ETV Bharat / state

ପାଖେଇ ଆସୁଛି ହକି ବିଶ୍ବକପ: ଜୋରସୋର ଚାଲିଛି ସହର ସଫେଇ କାର୍ଯ୍ୟ

author img

By

Published : Jan 2, 2023, 12:14 PM IST

ପାଖେଇ ଆସୁଛି ହକି ବିଶ୍ବକପ । ଏହାକୁ ଦୃଷ୍ଟିରେ ରଖି ରାଉରକେଲାକୁ କ୍ଲିନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଦିନରାତି ସହର ସଫାରେ ଲାଗିଛନ୍ତି ସଫେଇ କର୍ମଚାରୀ । ଅଧିକ ପଢନ୍ତୁ

ହକି ବିଶ୍ବକପ
ହକି ବିଶ୍ବକପ
ହକି ବିଶ୍ବକପ

ରାଉରକେଲା: ସହରରେ ଆୟୋଜିତ ହେବ ହକି ବିଶ୍ୱକପ । ଦେଶ ବିଦେଶରୁ ଛୁଟିବ ଦର୍ଶକଙ୍କ ସୁଅ । ଏହାକୁ ଦୃଷ୍ଟିରେ ରଖି ସହରର ରାସ୍ତା ଘାଟରୁ ଆରମ୍ଭ କରି ଗଳିକନ୍ଦି ସବୁ ଅଞ୍ଚଳକୁ ସୁନ୍ଦର ଭାବରେ ସଫା କରାଯାଉଛି । ସମ୍ପୂର୍ଣ୍ଣ ରାଉରକେଲା ସହରକୁ ସଫାସୁତୁରା କରିବା ପାଇଁ ଲାଗି ପଡିଛନ୍ତି ସଫେଇ କର୍ମଚାରୀ ।

ସକାଳୁସକାଳୁ ରାସ୍ତାଘାଟକୁ ସଫା କରିବା ପାଇଁ ପ୍ରତିଦିନ ଲାଗିଛନ୍ତି ସଫେଇ କର୍ମଚାରୀ । ରାଉରକେଲା ମହାନଗର ନିଗମ ରାଉରକେଲା ସହରକୁ ସ୍ୱଚ୍ଛ ସୁନ୍ଦର କରିବାରେ କୌଣସି ପ୍ରକାର ଅବହେଳା କରୁନାହାନ୍ତି । ଏଥିପାଇଁ ସହରରେ ନିଯୁକ୍ତ ହୋଇଛନ୍ତି ସଫେଇ କର୍ମଚାରୀ । ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ରାଉରକେଲା ନିଜର ଏକ ଭଲ ପ୍ରତିଛବି ସୃଷ୍ଟି କରିଛି । ଅନ୍ୟପକ୍ଷରେ ରାଉରକେଲା ସହରରେ ଆଗାମୀ ୧୩ ଜାନୁଆରୀରେ ହକି ବିଶ୍ୱକପ ଆୟୋଜନ ହେବ । ଏହାକୁ ନେଇ ରାଉରକେଲାକୁ ନୂଆବୋହୁ ଭଳି ସଜେଇବାରେ ଲାଗିଛି ପ୍ରଶାସନ । ଗଳି, ଫୁଟ୍‌ପାଥ୍‌ ସବୁ ସ୍ଥାନଗୁ଼ଡ଼ିକୁ ସଫା କରୁଛନ୍ତି ଏହି ସଫେଇ କର୍ମଚାରୀ ।

ଏହା ମଧ୍ୟ ପଢନ୍ତୁ: Demonetisation Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ, ଆଜି ଆସିବ ସୁପ୍ରିମ ରାୟ

ବର୍ତ୍ତମାନ ହକି ବିଶ୍ୱକପ ଆୟୋଜନ ହେବାକୁ ଥିବାରୁ ସହରରେ କିଭଳି ଅଳିଆ ଆବର୍ଜନା ଏଣେତେଣେ ନପଡ଼ିବ ସେଥିପ୍ରତି ଅଧିକ ଯତ୍ନବାନ ହେଉଛନ୍ତି ଏହି ସଫେଇ କର୍ମଚାରୀ। ରାତିରେ ମଧ୍ୟ ରାସ୍ତା କଡରେ ପଡିଥିବା ଅଳିଆକୁ ସଫା କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏକ ସୁପର ଶୋବର ଡଷ୍ଟ୍‌ କ୍ଲିନର୍‌ ଗାଡି ସାହାଯ୍ୟରେ ରାସ୍ତା କଡ଼ର ଅଳିଆକୁ ସଫା କରାଯାଉଛି । ନିଜ ଘର ସଜାଇଲା ଭଳି ରାଉରକେଲା ସହରକୁ ସଫାସୁତୁରା କରିବା ପାଇଁ ଆଗେଇ ଆସି ନୂଆ ରାଉରକେଲା ସହରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛନ୍ତି ସଫେଇ କର୍ମଚାରୀ । ତେବେ ରାଉରକେଲା ସହରକୁ ସଫା ସୁତୁରା ରଖୁଥିବାରୁ ନିଜକୁ ଖୁସି ସହ ଗର୍ବ ଅନୁଭବ ହେଉଥିବା କଥା କହିଛନ୍ତି ସଫେଇ କର୍ମଚାରୀ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.