । ତେବେ ମହାବଳ ବାଘ ସମ୍ପର୍କରେ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେଙ୍କୁ ପଚାରିବାରୁ ସେ କହିଛନ୍ତି, ''ହେମଗିର ଅଞ୍ଚଳରେ ମହାବଳ ବାଘ ଥିବାର ସଠିକ ସୂଚନା ନାହିଁ । ବାଘର ଭିଡିଓ ବନ ବିଭାଗ ଦେଖିଛି, କିନ୍ତୁ ତାହା କେଉଁ ଅଞ୍ଚଳର ସ୍ପଷ୍ଟ ନୁହେଁ । ଆମେ ଏହାର ଅନୁସନ୍ଧାନ କରିବୁ ।''

ଏହାମଧ୍ୟ ପଢନ୍ତୁ: ଶିଖରପୁର ରେଳଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ତେବେ ବାଘର ଭିଡ଼ିଓଟି ହେମଗିରି ଅଞ୍ଚଳର ନା ନାହିଁ । ଯଦି ହେମଗିରି ଅଞ୍ଚଳର ତାହାହେଲେ ଜଙ୍ଗଲର କେଉଁ ଭାଗରେ ମହାବଳ ବାଘ ଦୃଶ୍ୟମାନ ହୋଇଛି ତାହା ନେଇ ତଦନ୍ତ ଚଳାଇଛି ବନ ବିଭାଗ । ଏହି ଭିଡ଼ିଓ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ କୌତୁହଳର ବିଷୟ ପାଲଟିଛି । ତେବେ ଯଦି ଏହି ଘଟଣା ସୁନ୍ଦରଗଡ଼ ହେମଗିରି ଅଞ୍ଚଳର ହୋଇଥିବ ତେବେ ଏହା ଜିଲ୍ଲା ପାଇଁ ଏକ ଭଲ ଖବର ହେବ ।

ଇଟିଭି ଭାରତ, ରାଉରକେଲା

Last Updated : Dec 11, 2022, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.